୧୯୯୯ରେ ମୁକ୍ତ ହୋଇଥିବା ଆତଙ୍କବାଦୀ ମୁସ୍ତାକ୍‌ ଜର୍ଗର୍‌ ଅନନ୍ତନାଗ ଆତଙ୍କବାଦୀ ଆକ୍ରମଣ ଘଟଣାରେ ସମ୍ପୃକ୍ତ ଥିବା ସନ୍ଦେହ

Advertisment
୧୯୯୯ରେ ମୁକ୍ତ ହୋଇଥିବା ଆତଙ୍କବାଦୀ ମୁସ୍ତାକ୍‌ ଜର୍ଗର୍‌ ଅନନ୍ତନାଗ ଆତଙ୍କବାଦୀ ଆକ୍ରମଣ ଘଟଣାରେ ସମ୍ପୃକ୍ତ ଥିବା ସନ୍ଦେହ

Image Source: India Today

ନୂଆଦିଲ୍ଲୀ: ୧୯୯୯ ବିମାନ ହାଇାକ୍‌ ଘଟଣାରେ ମୁକ୍ତି ହୋଇଥିବା ଜଣେ ଆତଙ୍କବାଦୀ ଗୁରୁବାର ଦିନ ୫ ଜଣ ସିଆର୍‌ପିଏଫ୍‌ ଯବାନ ନିହତ ହୋଇଥିବା ଅନନ୍ତନାଗ ଆତଙ୍କବାଦୀ ଆକ୍ରମଣ ଘଟଣାରେ ସମ୍ପୃକ୍ତ ବୋଲି ସନ୍ଦେହ କରାଯାଉଛି।

ଡିସେମ୍ବର ୧୯୯୯ରେ ଇଣ୍ଡିଆନ୍‌ ଏୟାର୍‌ଲାଇନ୍‌ସ୍‌ର ଫ୍ଲାଇଟ୍‌ ୮୧୪କୁ ଅପରହଣ କରି ପଣବନ୍ଦୀ କରାଯାଇଥିବା ୧୫୦ରୁ ଅଧିକ ଯାତ୍ରୀଙ୍କ ବିନିମୟରେ ତିନି ଆତଙ୍କବାଦୀଙ୍କ ମଧ୍ୟରୁ ନିଷ୍କ୍ରିୟ ଆତଙ୍କବାଦୀ ସଙ୍ଗଠନ ଅଲ୍‌ ଉମର ମୁଜାହିଦୀନର ନେତା ମୁସ୍ତାକ୍‌ ଅହମଦ୍‌ ଜାର୍ଗର୍‌ ଅନ୍ୟତମ। ଜାର୍ଗର୍‌ ୧୯୯୨ ମସିହାରୁ ଜେଲ୍‌ରେ ଥିଲା।

publive-image Image Source: Zee News

ଦକ୍ଷିଣ କଶ୍ମୀରର ଅନନ୍ତନାଗ ଠାରେ ବୁଧବାର ବିଳମ୍ବିତ ସନ୍ଧ୍ୟା ବେଳେ ସିଆର୍‌ପିଏଫ୍‌ର ଗୋଟାଏ ରୋଡ୍‌ ଓପେନିଙ୍ଗ୍‌ ପାର୍ଟିକୁ ଆକ୍ରମଣ କରିଥିବା ଦୁଇ ଜଣ ଆତଙ୍କବାଦୀ ଅଲ୍‌-ଉମର୍‌ ମୁଜାହିଦୀନ୍‌ ସଙ୍ଗଠନର ବୋଲି ବିଶ୍ୱାସ କରାଯାଉଛି। ମୁସ୍ତାକ୍‌ ଅହମଦ୍‌ ଜାର୍ଗର୍‌ ନେତୃତ୍ୱାଧୀନ ଅଲ୍‌ ଉମର୍‌ ମୁଜାହିଦୀନ୍‌ ଏହି ଆତଙ୍କବାଦୀ ଆକ୍ରମଣ କରିଥିବା ଦାବି କରିଛି।

କିନ୍ତୁ ସରକାରୀ ସୂତ୍ରରୁ ପ୍ରକାଶ ଯେ ଏହି ଆତଙ୍କବାଦୀ ଆକ୍ରମଣ ଜୈଶ୍‌-ଏ-ମହମ୍ମଦର କାର୍ଯ୍ୟ। ଗୁଇନ୍ଦା ଏଜେନ୍‌ସି କହିଛି, ଏଭଳି ଆକ୍ରମଣ କରିବାକୁ ଅଲ୍‌ ଉମର୍‌ ମୁଜାହିଦୀନ୍‌ର ଯଥେଷ୍ଟ ବିସ୍ଫୋରକ କ୍ଷମତା ନାହିଁ। ପାକିସ୍ତାନର ଆତଙ୍କବାଦୀ ସଙ୍ଗଠନ ଜୈଶ୍‌-ଏ-ମହମ୍ମଦ୍‌ ସହ ଅଲ୍‌ ଉମର୍‌ ମୁଜାହିଦୀନ୍‌ ମିଳିତ ହୋଇ ଥିବାରୁ ମୁସ୍ତାକ୍‌ ଅହମଦ୍‌ ଜାର୍ଗର୍‌ ଘଟଣା ପାଇଁ ନିଜକୁ ଦାୟୀ କରିଥାଇ ପରେ ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe