ଆମ୍ରପଲ୍ଲୀ ଗ୍ରୁପ୍ ଏମ୍‌ଡିଙ୍କ ନାମରେ ହତ୍ୟା ମାମଲା

Advertisment
ଆମ୍ରପଲ୍ଲୀ ଗ୍ରୁପ୍ ଏମ୍‌ଡିଙ୍କ ନାମରେ ହତ୍ୟା ମାମଲା

NDTV.com

ନୂଆଦିଲ୍ଲୀ : ସାତ ବର୍ଷ ପୂର୍ବେ ବିହାରରେ ହୋଇଥିବା ଏକ ହତ୍ୟାକାଣ୍ଡ ମାମଲାରେ ‌ଯେଉଁ ଛଅ ଜଣଙ୍କ ନାମରେ ଅଭିଯୋଗ ହୋଇଛି ସେଥିରେ ଆମ୍ରପଲ୍ଲୀ ଗ୍ରୁପ୍‌ର ଏମ୍‌ଡି ଅନିଲ ଶର୍ମାଙ୍କ ନାମ ରହିଛି। ୨୦୧୪ ଅଗଷ୍ଟରେ ବିହାରର ଲଖିସରାଇ ସ୍ଥିତ ବାଳିକା ବିଦ୍ୟାପୀଠର ସମ୍ପାଦକ ଡକ୍ଟର ଶରତ ଚନ୍ଦ୍ରାଙ୍କୁ ତାଙ୍କ ଘର ସମ୍ମୁଖରେ ଗୁଳି କରି ହତ୍ୟା କରାଯାଇଥିଲା। ବିଦ୍ୟାପୀଠ ପରିସରରେ ଥିବା ନିଜ ଘର ବାଲ୍‌କୋନିରେ ସମ୍ବାଦପତ୍ର ପଢ଼ୁଥିବା ବେଳେ ତାଙ୍କୁ ଗୁଳି କରାଯାଇଥିଲା। ଏହି ମାମଲାରେ ପାଟ୍‌ନା ହାଇକୋର୍ଟଙ୍କ ନିର୍ଦେଶରେ ସିବିଆଇ ତଦନ୍ତ ଦାୟିତ୍ବ ନେଇଥିଲା।

ତଦନ୍ତରୁ ଜଣାପଡ଼ିଛି ଯେ ବିଦ୍ୟାପୀଠର ଜମି ହଡ଼ପ କରିବା ଉଦ୍ଦେଶ୍ୟରେ ଏହି ହତ୍ୟାକାଣ୍ଡ ହୋଇଥିଲା। ସ୍କୁଲ ଯେଉଁଭଳି ଭାବେ ପରିଚାଳିତ ହେଉଥିଲା ସେଥିରେ ଅସନ୍ତୁଷ୍ଟ ହୋଇ ପୂର୍ବରୁ ମଧ୍ୟ ଡକ୍ଟର ଚନ୍ଦ୍ରା ସ୍ବର ଉତ୍ତୋଳନ କରିଥିଲେ। ତାଙ୍କୁ ଧମକାଇବା ଲାଗି ତାଙ୍କ ଘରେ ଭଙ୍ଗାରୁଜା କରାଯାଇଥିଲା। ସେ ଚୁପ୍‌ ନହେବାରୁ ତାଙ୍କୁ ଗୁଳି କରାଯାଇଥିଲା ବୋଲି ସିବିଆଇ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe