ଟ୍ରମ୍ପଙ୍କୁ ସାମିଲ ପାଇଁ ଟ୍ବିଟରରେ ପୋଲ୍ କଲେ ମସ୍କ

ଟ୍ରମ୍ପଙ୍କୁ ସାମିଲ ପାଇଁ ଟ୍ବିଟରରେ ପୋଲ୍ କଲେ ମସ୍କ

Republic World

ନୂଆଦିଲ୍ଲୀ : ଆମେରିକାର ପୂର୍ବତନ ରା‌ଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପଙ୍କୁ ଟ୍ବିଟର ବାରଣ କରାଯାଇଛି। କ୍ୟାପିଟଲ ହିଲ୍ ହିଂସାକୁ ଉସକାଇବା ପାଇଁ ତାଙ୍କ ବିରୋଧରେ ସୋସିଆଲ ମିଡିଆ ସଂସ୍ଥା ଏଭଳି ନିଷ୍ପତ୍ତି ନେଇଥିଲା। କିନ୍ତୁ ଇତିମଧ୍ୟରେ ମାଲିକାନାରେ ପରିବର୍ତ୍ତନ ହୋଇଛି। ବିଦ୍ୟୁତ୍ କାର୍‌ ନିର୍ମାତା ଟେସ୍‌ଲାର ପ୍ରତିଷ୍ଠାତା ଏଲନ ମସ୍କ ଟ୍ବିଟରକୁ ୪୪୦୦ କୋଟି ଡଲାର ମୂଲ୍ୟରେ କିଣିବା ସହିତ ଏହାର ନୂଆ ମାଲିକ ହୋଇଛନ୍ତି।

ପୂର୍ବରୁ ମସ୍କ ସୂଚନା ଦେଇଥିଲେ ଯେ ଟ୍ରମ୍ପଙ୍କୁ ପୁଣିଥରେ ଟ୍ବିଟର ପ୍ଲାଟଫର୍ମକୁ ଫେରାଇ ଅଣାଯିବ। କିନ୍ତୁ ଏବେ ସେ ଟ୍ବିଟରରେ ଏକ ପୋଲ୍ ୨୪ ଘଣ୍ଟିଆ ପୋଲ୍ କରିଛନ୍ତି। ଏଥିରେ ସେ ଟ୍ରମ୍ପଙ୍କୁ ଟ୍ବିଟରରେ ସାମିଲ କରିବା ନେଇ ଲୋକଙ୍କ ଠାରୁ ମତାମତ ଗ୍ରହଣ ପାଇଁ ପୋଲ୍‌ କରିଛନ୍ତି। ସେଥିରେ ମସ୍କ ଲାଟିନ ଭାଷାରେ ‘ଭକ୍ସ ପପୁଲି, ଭକ୍ସ ‌ଡେଇ’ ବୋଲି ଟ୍ବିଟ୍‌ କରିଛନ୍ତି। ଏହାର ଅର୍ଥ ଲୋକଙ୍କ ମତ, ଭଗବାନଙ୍କ ମତ। ପ୍ରାରମ୍ଭିକ ପର୍ଯ୍ୟାୟରେ ମିଳିଥିବା ଫଳାଫଳ ଅନୁଯାୟୀ ୬୦ ପ୍ରତିଶତ ଟ୍ରମ୍ପଙ୍କୁ ଟ୍ବିଟରରେ ସାମିଲ କରିବା ପାଇଁ ମତ ଦେଇଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe