ମୁସାରଫଙ୍କ ମୃତ୍ୟୁଦଣ୍ଡ ଲାହୋର ହାଇକୋର୍ଟରେ ରଦ୍ଦ

Advertisment
ମୁସାରଫଙ୍କ ମୃତ୍ୟୁଦଣ୍ଡ ଲାହୋର ହାଇକୋର୍ଟରେ ରଦ୍ଦ

India Today

ଲାହୋର: ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ୍‌ ମୁସାରଫଙ୍କୁ ପାକିସ୍ତାନର ଏକ ସ୍ବତନ୍ତ୍ର ‌ଅଦାଲତ ଦେଇଥିବା ମୃତ୍ୟୁଦଣ୍ଡକୁ ଲାହୋର ହାଇକୋର୍ଟ ଆଜି ରଦ୍ଦ କରିଦେଇଛନ୍ତି। ତଳ କୋର୍ଟର ଏହି ରାୟକୁ ବେଆଇନ ବୋଲି ‌ହାଇକୋର୍ଟ କହିଛନ୍ତି। କେବଳ ସେତିକି ନୁହେଁ, ‌ସ୍ବତନ୍ତ୍ର ‌ଅଦାଲତ ଗଠନ ପ୍ରକ୍ରିୟାକୁ ମଧ୍ୟ ହାଇକୋର୍ଟ ଅସାମ୍ବିଧାନିକ ଦର୍ଶାଇଛନ୍ତି। ଇସଲମାବାଦର ଏକ ସ୍ବତନ୍ତ୍ର ଅଦାଲତ ଗତବର୍ଷ ଡିସେମ୍ବର ୧୭ ତାରିଖରେ ୭୪ ବର୍ଷୀୟ ମୁସାରଫଙ୍କୁ ମୃତ୍ୟୁଦଣ୍ଡ ଦେଇଥିଲେ। ଦୁବାଇରେ ରହୁଥିବା ମୁସାରଫ ସ୍ବତନ୍ତ୍ର ଅଦାଲତଙ୍କ ଏହି ରାୟ ବେଆଇନ, କ୍ଷମତା ପରିସର ବହିର୍ଭୁତ ଏବଂ ଅସାମ୍ବିଧାନିକ ବୋଲି ଦର୍ଶାଇ ଲାହୋର ହାଇକୋର୍ଟରେ ଆବେଦନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe