ଆତଙ୍କବାଦୀଙ୍କ ସହ ଗୋରଖପୁର ଆକ୍ରମଣକାରୀର ସମ୍ପର୍କ ନେଇ ତନାଘନା, ତଦନ୍ତ ପାଇଁ ନେପାଳ ଗଲା ଏଟିଏସ

Advertisment

ଜାକିର ନାଇକଙ୍କ ବଡ ପ୍ରଶଂସକ ଥିଲା ମୁର୍ତାଜା ଅହମ୍ମଦ

ଜାକିର ନାଇକଙ୍କ ବଡ ପ୍ରଶଂସକ ଥିଲା ମୁର୍ତାଜା ଅହମ୍ମଦ

ଆତଙ୍କବାଦୀଙ୍କ ସହ ଗୋରଖପୁର ଆକ୍ରମଣକାରୀର ସମ୍ପର୍କ ନେଇ ତନାଘନା, ତଦନ୍ତ ପାଇଁ ନେପାଳ ଗଲା ଏଟିଏସ

ଗୋରଖପୁର: ଇସ୍‌ଲାମିକ୍‌ ରିସର୍ଚ୍ଚ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଭାରତ ବିରୋଧରେ ଆପତ୍ତିଜନକ ଭାଷଣ ଦେଉଥିବା ଜାକିର ନାଇକର ବଡ ପ୍ରଶଂସକ ଥିଲା ଗୋରଖନାଥ ମନ୍ଦିରରେ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ କରିଥିବା ଇଂଜିନିଅରିଂ ଛାତ୍ର ମୁର୍ତାଜା | ପ୍ରାରମ୍ଭିକ ତଦନ୍ତ ଅନୁସାରେ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ ପୂର୍ବରୁ ନେପାଳ ଯାଇଥିଲା ମୁର୍ତାଜା ଅହମ୍ମଦ ଅବ୍ବାସି | ତାହାର ମୋବାଇଲ ଏବଂ ଲାପଟପରୁ ଏଟିଏସକୁ ଏଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିଛି |

ଅନୁସନ୍ଧାନରେ ଏପର୍ଯ୍ୟନ୍ତ ମିଳିଥିବା ତଥ୍ୟକୁ ଆଧାର କରି ଏଟିଏସ୍ ଟିମ୍ ଆକ୍ରମଣକାରୀଙ୍କ ଆତଙ୍କବାଦୀ ସମ୍ପର୍କ ଜାଣିବା ପାଇଁ ନେପାଳ ଯାଇଛି। ଗୋରଖପୁର ଘଟଣା ପରେ ମୁର୍ତାଜାର ବ୍ୟାଗରୁ ଲାପଟପ୍, ପାନକାର୍ଡ ଏବଂ ଅନ୍ୟାନ୍ୟ ଜିନିଷ ମିଳିଥିବାବେଳେ ଏକ ପୁସ୍ତକ ମଧ୍ୟ ମିଳିଛି | ଆଉ ମୁର୍ତାଜାର ମୋବାଇଲର ଡାଟା ସ୍କାନ କରିବା ପରେ ଜଣାପଡିଥିଲା ​​ଯେ ସେ ପ୍ରାୟତଃ ଜାକିର ନାଇକଙ୍କ ଭାରତ ବିରୋଧୀ ଭିଡିଓ ଦେଖୁଥିଲା । ନଭି ମୁମ୍ବାଇରେ ଥିବା ତା’ ଫ୍ଲାଟରେ ପୁଲିସ ଟିମ୍ ମଧ୍ୟ ଛାନଭିନ କରିଛି। ସେଠାରୁ ଏହା ମଧ୍ୟ ପ୍ରମାଣିତ ହୋଇଛି ଯେ ସେ ସର୍ବଦା ମୋବାଇଲ ଏବଂ ଲାପଟପରେ ଜାକିର ନାଇକଙ୍କ ଭିଡିଓ ଦେଖୁଥିଲା।

ଏହା ସହ ଫରାସୀ ଭାଷାରେ ଲେଖା ହୋଇଥିବା ପୁସ୍ତକକୁ ମୁର୍ତାଜା ନିୟମିତ ପଢୁଥିବାବେଳେ ଏବେ ଏହି ପୁସ୍ତକରେ କଣ ଲେଖାହୋଇଛି ତାହା ଜାଣିବାକୁ ଏଟିଏସ ଚେଷ୍ଟା କରୁଛି | ପୁଲିସ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଏହି ଘଟଣା ପୂର୍ବରୁ ସେ ନେପାଳ ଯାଇଥିଲା । ନେପାଳରେ ତାହାର କେଉଁଠାରେ ସଂଯୋଗ ଅଛି ଜାଣିବା ପାଇଁ ଏଟିଏସର ଏକ ଦଳ ନେପାଳ ଯାଇଛନ୍ତି। ସୂଚନା ଥାଉ କି ଗତକାଲି ସନ୍ଧ୍ୟାରେ ଅଭିଯୁକ୍ତ ମୁର୍ତାଜା ତୀକ୍ଷ୍ଣ ଅସ୍ତ୍ରରେ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ମଠ ବାହାରେ ଥିବା ସୁରକ୍ଷାକର୍ମୀଙ୍କୁ ଆକ୍ରମଣ କରିଥିଲା | ଆକ୍ରମଣ କରି ସେ ଗୋରଖନାଥ ମନ୍ଦିର ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରିଥିଲା | ତେବେ ସୁରକ୍ଷାକର୍ମୀ ତାକୁ କାବୁ କରିନେଇଥିଲେ |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe