ମାସ୍କ ପାଇଁ ବିବାଦରୁ ଯୁବତୀଙ୍କୁ ହତ୍ୟା

Advertisment
ମାସ୍କ ପାଇଁ ବିବାଦରୁ ଯୁବତୀଙ୍କୁ ହତ୍ୟା

Image Source: The Indian Express

ବିଜୟଵାଡ଼ା: ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଜିଲ୍ଲା ଅନ୍ତର୍ଗତ ରେଣ୍ଟାଚିଣ୍ଟାଲା ଠାରେ ମାସ୍କ ପିନ୍ଧିବାକୁ କେନ୍ଦ୍ର କରି ଜଣେ ଯୁବତୀ(୧୯ ବର୍ଷ)ଙ୍କୁ ହତ୍ୟା କରାଯିବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ଘଟଣାଟି ଗତ ୩ ତାରିଖରେ ସଂଘଟିତ ହୋଇଥିଲେ ହେଁ ଚିକିତ୍ସାଧୀନ ଥିବା ଯୁବତୀଙ୍କର ଆଜି ମୃତ୍ୟୁ ଘଟିବା ପରେ ତାହା ଲୋକଲୋଚନକୁ ଆସିଛି। ମୃତା ଯୁବତୀଙ୍କ ନାମ କର୍ଣ୍ଣତି ଫତିମା ବୋଲି ଜଣାଯାଇଛି।

ପୁଲିସ ସୂଚନାନୁଯାୟୀ, ଗତ ୩ ତାରିଖରେ ଫତିମାଙ୍କ ବାପା ରିକ୍ସାଚାଳକ ୟାଲାମାଣ୍ଡା କାହିଁକି ମାସ୍କ ପିନ୍ଧିନାହାନ୍ତି ବୋଲି ତାଙ୍କୁ ଅନ୍ନପୁରେଡ଼ି ମାଲିକାର୍ଜୁନ(୧୯) ନାମକ ଜଣେ ସ୍ଥାନୀୟ ଯୁବକ ଭୀଷଣ ଗାଳି କରିଥିଲେ। ତେବେ ପରେ ନିଜେ ମାଲିକାର୍ଜୁନ ବିନା ମାସ୍କ୍‌ରେ ବୁଲାବୁଲି କରୁଥିବା ଦେଖି ଫତିମାଙ୍କ ମାଆ ପ୍ରଶ୍ନ କରିଥିଲେ। ଏହାକୁ କେନ୍ଦ୍ର କରି ସେମାନଙ୍କ ମଧ୍ୟରେ କଳହ ଲାଗିଥିଲା। ପରେ ଏହା ଉଗ୍ର ରୂପ ନେବା ସହ ସେଥିରେ ଊଭୟ ପରିବାର ସାମିଲ ହୋଇଥିଲେ। ମାଲିକାର୍ଜୁନ ଉତ୍ତ୍ୟକ୍ତ ହୋଇ ୟାଲାମାଣ୍ଡାଙ୍କୁ ପିଟୁଥିବା ବେଳେ ବାପାଙ୍କୁ ବଞ୍ଚାଇବାକୁ ଯାଇଥିବା ଫତିମା ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ। ଗୁରୁତର ଆହତ ଅବସ୍ଥାରେ ତାଙ୍କୁ ଗୁଣ୍ଟୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଆଜି ସେ ଆଖି ବୁଜିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe