ନାବାଳିକାଙ୍କୁ ଗୁଳିକରି ହତ୍ୟା

Advertisment
ନାବାଳିକାଙ୍କୁ ଗୁଳିକରି ହତ୍ୟା

ଲକ୍ଷ୍ନୌ: ଦୁଷ୍କର୍ମ ଉଦ୍ୟମ ହୋଇଥିବା ନେଇ ପୁଲିସ୍‌ ନିକଟରେ ଅଭିଯୋଗ କରିବାର ୫ ଦିନ ପରେ ଉତ୍ତରପ୍ରଦେଶର ବାନ୍ଦାଠାରେ ଜଣେ ନାବାଳିକାଙ୍କୁ ୪ ଜଣ ଯୁବକ ଗୁଳିକରି ହତ୍ୟା କରିଛନ୍ତି। ପୁଲିସ୍‌ ଏହି ଘଟଣାରେ ୩ ଜଣ ସନ୍ଦିଗ୍ଧଙ୍କୁ ଅଟକ ରଖି ପଚରା ଉଚରା କରୁଥିବା ବେଳେ ଅନ୍ୟ ଜଣେ ଏବେ ବି ଫେରାର ଥିବା ଜଣାପଡ଼ିଛି। ମହୋବାର ଏହି ନାବାଳିକା ଜଣଙ୍କ ନର୍ସିଂ କରିବା ପାଇଁ କିଛି ଦିନ ତଳେ ବାନ୍ଦାକୁ ଆସିଥିଲେ। ତାଙ୍କୁ ଗଣଦୁଷ୍କର୍ମ ଉଦ୍ୟମ କରାଯାଇଥିବା ନେଇ ପୁଲିସ୍‌ରେ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ୍‌ ଏନେଇ ମାମଲା ରୁଜୁ କରିନଥିଲା। ଆଜି ନାବାଳିକାଙ୍କୁ ହତ୍ୟା ଘଟଣା ଆଲୋଡ଼ନ ସୃଷ୍ଟି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe