ହତ୍ୟା ଅଭିଯୁକ୍ତ ଡିମ୍‌କେ ସାଂସଦଙ୍କ ଆତ୍ମସମର୍ପଣ: ଅଭିଯୋଗକୁ ଅସ୍ବୀକାର କଲେ

Advertisment
ହତ୍ୟା ଅଭିଯୁକ୍ତ ଡିମ୍‌କେ ସାଂସଦଙ୍କ ଆତ୍ମସମର୍ପଣ: ଅଭିଯୋଗକୁ ଅସ୍ବୀକାର କଲେ

TeluguStop

ଚେନ୍ନାଇ: ହତ୍ୟା ଅଭିଯୁକ୍ତ ଡିଏମ୍‌କେ ସାଂସଦ ଟିଆର୍‌ଭି ଏସ୍ ରମେଶ ସୋମବାର ସକାଳେ ତାମିଲନାଡ଼ୁର କୁଡ୍ଡଲୋର ଜିଲାର ପାନ୍‌ରୁଟିସ୍ଥିତ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି। ସେ ତାଙ୍କ କାଜୁ ପ୍ରକ୍ରିୟାକରଣ ୟୁନିଟ୍‌ରେ ଜଣେ ଶ୍ରମିକଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା ଏବଂ ତାଙ୍କୁ ଗିରଫ ପାଇଁ ପୁଲିସ ଖୋଜୁଥିଲା। ଏକ ବିବୃତିରେ ସାଂସଦ ଜଣକ କହିଛନ୍ତି ଯେ, ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ମିଥ୍ୟା ଏବଂ ସେ ଏହାକୁ ଭିତ୍ତିହୀନ ବୋଲି ପ୍ରମାଣ କରିବେ। ମୋ ନେତାଙ୍କ ସୁଶାସନକୁ କେହି ଦୋଷ ନ ଦିଅନ୍ତୁ, ସେଥିପାଇଁ ମୁଁ ଆତ୍ମସମର୍ପଣ କଲି ବୋଲି ଅଭିଯୁକ୍ତ ରମେଶ କହିଥିଲେ।

ପୁଲିସର କହିବା ଅନୁସାରେ ଗତମାସରେ ସାଂସଦଙ୍କ କାଜୁ ପ୍ରକ୍ରିୟାକରଣ ୟୁନିଟ୍‌ରେ କାମ କରୁଥିବା ଜଣେ ଶ୍ରମିକ ଗୋବିନ୍ଦରାଜକୁ ହତ୍ୟା କରାଯାଇଥିଲା। ୫୫ ବର୍ଷୀୟ ଶ୍ରମିକ ୮ କିଲୋ କାଜୁ ଚୋରି କରିଥିବା ଅଭିଯୋଗରେ ସାଂସଦ ଓ ତାଙ୍କ ଲୋକମାନେ ମରଣାତ୍ମକ ଆକ୍ରମଣ କରିଥିଲେ। ଗୁରୁତର ଆହତ ଅବସ୍ଥାରେ ସେପ୍ଟେମ୍ବର ୧୯ରେ ପ୍ରଥମେ ଗୋବିନ୍ଦରାଜକୁ ନିକଟସ୍ଥ ଥାନାକୁ ନିଆଯାଇଥିଲା। ଥାନାବାଲା ତାଙ୍କୁ ତୁରନ୍ତ ହସ୍ପିଟାଲ ନେଇଯିବାକୁ କହିଥିଲେ। କିନ୍ତୁ ହସ୍ପିଟାଲ ନ ନେଇ ଶ୍ରମିକମାନେ ତାଙ୍କୁ ପୁଣି କାଜୁ ୟୁନିଟ୍‌କୁ ନେଇଯାଇଥିଲେ, ଯେଉଁଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ପୁଲିସ ପାଞ୍ଚଜଣଙ୍କୁ ଗିରଫ କରିଥିବା ବେଳେ ସାଂସଦଙ୍କୁ ଖୋଜା ଚାଲିଥିଲା। ସୋମବାର ସେ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe