କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଚତୁର୍ବେଦୀଙ୍କୁ ଟ୍ଵିଟର୍‌ରେ ଧମକ

Advertisment
କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଚତୁର୍ବେଦୀଙ୍କୁ ଟ୍ଵିଟର୍‌ରେ ଧମକ

ମୁମ୍ବାଇ: ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ପରେ ଏବେ କଂଗ୍ରେସ ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ଅନ୍‌ଲାଇନ୍‌ ଟ୍ରୋଲିଂର ଶିକାର ହୋଇଛନ୍ତି। ଟ୍ଵିଟର୍‌ରେ ତାଙ୍କୁ କିଛି ଲୋକ ଧମକଚମକ ଦେଉଥିବା ସେ ମୁମ୍ବାଇ ପୁଲିସ ନିକଟରେ ଅଭିଯୋଗ କରିଛନ୍ତି। ଏମିତି କି ତାଙ୍କ ୧୦ ବର୍ଷୀୟା ଝିଅ ପ୍ରତି କ୍ଷତି ପହଞ୍ଚାଇବା ପାଇଁ ଧମକ ଦିଆଯାଉଥିବା ସେ କହିଛନ୍ତି। ଟ୍ଵିଟର୍‌ ଜରିଆରେ ପ୍ରିୟଙ୍କା କହିଛନ୍ତି, ମଧ୍ୟ ପ୍ରଦେଶର ମନ୍ଦସୁରରେ ୭ ବର୍ଷୀୟା ନାବାଳିକାକୁ ଗଣଦୁଷ୍କର୍ମ କରାଯିବା ଘଟଣାକୁ ଆଧାର କରି ତାଙ୍କୁ ସମାଲୋଚନା କରାଯାଉଛି। ଏହି ଦୁଷ୍କର୍ମ ଘଟଣାର ଅଭିଯୁକ୍ତମାନଙ୍କୁ ସେ ସମର୍ଥନ କରୁଛନ୍ତି ବୋଲି ଦର୍ଶାଇ କିଛି ଲୋକ ନକଲି ଟ୍ଵିଟ୍‌ ପ୍ରସ୍ତୁତ କରୁଛନ୍ତି। ପ୍ରିୟଙ୍କାଙ୍କ ନକଲି ମେସେଜ୍‌ ତିଆରି କରି ଏହାକୁ ସେମାନେ ନିଜ ଟ୍ଵିଟର୍‌ ଆକାଉଣ୍ଟ ଜରିଆରେ ସଂଲଗ୍ନ କରି ଭର୍ତ୍ସନା କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe