ନୂଆଦିଲ୍ଲୀ : ନୂଆଦିଲ୍ଲୀର ଶାହଦରାର ଏମଏସ ପାର୍କ ଅଞ୍ଚଳରେ ଆଜି ଗୋଟିଏ ପରିବାରରେ ୪ମହିଳାଙ୍କ ସହ ଜଣେ ସୁରକ୍ଷା କର୍ମୀଙ୍କୁ ତଣ୍ଟିକାଟି ହତ୍ୟା କରାଯାଇଛି। ୬୫ ବର୍ଷୀୟା ଉର୍ମିଳା ଯାଦବ ଏବଂ ତାଙ୍କ ୩ ଝିଅ ସଙ୍ଗୀତା ଗୂପ୍ତା(୫୬), ନୁପୁର ଜିନ୍ଦଲ(୪୮) ଏବଂ ଅଞ୍ଜଳି ଜିନ୍ଦଲ(୩୮) ଏବଂ ସୁରକ୍ଷା କର୍ମୀ ରାକେଶଙ୍କୁ ତଣ୍ଟି କାଟି ହତ୍ୟା କରାଯାଇଛି। ସେମାନଙ୍କ ଶରୀରର ବିିଭିନ୍ନ ଅଂଶରେ ମଧ୍ୟ କ୍ଷତଚିହ୍ନ ରହିଛି। ସମସ୍ତଙ୍କ ମୃତଦେହ ସେମାନଙ୍କ ବାସଗୃହରୁ ଉଦ୍ଧାର କରାଯାଇଛି। ଶାହଦରା ଡେପୁଟି କମିସନର ପୁଲିସ ନୁପୁର ପ୍ରସାଦଙ୍କ ତତ୍ତ୍ୱାବଧାନରେ ଏକ ପୁଲିସ ଦଳ ସଙ୍ଗେସଙ୍ଗେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଦେଇଛନ୍ତି। ପ୍ରାରମ୍ଭିକ ତଦନ୍ତରୁ ଜଣାଯାଇଛି ଯେ, ସମ୍ପତ୍ତି ବିବାଦକୁ ନେଇ ଏହି ହତ୍ୟାକାଣ୍ଡ ଘଟିଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ ଉକ୍ତ ପରିବାରର ଜାତୀୟ ରାଜଧାନୀରେ ଏକ ଜିନ୍ଦର ଅଏଲ ମିଲ୍ ରହିଛି। ନିକଟରେ ସେମାନେ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ଏକ ପ୍ଲଟ୍ ବିକିଥିଲେ ଯାହାକୁ ନେଇ ବିବାଦ ଲାଗି ରହିଥିଲା। କିନ୍ତୁ ଏ ବାବଦରେ ସ୍ପଷ୍ଟ କାରଣ ଏଯାବତ୍ ଜଣା ପଡ଼ିନଥିବା ପୁଲିସ କହିଛି । ଫରେନସିକ୍ ଏବଂ କ୍ରାଇମ୍ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଘଟଣା ସଂକ୍ରାନ୍ତରେ ଅଧିକ ପ୍ରମାଣ ସଂଗ୍ରହ କରୁଛନ୍ତି।
ପରିବାରର ୪ ମହିଳାଙ୍କ ସମେତ ୫ ଜଣଙ୍କୁ ହତ୍ୟା
Advertisment
Follow Us