ୟୁପିରେ ବର୍ବରତା: ଶିଶୁ କନ୍ୟାକୁ ନିର୍ମମ ହତ୍ୟା ୨ ଗିରଫ, ୫ ପୁଲିସ କର୍ମୀ ନିଲମ୍ବିତ

Advertisment

ଏସ୍‌ଆଇଟି ତଦନ୍ତ ଆରମ୍ଭ, ଦୋଷୀଙ୍କୁ ଫାଶୀ ଦେବାକୁ ଦାବି

ଏସ୍‌ଆଇଟି ତଦନ୍ତ ଆରମ୍ଭ, ଦୋଷୀଙ୍କୁ ଫାଶୀ ଦେବାକୁ ଦାବି

ୟୁପିରେ ବର୍ବରତା: ଶିଶୁ କନ୍ୟାକୁ ନିର୍ମମ ହତ୍ୟା ୨ ଗିରଫ, ୫ ପୁଲିସ କର୍ମୀ ନିଲମ୍ବିତ

ଆଲିଗଡ଼: ଉତ୍ତରପ୍ରଦେଶର ଆଲିଗଡ଼ ଜିଲ୍ଲାରେ ଅଢ଼େଇ ବର୍ଷର ଏକ ଶିଶୁ କନ୍ୟାକୁ ଅତି ନୃଶଂସ ଭାବେ ହତ୍ୟା କରାଯାଇଛି। ଏହି ଘଟଣା ଲୋକଲୋଚନକୁ ଆସିବା ପରେ ଦେଶବ୍ୟାପୀ ଆଲୋଡ଼ନ ସୃଷ୍ଟି ହୋଇଛି ଏବଂ ଅପରାଧୀମାନଙ୍କୁ ଫାଶୀ ଦେବାପାଇଁ ଜୋର୍‌ଦାର ଦାବି ଉଠିଛି। ରାଜ୍ୟ ସରକାର ଆଜି ଏସ୍‌ଆଇଟି ଗଠନ କରି ଏହି ମାମଲାର ତଦନ୍ତ ନ୍ୟସ୍ତ କରିଛନ୍ତି। ହତ୍ୟା ମାମଲାର ୨ ମୁଖ୍ୟ ଅଭିଯୁକ୍ତ ଜାହିଦ ଏବଂ ଅସ୍‌ଲାମକୁ ଗତକାଲି ପୁଲିସ ଗିରଫ କରିଛି। ଏଡିଜି ଆନନ୍ଦ ଶର୍ମା କହିଛନ୍ତି, ଶିଶୁଟିକୁ ମେ ୩୦ ତାରିଖ ଦିନ ଅପହରଣ କରି ହତ୍ୟା କରାଯାଇଥିଲା ଏବଂ ଘଟଣାସ୍ଥଳଠାରୁ କିଛି ଦୂରରେ ଥିବା ଡଷ୍ଟ୍‌ବିନ୍‌ରୁ ୩୧ ତାରିଖ ଦିନ ଶବ ଉଦ୍ଧାର ହୋଇଥିଲା। ଏହି ମାମଲାରେ ଅଭିଯୁକ୍ତଙ୍କ ବିରୋଧରେ ପୋକ୍‌ସୋ ଆଇନ ଲଗାଯାଇଛି ଏବଂ ଅନ୍ୟ ଫେରାର୍‌ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସର ୩ଟି ସ୍ବତନ୍ତ୍ର ଟିମ୍‌ ଗଠନ ହୋଇଛି। ଶିଶୁଟିର ପିତା ମାତ୍ର ୧୦ ହଜାର ଟଙ୍କା ଧାର ନେଇ ଶୁଝି ପାରିନଥିବାରୁ ଅଭିଯୁକ୍ତମାନେ ଶିଶୁଟିକୁ ଉଠାଇ ନେଇ ଗଳା ଚିପି ହତ୍ୟା କରିଥିଲେ ଏବଂ ତା’ର ଆଖି ତାଡ଼ି ଦେବା ସହ ହାତ ମଧ୍ୟ କାଟି ଦେଇଥିଲେ। ଅଭିଯୁକ୍ତମାନେ ସେମାନଙ୍କ ଅପରାଧ ସ୍ବୀକାର କରିଛନ୍ତି । ଶିଶୁଟିର ପିତା ଜାହିଦଠାରୁ ୧୦ ହଜାର ଟଙ୍କା ନେଇ ଶୁଝି ନଥିବାରୁ ଜାହିଦ ଓ ତା’ର ଅନ୍ୟ ସାଥୀମାନେ ଏହି ପୈଶାଚିକ କାଣ୍ଡ ଘଟାଇଛନ୍ତି। ତେବେ ଶିଶୁଟିକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗକୁ ପୁଲିସ ଖଣ୍ଡନ କରିଛି ଏବଂ ତଦନ୍ତରୁ ଏଭଳି କିଛି ପ୍ରମାଣ ମିଳିନାହିଁ ବୋଲି କହିଛି। ଏଫ୍‌ଆଇଆର୍‌ ପରେ ତଦନ୍ତ ପ୍ରକ୍ରିୟାରେ ଢିଲା ନୀତି ପାଇଁ ୫ ଜଣ ପୁଲିସ କର୍ମୀ ନିଲମ୍ବିତ ହୋଇଛନ୍ତି।

publive-image

ଉତ୍ତର ପ୍ରଦେଶ ସରକାର ଶିଶୁ ହତ୍ୟା ମାମଲାରେ ଗିରଫ ହୋଇଥିବା ୨ ମୁଖ୍ୟ ଅଭିଯୁକ୍ତଙ୍କ ବିରୋଧରେ ଏନ୍‌ଏସ୍‌ଏ ଲାଗୁ କରି ମାମଲାକୁ ଫାଷ୍ଟ୍‌ଟ୍ରାକ୍‌ କୋର୍ଟକୁ ସ୍ଥାନାନ୍ତର କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଶିଶୁର ମା’ ସମସ୍ତ ଅପରାଧୀଙ୍କ ପାଇଁ ମୃତ୍ୟୁ ଦଣ୍ଡ ଦାବି କରିଛନ୍ତି। ଜାତୀୟ ଶିଶୁ ଅଧିକାର କମିସନ ଏହି ମାମଲରେ ରିପୋର୍ଟ ଦାଖଲ କରିବାକୁ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe