ବିହାର ଜେଲ୍‌ରେ ହତ୍ୟାକାରୀ ଦେଉଛନ୍ତି ଜନ୍ମଦିନ ପାର୍ଟି; ଭିଡିଓ ଭାଇରାଲ୍‌

Advertisment
ବିହାର ଜେଲ୍‌ରେ ହତ୍ୟାକାରୀ ଦେଉଛନ୍ତି ଜନ୍ମଦିନ ପାର୍ଟି; ଭିଡିଓ ଭାଇରାଲ୍‌

Image Source: India Today

ପାଟନା: ବିହାରର ସୀତାମାର୍ଝି ଜେଲ୍‌ରେ ଜଣେ ଅପରାଧୀ କେକ୍‌ କାଟିବା ଓ କଏଦୀମାନଙ୍କୁ ଭାତ ଓ ଛେଳିମାଂସ ତରକାରି ଦେବାର ଦୃଶ୍ୟ ସମ୍ପ୍ରତି ଗଣମାଧ୍ୟମରେ ଭାଇରାଲ୍‌ ହୋଇଛି।

୨୦୧୫ରେ ଦରଭଙ୍ଗାରେ ଦୁଇଜଣ ଇଞ୍ଜିନିୟର୍‌ଙ୍କ ହତ୍ୟା ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ପିଣ୍ଟୁ ତିଓ୍ଵାରି ଆଜୀବନ କାରାଦଣ୍ଡ ଭୋଗୁଛନ୍ତି। ନିକଟରେ ସେ ଜେଲ୍‌ ମଧ୍ୟରେ ତାଙ୍କ ଜନ୍ମଦିନ ପାଳନ କରିବା ଅବସରରେ କେକ୍‌ କାଟିବା ସହ ଅନ୍ୟ କଏଦୀମାନଙ୍କ ଠାରୁ ଉପହାର ଗ୍ରହଣ କରିଛନ୍ତି। ସେ କେକ୍‌ କାଟୁଥିବା ବେଳେ କଏଦୀମାନେ ‘ହାପି ବାର୍ଥ ଡେ’ ଗୀତ ଗାଇଥିଲେ।

publive-image

ସେ ଭିଡିଓରେ ଆହୁରି ଦେଖାଯାଉଛି ଡଜନାଧିକ କଏଦୀ ଚଟାଣରେ ବସି ଭାତ ଓ ଛେଳିମାଂସ ତରକାରି ଖାଉଛନ୍ତି। ପାର୍ଟି ସରିବା ପରେ ପିଣ୍ଟୁ ଏବଂ ଅନ୍ୟ କଏଦୀମାନେ ମିଠା ଖାଉଥିବା ଦେଖାଯାଉଛି।

ଯାହା ଶୁଣାଯାଉଛି, ପାର୍ଟି ଆୟୋଜନ ପାଇଁ ଜଣେ କ୍ୟାଟର୍‌ରଙ୍କୁ ଜେଲ୍‌ ପରିସରକୁ ଡକା ଯାଇଥିଲା। ସମଗ୍ର ଜନ୍ମୋତ୍ସବ ପାଳନକୁ ରେକର୍ଡ କରିବାକୁ ଜେଲ୍‌ ମଧ୍ୟରେ ମୋବାଇଲ୍‌ ଫୋନ୍‌ଟିଏ ରଖାଯାଇଥିଲା।

ସାମାଜିକ ଗଣମାଧ୍ୟମରେ ଭିଡିଓ ଭାଇରାଲ୍‌ ହେବା ପରେ ପୁଲିସ ବିଭାଗରେ ତତ୍ପରତା ପ୍ରକାଶ ପାଇଛି। ଜେଲ୍‌ ଆଇ ଜି ମିଥିଳେଶ ମିଶ୍ର ଏହି ଘଟଣାର ତଦନ୍ତାଦେଶ ଦେବା ସହ ଜିଲ୍ଲା ଏବଂ ଜେଲ୍‌ ପ୍ରଶାସନ ଠାରୁ ରିପୋର୍ଟ ତଲବ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe