୮ କୋଟି ସମ୍ପତ୍ତି ହଡ଼ପ ପାଇଁ ସ୍ବାମୀକୁ ହତ୍ୟା: ୮୪୦ କିମି ଦୂର ଯାତ୍ରା କରି ଶବକୁ ପୋଡ଼ିଲେ

Advertisment

ଅକ୍ଟୋବର ୮ରେ ତେଲେଙ୍ଗାନାର ଜଣେ ଧନୀ ବ୍ୟବସାୟୀଙ୍କ ଦଗ୍ଦୀଭୂତ ମୃତଦେହ କର୍ଣ୍ଣାଟକର କୋଡ଼ାଗୁ କଫି ଇଷ୍ଟେଟ୍‌ରୁ ମିଳିଥିଲା। ଏହି ଘଟଣାରେ ପୁଲିସ ମୃତ ବ୍ୟବସାୟୀଙ୍କ ପତ୍ନୀ ଓ ଅନ୍ୟ ଦୁଇଜଣ ପୁରୁଷ ସହଯୋଗୀଙ୍କୁ ଗିରଫ କରିଛି।

ଅକ୍ଟୋବର ୮ରେ ତେଲେଙ୍ଗାନାର ଜଣେ ଧନୀ ବ୍ୟବସାୟୀଙ୍କ ଦଗ୍ଦୀଭୂତ ମୃତଦେହ କର୍ଣ୍ଣାଟକର କୋଡ଼ାଗୁ କଫି ଇଷ୍ଟେଟ୍‌ରୁ ମିଳିଥିଲା। ଏହି ଘଟଣାରେ ପୁଲିସ ମୃତ ବ୍ୟବସାୟୀଙ୍କ ପତ୍ନୀ ଓ ଅନ୍ୟ ଦୁଇଜଣ ପୁରୁଷ ସହଯୋଗୀଙ୍କୁ ଗିରଫ କରିଛି।

asasfsfsfeefe

ବେଙ୍ଗାଲୁରୁ: ଅକ୍ଟୋବର ୮ରେ ତେଲେଙ୍ଗାନାର ଜଣେ ଧନୀ ବ୍ୟବସାୟୀଙ୍କ ଦଗ୍ଦୀଭୂତ ମୃତଦେହ କର୍ଣ୍ଣାଟକର କୋଡ଼ାଗୁ କଫି ଇଷ୍ଟେଟ୍‌ରୁ ମିଳିଥିଲା। ଏହି ଘଟଣାରେ ପୁଲିସ ମୃତ ବ୍ୟବସାୟୀଙ୍କ ପତ୍ନୀ ଓ ଅନ୍ୟ ଦୁଇଜଣ ପୁରୁଷ ସହଯୋଗୀଙ୍କୁ ଗିରଫ କରିଛି। ଜାତୀୟ ରାଜପଥ ଠାରୁ ମାତ୍ର ୧ କିମି ଦୂର କୋଡ଼ାଗୁ କଫି ଇଷ୍ଟେଟ୍‌ରେ ରମେଶ (୫୪)ଙ୍କ ମୃତଦେହକୁ ବେଙ୍ଗାଲୁରୁ ପୁଲିସ ଉଦ୍ଧାର କରିଥିଲା। ଘଟଣାର ତଦନ୍ତ ପାଇଁ ଏକ ସ୍ବତନ୍ତ୍ର ପୁଲିସ ଟିମ୍‌ ଗଠନ ହୋଇଥିଲା। ଶତାଧିକ ସିସିଟିଭି ଫୁଟେଜ୍‌ ଯାଞ୍ଚ କରାଯାଇଥିଲା। ମାଡିକେରି, ସୁନିତିକୋପ୍ପା, କୁଶଳନଗର, ମାଧପୁର ଆଦି ଅଞ୍ଚଳକୁ ଯୋଗାଯୋଗ କରୁଥିବା ସମସ୍ତ ରାସ୍ତାରେ ଯାନବାହାନ  ଟ୍ରାକିଂ କରାଯାଇଥିଲା। ଶେଷରେ ରମେଶଙ୍କ ନିଖୋଜ କାର୍‌କୁ ଠାବ କରି ପୁଲିସ   ତାଙ୍କ ନିକଟ ସମ୍ପର୍କୀୟଙ୍କ ପାଖ‌ରେ ପହଞ୍ଚିଥିଲା। ‌ରମେଶଙ୍କ ପତ୍ନୀ ନିହାରିକା(୨୯), ତାଙ୍କ ସହଯୋଗୀ ତଥା ପଶୁଡାକ୍ତର ନିଖିଳ ଓ ବନ୍ଧୁ ଅଙ୍କୁର ରାଣାଙ୍କ ଉପରେ ପୁଲିସର ସନ୍ଦେହ ଦୃଢ଼ୀଭୂତ ହୋଇଥିଲା। ପଚରାଉଚରାରେ ସେମାନେ ଦୋଷ ସ୍ବୀକାର କରିଥିଲେ। 

ସୂଚନାନୁସାରେ, ଅତି କମ୍‌ ବୟସରୁ ନିହାରିକାଙ୍କ ବାପାଙ୍କ ମୃତ୍ୟୁ ହୋଇଥିଲା। ତାଙ୍କ ମା’ ଦ୍ବିତୀୟ ବିବାହ କରିଥିଲେ। ନିହାରିକାକୁ ମଧ୍ୟ କମ୍‌ ବୟସରୁ ବିବାହ କରିଦିଆଯାଇଥିଲା। ସ୍ବାମୀ ସହ ବିବାଦରୁ ସେ ଛାଡ଼ପତ୍ର ନେଇ ଅଲଗା ରହୁଥିଲା। ନିଜର ଚେଷ୍ଟା ବଳରେ ଇଂଜିନିୟରିଂ ପଢ଼ି ଅନେକ କମ୍ପାନିରେ ଭଲ ଦରମାରେ ଚାକିରି ବି କରିଥିଲା। ହରିୟାଣାରେ କାମ କରିବା ବେଳେ ନିହାରିକା ଆର୍ଥିକ ଜାଲିଆତିରେ ସମ୍ପୃକ୍ତି ପାଇଁ ଗିରଫ ହୋଇଥିଲା‌। ସେଠାରୁ ସେ ବେଙ୍ଗାଲୁରୁ ଫେରି ୨୦୧୮ରେ ରମେଶଙ୍କୁ ବିବାହ କରିଥିଲା। କିନ୍ତୁ କିଛିଦିନ ପୂର୍ବେ ସେ ରମେଶଙ୍କ ଠାରୁ ୮ କୋଟି ଦାବି କରିଥିଲା। ଏହାକୁ ନେଇ ରମେଶ ଓ ନିହାରିକାଙ୍କ ମଧ୍ୟରେ ବିବାଦ ହୋଇଥିଲା। ଶେଷରେ ସେ ସ୍ବାମୀଙ୍କୁ ହତ୍ୟା ଯୋଜନା କରିଥିଲା। ଅକ୍ଟୋବର ୧ରେ ହାଇଦ୍ରାବାଦରେ ‌ରମେଶଙ୍କୁ ହତ୍ୟା କରିବା ‌ପରେ ମୃତଦେହକୁ ୮୪୦ କିମି ଦୂର କୋଡୁଗୁ କଫି ଇଷ୍ଟେଟ୍‌କୁ ଆଣି ପୋଡ଼ି ଦିଆଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe