କାନପୁର ପରେ ଗୋରଖପୁର, ଷଷ୍ଠ ଶ୍ରେଣୀର ବାଳକକୁ ଅପହରଣ ପରେ ହତ୍ୟା

Advertisment
କାନପୁର ପରେ ଗୋରଖପୁର, ଷଷ୍ଠ ଶ୍ରେଣୀର ବାଳକକୁ ଅପହରଣ ପରେ ହତ୍ୟା

Mid-Day

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ କାନପୁର ଲ୍ୟାବ୍‌ ଟେକ୍‌ନିସିଆନ୍‌ଙ୍କୁ ଅପହରଣ ପ‌ରେ ହତ୍ୟା ଘଟଣାକୁ କିଛି ଦିନ ନପୁରୁଣୁ ଏବେ ପୁଣି ଗୋରଖପୁର ଜିଲ୍ଲାରେ ଅନୁରୁପ ଘଟଣା ଘଟିଛି। ଷଷ୍ଠ ଶ୍ରେଣୀ‌ରେ ଅଧ୍ୟୟନ କରୁଥିବା ଜଣେ ୧୪ ବର୍ଷର ବାଳକଙ୍କୁ ଅପହରଣ ପରେ ହତ୍ୟା କରାଯାଇଛି। ଅପହରଣକାରୀମାନେ ଉକ୍ତ ବାଳକଙ୍କ ମୁଣ୍ଡ ଜାମିନ ରଖି ତାଙ୍କ ପରିବାର ସଦସ୍ୟଙ୍କଠାରୁ ୧ କୋଟି ଦାବି କରିଥିଲେ। ହେଲେ ବାଳକଙ୍କ ବାପାଙ୍କ ପାଖରେ ସେତେ ଟଙ୍କା ନଥିଲା। ସେ ସଉଦା ଏବଂ ପାନ ଦୋକାନ କରି ବସିଛନ୍ତି। ଗୁଣ୍ଡାମାନଙ୍କ ଦାବି ପୂରଣ ନକରିବାରୁ ଗୁଣ୍ଡାମନେ ତାଙ୍କ ପୁଅକୁ ମାରି ଦେଇଛନ୍ତି। ଗୁଣ୍ଡାମାନଙ୍କ ଧମକ ପାଇବାପରେ ବାଳକଙ୍କ ବାପା ପୁଲିସରେ ଖବର ଦେଇଥିଲେ।

ଗୋରଖପୁର ଏସ୍‌ଏସ୍‌ପି ସୁନୀଲ କୁମାର ଗୁପ୍ତାହ କହିଛନ୍ତି, ଖବର ପାଇ ସେମାନେ ସଙ୍ଗେସଙ୍ଗେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ଅପହରଣକାରୀଙ୍କୁ ସେମାନେ ଗିରଫ କରିଥିଲେ। କିନ୍ତୁ ତଦନ୍ତ ସମୟରେ ଅପହରଣକାରୀମାନେ କହିଥିଲେ ‌ଯେ, ସେମାନେ ବାଳକଙ୍କୁ ମାରିଦେଇଛନ୍ତି। ଅପହରଣକାରୀଙ୍କଠାରୁ ସୂଚନା ପାଇବା ପରେ ଉକ୍ତ ବାଳକର ମୃତଦେହ ଉଦ୍ଧାର ହୋଇଛି। ବାଳକଟି ଗତକାଲି ଅପରାହ୍ନରୁ ନିଖୋଜ ହୋଇଯାଇଥିଲା। ସନ୍ଧ୍ୟାରେ ତା ବାପାଙ୍କ ପାଖକୁ ୧ କୋଟି ଟଙ୍କା ବଦଳରେ ପୁଅକୁ ଫେରାଇ ନେବାପାଇଁ କଲ୍‌ ଆସିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe