ପାଟନାରେ ଆଉ ଜଣେ ବ୍ୟବସାୟୀଙ୍କୁ ଗୁଳିକରି ହତ୍ୟା

Advertisment

ଅପରାଧୀଙ୍କ ଅଭୟାରଣ୍ୟ ପାଲଟିଛି ବିହାର। ଏପରିକି ରାଜଧାନୀ ପଟନାରେ ଅପରାଧୀମାନେ ଖୋଲାଖୋଲିଭାବେ ଆଇନକୁ ଚ୍ୟାଲେଞ୍ଜ୍ କରୁଛନ୍ତି । ପାଟନାରେ ଗତ ସପ୍ତାହରେ ଘଟିଥିବା ଗୋପାଳ ଖେମକା ହତ୍ୟା ମାମଲା ପରେ, ଏବେ ଆଉ ଜଣେ ବ୍ୟବସାୟୀଙ୍କୁ ଗୁଳି କରାଯାଇଛି। 

ଅପରାଧୀଙ୍କ ଅଭୟାରଣ୍ୟ ପାଲଟିଛି ବିହାର। ଏପରିକି ରାଜଧାନୀ ପଟନାରେ ଅପରାଧୀମାନେ ଖୋଲାଖୋଲିଭାବେ ଆଇନକୁ ଚ୍ୟାଲେଞ୍ଜ୍ କରୁଛନ୍ତି । ପାଟନାରେ ଗତ ସପ୍ତାହରେ ଘଟିଥିବା ଗୋପାଳ ଖେମକା ହତ୍ୟା ମାମଲା ପରେ, ଏବେ ଆଉ ଜଣେ ବ୍ୟବସାୟୀଙ୍କୁ ଗୁଳି କରାଯାଇଛି। 

unnamed

AI Image

ପାଟନା: ଅପରାଧୀଙ୍କ ଅଭୟାରଣ୍ୟ ପାଲଟିଛି ବିହାର। ଏପରିକି ରାଜଧାନୀ ପଟନାରେ ଅପରାଧୀମାନେ ଖୋଲାଖୋଲିଭାବେ ଆଇନକୁ ଚ୍ୟାଲେଞ୍ଜ୍ କରୁଛନ୍ତି । ପାଟନାରେ ଗତ ସପ୍ତାହରେ ଘଟିଥିବା ଗୋପାଳ ଖେମକା ହତ୍ୟା ମାମଲା ପରେ, ଏବେ ଆଉ ଜଣେ ବ୍ୟବସାୟୀଙ୍କୁ ଗୁଳି କରାଯାଇଛି। 

ସୂଚନା ଅନୁସାରେ ପାଟନା ଉପକଣ୍ଠରେ ଥିବା ରାଣୀତାଲବ ଥାନା ଅଞ୍ଚଳର ଧନା ଗାଁରେ, ଜଣେ ଅଜଣା ଅପରାଧୀ ତାଙ୍କ ଘର ବାହାରେ ବଗିଚାରେ ବୁଲୁଥିବା ଜଣେ ବ୍ୟକ୍ତିଙ୍କୁ ଗୁଳି କରି ହତ୍ୟା କରି ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ମୃତ ବ୍ୟକ୍ତିଙ୍କ ନାମ ରମାକାନ୍ତ ଯାଦବ ବୋଲି ଚିହ୍ନଟ କରାଯାଇଛି। 

ପୁଲିସ ଅନୁସାରେ, ମୃତ ରମାକାନ୍ତ ଯାଦବ ସନ୍ଧ୍ୟାରେ ତାଙ୍କ ଘର ବାହାରେ ବଗିଚାରେ ବୁଲୁଥିଲେ, ସେହି ସମୟରେ କିଛି ଅପରାଧୀ ଆସି ହଠାତ୍ ରମାକାନ୍ତ ଯାଦବଙ୍କ ଉପରେ ଗୁଳି ଚଳାଇବା ଆରମ୍ଭ କରିଦେଲେ। ଗୁଳି ରମାକାନ୍ତ ଯାଦବଙ୍କ ଶରୀରରେ ବାଜିଥିଲା, ଯାହା ପରେ ସେ ତଳେ ପଡ଼ିଯାଇଥିଲେ । ଏହି କାଣ୍ଡ ଘଟାଇବା ପରେ ଅପରାଧୀମାନେ ତୁରନ୍ତ ଫେରାର ହୋଇଯାଇଥିଲେ। ଆହତ ଅବସ୍ଥାରେ ପରିବାର ସଦସ୍ୟମାନେ ତାଙ୍କୁ ବିହଟାର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ରମାକାନ୍ତ ଯାଦବ ଗତ କିଛି ବର୍ଷ ଧରି ବାଲି ବ୍ୟବସାୟ ସହିତ ଜଡିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe