ଆହ୍ଲାବାଦ: ଆହ୍ଲାବାଦ ସହରର ଏକ ରେସ୍ତୋରାଁ ସାମ୍ନାରେ ଜଣେ ଆଇନ୍ ଛାତ୍ରଙ୍କୁ ସଂଘବଦ୍ଧ ଆକ୍ରମଣରେ ବୀଭତ୍ସ ହତ୍ୟା କରାଯାଇଛି। ହତ୍ୟାକାଣ୍ଡର ଭିଡିିଓ ସୋସିଆଲ ମିଡିିଆରେ ଭାଇରାଲ ହେବା ପରେ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୁଲିସ ଛାନ୍ଭିନ୍ ଚଳାଇଛି। ଭିଡିଓ କ୍ଲିପ୍ ଅନୁସାରେ ୩-୪ଜଣ ଆତତାୟୀ ପଥର, ଇଟା, ହକି ଷ୍ଟିକ୍ ଓ ଲୁହା ପାଇପ୍ ସାହଯ୍ୟରେ ଉକ୍ତ ଛାତ୍ରଙ୍କୁ ଆକ୍ରମଣ କରି ଲହୁଲୁହାଣ କରିଦେଇଛନ୍ତି। ସେମାନେ ଫେରାର୍ ହୋଇଯିବା ପରେ କିଛି ସ୍ଥାନୀୟ ଲୋକେ ମୁମୂର୍ଷୁ ଛାତ୍ରଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଗତକାଲି ରାତିରେ ଆଇନ ଛାତ୍ର ଦିଲୀପ୍ ସରୋଜ(୨୬) ଓ ତାଙ୍କର ଦୁଇ ଜଣ ବନ୍ଧୁ ଆହ୍ଲାବାଦ ସହରର କଳିକା ରେସ୍ତୋରାଁରୁ ଖାଇସାରି ବାହାରେ ବସିଥିଲେ। ଏତିକି ବେଳେ କିଛି ନିଶାସକ୍ତ ଯୁବକ ଆସି ସେମାନଙ୍କୁ ଠେଲାପେଲା କରି ରେସ୍ତୋରାଁ ଭିତରକୁ ଚାଲିଯାଇଥିଲେ। ସେମାନେ କାହିଁକି ଏପରି ଠେଲାପେଲା କଲେ ବୋଲି ପ୍ରଶ୍ନ କରିବାରୁ ଅଭିଯୁକ୍ତମାନେ ଦିଲ୍ଲୀପ ଓ ତାଙ୍କ ବନ୍ଧୁଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଘଟଣାସ୍ଥଳରୁ ଦିଲୀପଙ୍କ ଦୁଇବନ୍ଧୁ ଖସି ଆସିଥିବା ବେଳେ ଦିଲୀପଙ୍କୁ ଉକ୍ତ ଯୁବକମାନେ ଅତି ନୃଶଂସ ଭାବେ ପିଟି ପିଟି ମାରିଦେଇଥିଲେ। ଘଟଣାର ମୁଖ୍ୟ ଅଭିଯୁକ୍ତ ବିଜୟ ଶଙ୍କର ସିଂହ ରେଳବାଇର ଜଣେ କର୍ମଚାରୀ ବୋଲି ପୁଲିସ୍ର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ପୁଲିସ୍ ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଜାରି ରଖିିଛି।
ରେସ୍ତୋରାଁରେ ଆଇନ୍ ଛାତ୍ରଙ୍କୁ ବୀଭତ୍ସ ହତ୍ୟା
Advertisment
Follow Us