ବିବାଦରେ ଗାୟକ ସୁଖବିନ୍ଦର ସିଂହ, ଜୋତା ପିନ୍ଧି ହନୁମାନ ଚାଳିଶା ସଂଗୀତ ଭିଡିଓ ସୁଟିଂ କରୁଥିଲେ

ବିବାଦରେ ଗାୟକ ସୁଖବିନ୍ଦର ସିଂହ, ଜୋତା ପିନ୍ଧି ହନୁମାନ ଚାଳିଶା ସଂଗୀତ ଭିଡିଓ ସୁଟିଂ କରୁଥିଲେ

Image Courtesy: Dainik Bhaskar

ବାରଣାସୀ: ବଲିଉଡ ଗାୟକ ସୁଖବିନ୍ଦର ସିଂହ ହନୁମାନ ଚାଳିଶାରେ ଜୋତା ପିନ୍ଧି ନୃତ୍ୟ କରୁଥିବା ନେଇ ବିବାଦରେ ଫସିଛନ୍ତି। ସୁଖବିନ୍ଦର ସୋମବାର ବାରଣାସୀର ଚେତସିଂହ ଘାଟରେ ଏକ ସଂଗୀତ ଭିଡିଓର ସୁଟିଂ କରୁଥିଲେ। ସାଥୀ ଡ୍ୟାନ୍ସରମାନେ ବି ଜୋତା ପିନ୍ଧି ତାଙ୍କ ସହ ନାଚୁଥିଲେ। ଏହା ଉପରେ ହିନ୍ଦୁ ସଙ୍ଗଠନ ମାନେ ବିରୋଧ କରିଛନ୍ତି। ସୁଟିଂ ସମୟରେ କଳାକାରମାନେ ହାତରେ ନାରଙ୍ଗୀ(ଭଗଓ୍ଵା) ପତାକା ଓ ନାରଙ୍ଗୀ ପୋଷାକ ପିନ୍ଧି ହନୁମାନ ଚାଳିଶାରେ ନାଚୁଥିଲେ। ସୁଖବିନ୍ଦର ସିଂହ ବ୍ରାହ୍ମଣ ବେଶରେ ଥିଲେ।

ଏହି ମାମଲାରେ ସୁଖବିନ୍ଦର ସିଂହ କହିଛନ୍ତି, କାହାରି ଭାବନାକୁ ଆଘାତ ପହଞ୍ଚାଇବା ତାଙ୍କର ଉଦ୍ଦେଶ୍ୟ ନଥିଲା। ପ୍ରବଳ ଖରା ଯୋଗୁଁ ପଥର ଅତ୍ୟନ୍ତ ଗରମ ହୋଇଥିଲା ସେଥିପାଇଁ କଳାକାରମାନେ ଜୋତା ପିନ୍ଧିଥିଲେ। ଏହା ସହିତ ସେ କହିଛନ୍ତି ହନୁମାନ ଜୟନ୍ତୀକୁ ଅଳ୍ପ ଦିନ ଅଛି ଏଥିପାଇଁ ଆଲବମକୁ ୭ ଏପ୍ରିଲରେ ରିଲିଜ୍ କରାଯିବ।

ବାରଣାସୀରେ ଅଖିଳ ଭାରତୀୟ ସନ୍ଥ ସମିତିର ମହାମନ୍ତ୍ରୀ ସ୍ଵାମୀ ଜିତେନ୍ଦ୍ରାନନ୍ଦ ସରସ୍ଵତୀ କହିଛନ୍ତି, ବଲିଉଡର କଳାକାକମାନଙ୍କୁ ମର୍ଯ୍ୟାଦାର ଧ୍ୟାନ ରଖିବା ଉଚିତ। କାହାରି ଧାର୍ମିକ ଭାବନା ଆହତ ହେବା ଉଚିତ ନୁହେଁ। ଅବଶ୍ୟ ହିନ୍ଦୁ ଧର୍ମ ଏତେ ସଂକୀର୍ଣ୍ଣ ମାନସିକତା ବାଲା ନୁହେଁ ଯେ ସୁଟିଂକୁ ହିଁ ପ୍ରଭାବିତ କରିଦେବ। କଳାକାରମାନଙ୍କୁ ଧାର୍ମିକ ଭାବନାକୁ ଧ୍ୟାନ ରଖିବା ଉଚିତ। ଆମେ ତାଙ୍କ ସୁଟିଂ ଉପରେ ପ୍ରଶ୍ନ ଉଠାଉ ନାହୁଁ କାରଣ ସୁଟିଂ ଯୋଗୁଁ ବନାରସର କଳାକାରଙ୍କ ନିକଟକୁ ଆୟ ବି ଆସେ । ତେବେ କଳାକାରମାନଙ୍କୁ ସଂସ୍କାରର ଧ୍ୟାନ ରଖିବା ଉଚିତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe