Image Courtesy of Zee News
ଇମ୍ଫାଲ: ମଣିପୁରରେ ଜଣେ ବିଜେପି ନେତାଙ୍କୁ ତାଙ୍କ ଘର ନିକଟରେ ଗୁଳିକରି ହତ୍ୟା କରାଯାଇଛି। ବିଜେପିର ମଣିପୁର ଏକ୍ସ ସର୍ଭିସମେନ ସେଲ୍ର ସାଧାରଣ ସମ୍ପାଦକ ଏଲ୍ ରାମେଶ୍ବର ସିଂହଙ୍କୁ ଆଜି ଥୌବାଲ ଜିଲ୍ଲା ଅଧୀନସ୍ଥ କ୍ଷେତ୍ରୀ ଲେଇକାଇ ଅଞ୍ଚଳରେ ତାଙ୍କ ଘର ନିକଟରେ ହତ୍ୟା କରାଯାଇଛି।
ପୂର୍ବାହ୍ନ ୧୦.୩୦ରୁ ୧୧.୩୦ ମଧ୍ୟରେ ଏହି ଘଟଣା ଘଟିଛି। ରାମେଶ୍ବର ତାଙ୍କ ଘର ନିକଟରେ ଠିଆ ହୋଇଥିବାବେଳେ ୨ ଜଣ ବ୍ୟକ୍ତି ଏକ ଏସ୍ୟୁଭି କାର୍ରେ ଆସି ତାଙ୍କ ଉପରକୁ ଗୁଳି ଚଳାଇଥିଲେ। ରାମେଶ୍ବରଙ୍କୁ ସଙ୍ଗେସଙ୍ଗେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ଅପରାହ୍ନା ଗୋଟାଏରେ ତାଙ୍କର ମୃତ୍ୟୁ ହୋଇଯାଇଛି। କାର୍ ଡ୍ରାଇଭରକୁ ପୁଲିସ ଧରିଛି। ତଦନ୍ତ ପରେ ଉକ୍ତ କାର୍ ଡ୍ରାଇଭର ମାନିଛି ଯେ ଇମ୍ଫାଲ ପଶ୍ଚିମର ଜଣେ ବ୍ୟକ୍ତି ବିଜେପି ନେତାଙ୍କ ଉପରକୁ ଗୁଳି ଚଳାଇଥିଲା। ପୁଲିସ ଏହି ମାମଲାରେ ଅଧିକ ତଦନ୍ତ ଜାରି ରଖିଛି। ଉଲ୍ଲେଖଯୋଗ୍ୟ, ଗତକାଲି କରିମଗଞ୍ଜରେ ମଧ୍ୟ ଜଣେ ବିଜେପି କର୍ମୀଙ୍କୁ ହତ୍ୟା କରାଯାଇଥିଲା।
Follow Us