ମୁସାରଫଙ୍କ ପୈତୃକ ଘର ଦିଲ୍ଲୀର ଦରିଆଗଞ୍ଜରେ

Advertisment
ମୁସାରଫଙ୍କ ପୈତୃକ ଘର ଦିଲ୍ଲୀର ଦରିଆଗଞ୍ଜରେ

ନୂଆଦିଲ୍ଲୀ : ପୁରୁଣା ଦିଲ୍ଲୀର ଦରିଆଗଞ୍ଜଠାରେ ଜେନେରାଲ ପରଭେଜ ମୁସାରଫଙ୍କର ପୈତୃକ ଘର ରହିଛି। ସେହି ଘରେ ୧୯୪୩ ମସିହାରେ ତାଙ୍କର ଜନ୍ମ ହୋଇଥିଲା। ଭାରତ ବିଭାଜନ ପରେ ମାତାପିତାଙ୍କ ସହ ସେ ପାକିସ୍ତାନ ଚାଲିଯାଇଥିଲେ।

ଦରିଆଗଞ୍ଜର ଗୋଲଚା ସିନେମା ପଛପଟେ କଚା ସାଦୁଲ୍ଲା ଖାନଠାରେ ମୁସାରଫଙ୍କ ପୈତୃକ ଘର ‘ନହରୱାଲି ହାବେଲି’ ଅବସ୍ଥିତ। ଏଇ ଘରେ ସେ ଜୀବନର ପ୍ରଥମ ଚାରିବର୍ଷ କଟାଇଥିଲେ। ପାକିସ୍ତାନର ରାଷ୍ଟ୍ରପତି ଭାବେ ୨୦୦୧ରେ ତାଙ୍କର ପ୍ରଥମ ଭାରତ ଗସ୍ତ ସମୟରେ ସେ ତାଙ୍କର ଏହି ଘରକୁ ପରିଦର୍ଶନରେ ଆସିଥିଲେ ଏବଂ ତାଙ୍କର ପିଲାଦିନର ସାଙ୍ଗ ଓ ପଡ଼ିଶାମାନଙ୍କ ସହ କଥା ହୋଇଥିଲେ।

ଏହି ଘରକୁ ମୁସାରଫଙ୍କ ଜେଜେବାପା କାଜି ମୋହତାସିମୁଦ୍ଦିନ ପଞ୍ଜାବ କମିସନର ପଦରୁ ଅବସର ନେବା ପରେ କିଣିଥିଲେ। କେହି ବାସ କରୁ ନ ଥିବାରୁ ବର୍ତ୍ତମାନ ଏହି ଘରଟି ଏକପ୍ରକାର ଭୂତକୋଠି ପାଲଟିଛି ଏବଂ ପ୍ରାୟ ନଷ୍ଟ ହୋଇଯାଇଛି।

ମୁସାରଫଙ୍କ ମାଆ ଜାରିନ ୨୦୦୫ରେ ଏହି ଘରକୁ ତାଙ୍କ ପୁଅ ଜାଭେଦ ଓ ମୁସାରଫଙ୍କ ପୁଅ ବିଲାଲ ସହ ପରିଦର୍ଶନରେ ଆସିଥିଲେ। ୨୦୨୧ରେ ଜାରିନଙ୍କ ପରଲୋକ ହୋଇଯାଇଛି। ଏହାପୂର୍ବରୁ ୨୩ ବର୍ଷ ତଳେ ୧୯୮୨ ମସିହାରେ ଜାରିନ ଏହି ଘରକୁ ଆସିଥିଲେ ଏବଂ ଅରୁଣା ଆସଫ ଅଲିଙ୍କ ସହ କଥା ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe