ସେନା ବିରୋଧରେ ହତ୍ୟା ମାମଲା:ଶାସକ ପିଡିପି-ବିଜେପି ମୁହାଁମୁହିଁ

Advertisment
ସେନା ବିରୋଧରେ ହତ୍ୟା ମାମଲା:ଶାସକ ପିଡିପି-ବିଜେପି ମୁହାଁମୁହିଁ

ଶ୍ରୀନଗର: ଜମ୍ମୁ କଶ୍ମୀରର ସୋପିଆନ୍‌ ଜିଲ୍ଲାରେ ସେନାବାହିନୀ ଗୁଳିରେ ଦୁଇ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସେନାବାହିନୀର ଜଣେ ମେଜର ଏବଂ ତାଙ୍କ ୟୁନିଟ୍‌ ବିରୋଧରେ ଶନିବାର ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ହତ୍ୟା ମାମଲା ଦାଏର୍‌ ପରେ ମେଣ୍ଟ ଶାସନରେ ଥିବା ପିଡିପି ଏବଂ ବିଜେପି ମଧ୍ୟରେ ବାକ୍‌ ବିତଣ୍ଡା ଆରମ୍ଭ ହୋଇଯାଇଛି। ଏପରିକି ଏହାକୁ ନେଇ ବିଧାନସଭାରେ ମଧ୍ୟ ଶାସକ ମେଣ୍ଟର ଦୁଇ ସହଯୋଗୀ ଦଳ ମଧ୍ୟରେ ମତ ପାର୍ଥକ୍ୟ ଦେଖାଦେଇଛି। ତେବେ ସରକାରଙ୍କ ଏପରି ପଦକ୍ଷେପ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ ଆଲୋଚନା ପରେ ନିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ ତଥା ପିଡିପି ନେତ୍ରୀ ମେହବୁବା ମୁଫ୍‌ତି ସଫେଇ ଦେଇଥିଲା ବେଳେ ବିଜେପି ଏହାକୁ ସହଜରେ ଗ୍ରହଣ କରିନାହିଁ। ଦାଖଲ ହୋଇଥିବା ଏତଲାକୁ ପ୍ରତ୍ୟାହାର କରି ନୂଆ ଏତଲାରେ କୌଣସି ସେନା ଅଧିକାରୀଙ୍କ ନାମ ଉଲ୍ଲେଖ ନକରିବାକୁ ବିଜେପି ଦାବି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe