ସୁନ୍ଦରଗଡ଼ ଜିଲ୍ଲାର ସମାବର୍ତ୍ତୀ ଅଞ୍ଚଳରେ ଦୁଇ ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ, ମା ଓ ପୁଅଙ୍କ ସମେତ ୪ଜଣଙ୍କର ମୃତ୍ୟୁ

ସୁନ୍ଦରଗଡ଼ ଜିଲ୍ଲାର ସମାବର୍ତ୍ତୀ ଅଞ୍ଚଳରେ  ଦୁଇ ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ, ମା ଓ ପୁଅଙ୍କ ସମେତ ୪ଜଣଙ୍କର ମୃତ୍ୟୁ

ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲାର ସମାବର୍ତ୍ତୀ ଅଞ୍ଚଳରେ  ଦୁଇ ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷରେ ଚାରିଜଣଙ୍କର ମୃତ୍ୟୁ ଘଟିଛି। ପ୍ରାପ୍ତ ସୂଚନା ଅନୁଯାୟୀ, ଓଡିଶା ସୀମାନ୍ତରେ ଥିବା ବୀରମିତ୍ରପୁରଠାରୁ ପ୍ରାୟ ୪୦କି.ମି.ଦୂରସ୍ଥ ସୁନ୍ଦରଗଡ଼ ଜିଲ୍ଲାର ସମାବର୍ତ୍ତୀ ଝାଡ଼ଖଣ୍ଡ ରାଜ୍ୟର ସିମଡେଗା ଜିଲ୍ଲାର କୁରଡେଗ ଥାନାର ମହୁଆଡ଼ିହିରେ ଜମି ବିବାଦକୁ କେନ୍ଦ୍ରକରି ଏହି ଘଟଣା ଘଟିଛି। ସିମଡେଗା ଜିଲ୍ଲାର ମହୁଆଡ଼ିହି ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ପୂର୍ବରୁ ଏକ ଜମିଜମା ବିବାଦ ଲାଗି ରହିଥିଲା। କିନ୍ତୁ ଏହାର ଆପୋଷ ବୁଝାମଣା ହୋଇଥିଲା |

ଗୁରୁବାର ସକାଳ ପ୍ରାୟ ସାଢେ ୬ଟା ସମୟରେ ଘଟଣା ଦିନ ମହୁଆକୁ ବାଛିବା ନେଇ ଏକ ବିବାଦ ଦେଖା ଦେଇଥିଲା, ଯାହା ଏକ ରକ୍ତାକ୍ତ ବିବାଦରେ ପରିଣତ ହୋଇଥିଲା |

ଏଥିରେ ମା ଓ ପୁଅଙ୍କ ସମେତ ୪ଜଣଙ୍କର ମୃତ୍ୟୁ ହୋଇଛି l ଏଥିରେ ଗୋଟିଏ ଗୋଷ୍ଠୀର ଲେନବତୀ ଦେବୀ (୫୦) ଓ ତାଙ୍କ ପୁଅ ସୁନୀଲ ଯାଦବ (୧୬)ଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଗୋଷ୍ଠୀର ବିତ୍ତଲ ଯାଦବ (୬୦) ଏବଂ ମହେନ୍ଦ୍ର ଯାଦବ (୫୫) ଡାକ୍ତରଖାନାରେ ପ୍ରାଣ ହରାଇଥିଲେ। ଖବର ପାଇ କୁରଡେଗ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe