କୌଣସି ମୁହୂର୍ତ୍ତରେ ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ ନେଇଯିବେ ମୋର ଜୀବନ

Advertisment

ପପୁ ଯାଦବ ଗୃହ ମନ୍ତ୍ରାଳୟକୁ ଜେଡ ଶ୍ରେଣୀର ସୁରକ୍ଷା ଦେବା ପାଇଁ ଦାବି କରି କହିଛନ୍ତି, ‘ଏବେ ମୋତେ ୱାଇ ଶ୍ରେଣୀର ସୁରକ୍ଷା ଦିଆଯାଉଛି। କିନ୍ତୁ କ୍ରମାଗତ ଭାବେ ଧମକ ପରେ ଧମକ ଏପରି କି ହତ୍ୟା ଧମକ ବି ମିଳୁଛି।’

Updated On

ପପୁ ଯାଦବ ଗୃହ ମନ୍ତ୍ରାଳୟକୁ ଜେଡ ଶ୍ରେଣୀର ସୁରକ୍ଷା ଦେବା ପାଇଁ ଦାବି କରି କହିଛନ୍ତି, ‘ଏବେ ମୋତେ ୱାଇ ଶ୍ରେଣୀର ସୁରକ୍ଷା ଦିଆଯାଉଛି। କିନ୍ତୁ କ୍ରମାଗତ ଭାବେ ଧମକ ପରେ ଧମକ ଏପରି କି ହତ୍ୟା ଧମକ ବି ମିଳୁଛି।’

ଅଦ୍ୟତନ ହୋଇଛି
ମଦ

ନୂଆଦିଲ୍ଲୀ: ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ପକ୍ଷରୁ ବିହାରର ପୂର୍ଣ୍ଣିୟା ସାଂସଦ ପପୁ ଯାଦବଙ୍କୁ ହତ୍ୟା ପାଇଁ ଧମକ ମିଳୁଛି। ପପୁ ଯାଦବ ଏଭଳି ଧମକପୂର୍ଣ୍ଣ ବାର୍ତ୍ତା ପାଇବା ପରେ ପୁଲିସ ସମେତ କେନ୍ଦ୍ରଗୃହ ମନ୍ତ୍ରାଳୟକୁ ଚିଠି ଲେଖି ସୁରକ୍ଷା ଦାବି କରିଛନ୍ତି।

ଏଥିସହିତ ପପୁ ଯାଦବ ଗୃହ ମନ୍ତ୍ରାଳୟକୁ ଜେଡ ଶ୍ରେଣୀର ସୁରକ୍ଷା ଦେବା ପାଇଁ ଦାବି କରି କହିଛନ୍ତି, ‘ଏବେ ମୋତେ ୱାଇ ଶ୍ରେଣୀର ସୁରକ୍ଷା ଦିଆଯାଉଛି। କିନ୍ତୁ କ୍ରମାଗତ ଭାବେ ଧମକ ପରେ ଧମକ ଏପରି କି ହତ୍ୟା ଧମକ ବି ମିଳୁଛି। ଯଦି ମୋର ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରା ନଯାଏ ତେବେ ମୋତେ ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ କେତେବେଳେ ବି ମାରି ଦେଇପାରନ୍ତି।

ତେଣୁ ମୋର ପ୍ରତିଟି କାର୍ଯ୍ୟକ୍ରମ ସ୍ଥଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଉ। ଦେଶରେ ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ କ୍ରମାଗତ ଭାବେ ଅପରାଧିକ ଘଟଣାମାନ ଘଟାଇ ଚାଲିଛନ୍ତି।  ମୁଁ ଜଣେ ରାଜନେତା ହୋଇଥିବାରୁ ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗର ବିରୋଧ କରିଥିଲି। ଏହି କାରଣରୁ ଗ୍ୟାଙ୍ଗ ମୁଖ୍ୟ ଲରେନ୍ସ ବିଷ୍ନୋଇ ମୋତେ ଫୋନ କରି ହତ୍ୟା ଧମକ ଦେଇଛି। କିନ୍ତୁ ସରକାର ‌ମୋର ସୁରକ୍ଷାପ୍ରତି ବିଶେଷ କିଛି ଗୁରୁତ୍ବ ଦେଉ ନାହାନ୍ତି। ପୂର୍ବରୁ ମୋର ଓ ମୋ ପରିବାର ଉପରେ ଆକ୍ରମଣ ହୋଇସାରିଛି। ଭଗବାନଙ୍କ କୃପାରୁ ମୋର ଜୀବନ ବଞ୍ଚି ଯାଇଛି।’

ଅଧିକପଢ଼ନ୍ତୁ:https://sambad.in/leading/man-arrested-in-rape-case-at-malkangiri-7368313

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe