ମୃତ୍ୟୁ ଆଡକୁ ଟାଣି ନେଇଗଲା ସାଙ୍ଗର ଭାଉଜକୁ ପ୍ରେମ

ମୃତ୍ୟୁ ଆଡକୁ ଟାଣି ନେଇଗଲା ସାଙ୍ଗର ଭାଉଜକୁ ପ୍ରେମ

ବାରଣାସୀ: ସାଙ୍ଗର ଭାଉଜକୁ ଦେଖି ପ୍ରେମ ହୋଇଗଲା, ଆଉ ଏଥିପାଇଁ ଜଣେ ଯୁବକଙ୍କୁ ହତ୍ୟାର ଶିକାର ହେବାକୁ ପଡିଛି | ପ୍ରେମିକ ଜଣକ କେବେ କଳ୍ପନା କରିନଥିଲେ ଯେ ଏହି ଭାଉଜ ପ୍ରେମ ତାଙ୍କୁ ମୃତ୍ୟୁ ଆଡକୁ ଟାଣି ନେଇଯିବ | ଉତ୍ତରପ୍ରଦେଶ ବାରାଣାସୀର ଭେଲୁପୁର ଅଂଚଳରେ ଏଭଳି ଏକ ଲୋମହର୍ଷଣକାରୀ ହତ୍ୟାକାଣ୍ଡ ଘଟିଛି | ଆଉ ପୁଲିସ ଏହି ଘଟଣାର ଖୋଳତାଡ କରି ଅଭିଯୁକ୍ତ ସାଙ୍ଗକୁ ଗିରଫ କରିଛି | ମିଳିଥିବା ସୂଚନା ମୁତାବକ ଗତ ୯ ଜାନୁଆରୀ ରାତିରେ ଜଣେ ଚୁକ୍ତିଭିତ୍ତିକ ବିଦ୍ୟୁତ କର୍ମଚାରୀଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା।

ବିଦ୍ୟୁତ କର୍ମଚାରୀ ରାଜେଶ ବିଶ୍ୱକର୍ମା ଡ୍ୟୁଟି କରିବାକୁ ପାୱାର ସବ ଷ୍ଟେସନକୁ ଯାଉଥିବାବେଳେ ତାଙ୍କୁ କିଛି ଲୋକ ଗୁଳି କରି ହତ୍ୟା କରିଥିଲେ। ଏହା ପରେ ପୁଲିସ ଘଟଣାର ତଦନ୍ତ କରି ମୃତ ରାଜେଶ ବିଶ୍ୱକର୍ମାଙ୍କ ଦୁଇ ବନ୍ଧୁଙ୍କୁ ଗିରଫ କରିଥିଲା। ଏହି ଦୁଇଜଣଙ୍କ ମଧ୍ୟରୁ ଜଣଙ୍କର ନାମ ରାମ ବାବୁ ହୋଇଥିବାବେଳେ ଅନ୍ୟ ଜଣକର ନାମ ରାଜେଶ ପଟେଲ ବୋଲି ଜଣାପଡିଛି | ପୁଲିସର ସୂଚନାନୁସାରେ, ରାଜେଶ ପଟେଲ ଏବଂ ରାଜେଶ ବିଶ୍ୱକର୍ମାଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ବନ୍ଧୁତା ରହିଆସିଥିଲା |

ଆଉ ଉଭୟ ପରସ୍ପରର ଘରକୁ ଯିବାଆସିବା କରୁଥିଲେ | ତେବେ ରାଜେଶ ପଟେଲଙ୍କ ଭାଉଜକୁ ଦେଖି ରାଜେଶ ବିଶ୍ୱକର୍ମା ପ୍ରେମରେ ପଡିଯାଇଥିଲେ | ନିଜ ସାଙ୍ଗକୁ ମନର କଥା କହିବା ସହ ବିବାହ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ | ତେବେ ଏଥିରେ ରାଜି ନ ହୋଇ ଏଥିରୁ ନିବୃତ ରହିବାକୁ ରାଜେଶ ପଟେଲ ତାଙ୍କ ସାଙ୍ଗକୁ ବୁଝାଇଥିଲେ | ତେବେ ରାଜେଶ ବିଶ୍ୱକର୍ମା ନ ମାନିବାରୁ ଶେଷରେ ସାଙ୍ଗକୁ ହତ୍ୟା କରିଦେଇଥିଲେ | ପୁଲିସ ଏବେ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe