ସ୍କୁଟି ସହ ଜିଅନ୍ତା ଯୁବକଙ୍କୁ ଜାଳିଦେଲେ ଦୃବୁର୍ତ୍ତ

Advertisment
ସ୍କୁଟି ସହ ଜିଅନ୍ତା ଯୁବକଙ୍କୁ ଜାଳିଦେଲେ ଦୃବୁର୍ତ୍ତ

photo-aajtak

ଜୟପୁର: ସ୍କୁଟି ସହ ଜିଅନ୍ତା ଯୁବକଙ୍କୁ ଜାଳିଦେଲେ ଦୃବୁର୍ତ୍ତ | ରାଜସ୍ଥାନର ସିକର ଜିଲ୍ଲାରେ ଏଭଳି ଏକ ସମ୍ବେଦନଶୀଳ ମାମଲା ସାମ୍ନାକୁ ଆସିଛି। ମିଳିଥିବା ସୂଚନା ମୁତାବକ ସ୍କୁଟି ସମେତ ଜଣେ ଯୁବକଙ୍କୁ ପୋଡି ଦେବା ଘଟଣା ସିକର ଜିଲ୍ଲାର ପାଲାସିଆ ଗ୍ରାମରେ ଘଟିଛି । ଶୁକ୍ରବାର ବିଳମ୍ବିତ ରାତିରେ ପାଲାସିଆ ଷ୍ଟାଣ୍ଡ ନିକଟରେ ଏହି ଘଟଣା ଘଟିଥିଲା ​​| ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ଉଭୟ ସ୍କୁଟି ଏବଂ ଜଳୁଥିବା ଯୁବକଙ୍କୁ ଦେଖିବାକୁ ପାଇଥିଲା |

ଏହା ପରେ ପୁଲିସ ନିଆଁ ଲିଭାଇ ମୃତଦେହ ଏବଂ ସ୍କୁଟିକୁ ଉଦ୍ଧାର କରିଥିଲା। ଦାଡିଆ ପୁଲିସ ଷ୍ଟେସନ ଅଧିକାରୀ ବ୍ରିଜେଶ ସିଂ କହିଛନ୍ତି ଯେ ସ୍କୁଟିର ରେଜିଷ୍ଟ୍ରେସନ ନମ୍ବରକୁ ଆଧାର କରି ଯୁବକ ଜଣକ ବାଗଡି ନିବାସୀ ଶୁଭକରନ ସ୍ୱାମୀ ବୋଲି ଜଣା ପଡିଛି |

ଯିଏ କି ତାଙ୍କ ବନ୍ଧୁଙ୍କ ସ୍କୁଟି ମାଗିକି ଆଣିଥିଲେ | ତେବେ କେଉଁ ପରିସ୍ଥିତିରେ ଏଭଳି କାଣ୍ଡ ଘଟିଲା ଓ ଏହି ଯୋଜନବଦ୍ଧ ହତ୍ୟାକାଣ୍ଡ ପଛରେ କାହାର ସବୁ ହାତ ରହିଛି ପୁଲିସ ସେ ବାବଦରେ ଅନୁସନ୍ଧାନ କରୁଛି | ତେବେ ପୁଲିସ ସନ୍ଦେହ କରୁଛି ଯେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏଭଳି ଏକ ଅମାନବୀୟ ହତ୍ୟାକାଣ୍ଡ ଘଟିଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe