ସତର୍କ କରାଇଲେ ମସ୍କ: ଶୀଘ୍ର ଦେବାଳିଆ ହୋଇପାରେ ଆମେରିକା

Advertisment

ବିଶ୍ବର ସବୁଠୁ ବଡ଼ ଧନୀ ବ୍ୟକ୍ତି ତଥା ବିଦ୍ୟୁତ କାର୍‌ କମ୍ପାନି ଟେସ୍‌ଲାର ସିଇଓ ଏଲନ୍‌ ମସ୍କ ଆମେରିକାର ଅର୍ଥନୀତିର ବିଶାଳ ଋଣ ଓ ଖର୍ଚ୍ଚକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ଆମେରିକା ସରକାରଙ୍କ ଆୟ ତୁଳନାରେ ବ୍ୟୟ ଏତେ ଅଧିକ ରହିଛି ଯେ ଶୀଘ୍ର ଦେଶ ଦେବାଳିଆ ହେବାର ଆଶଙ୍କା ଦେଖାଦେଇଛି।

ବିଶ୍ବର ସବୁଠୁ ବଡ଼ ଧନୀ ବ୍ୟକ୍ତି ତଥା ବିଦ୍ୟୁତ କାର୍‌ କମ୍ପାନି ଟେସ୍‌ଲାର ସିଇଓ ଏଲନ୍‌ ମସ୍କ ଆମେରିକାର ଅର୍ଥନୀତିର ବିଶାଳ ଋଣ ଓ ଖର୍ଚ୍ଚକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ଆମେରିକା ସରକାରଙ୍କ ଆୟ ତୁଳନାରେ ବ୍ୟୟ ଏତେ ଅଧିକ ରହିଛି ଯେ ଶୀଘ୍ର ଦେଶ ଦେବାଳିଆ ହେବାର ଆଶଙ୍କା ଦେଖାଦେଇଛି।

musk

ୱାସିଂଟନ: ବିଶ୍ବର ସବୁଠୁ ବଡ଼ ଧନୀ ବ୍ୟକ୍ତି ତଥା ବିଦ୍ୟୁତ କାର୍‌ କମ୍ପାନି ଟେସ୍‌ଲାର ସିଇଓ ଏଲନ୍‌ ମସ୍କ ଆମେରିକାର ଅର୍ଥନୀତିର ବିଶାଳ ଋଣ ଓ ଖର୍ଚ୍ଚକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ଆମେରିକା ସରକାରଙ୍କ ଆୟ ତୁଳନାରେ ବ୍ୟୟ ଏତେ ଅଧିକ ରହିଛି ଯେ ଶୀଘ୍ର ଦେଶ ଦେବାଳିଆ ହେବାର ଆଶଙ୍କା ଦେଖାଦେଇଛି। ଆମେରିକା ଦେବାଳିଆ ଦ୍ବାରଦେଶରେ ପହଞ୍ଚିପାରେ ବୋଲି ମସ୍କ ସତର୍କ କରାଇ ଦେଇଛନ୍ତି। ମସ୍କ ତାଙ୍କ ସାମାଜିକ ଗଣମାଧ୍ୟମ ସଂସ୍ଥା ଏକ୍ସରେ ଆମେରିକା ସଂପ୍ରତି ଦ୍ରୁତବେଗରେ ଦେବାଳିଆ ହେବାକୁ ଯାଉଛି ବୋଲି ପୋଷ୍ଟ୍‌ କରିଛନ୍ତି। ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ବିଜୟରେ ମସ୍କଙ୍କ ବଡ଼ ହାତ ରହିଛି। ଏଭଳି ସ୍ଥିତିରେ ଆମେରିକାରେ ଖର୍ଚ୍ଚ ନିୟନ୍ତ୍ରଣ ପାଇଁ ଟ୍ରମ୍ପଙ୍କ ପ୍ରଶାସନ ପାଇଁ ନୂଆକରି ସରକାରୀ ଦକ୍ଷତା ବିଭାଗ (ଡିଓଜିଇ) ସୃଷ୍ଟି କରାଯାଇଛି। ଟିକସଦାତାଙ୍କ ଅର୍ଥ କିଭଳି ସଞ୍ଚୟ କରାଯାଇ ପାରିବ ତାହା ଏହି ବିଭାଗ ବୁଝିବ। ସରକାରୀ ଦକ୍ଷତା ବିଭାଗ ପକ୍ଷରୁ ‌ଏକ ପୋ‌ଷ୍ଟ୍‌ କରାଯାଇଛି। ସେଥିରେ ଉଲ୍ଲେଖ କରାଯାଇଛି ଯେ ଯୁକ୍ତରାଷ୍ଟ୍ର ଆମେରିକା ସରକାର ୨୦୨୩ ଆର୍ଥିକବର୍ଷରେ ୬.୧୬ ଟ୍ରିଲିଅନ ଡଲାର ଖର୍ଚ୍ଚ କରିଥିବାବେଳେ ୪.୪୭ ଟ୍ରିଲିଅନ ଡଲାର ଆୟ କରିଛନ୍ତି। ଏହି ଧାରା ବଦଳିବା ଆବଶ୍ୟକ। ବଜେଟ୍‌କୁ ସମତୁଲ କରାଯିବା ଆବଶ୍ୟକ। ୨୦୦୧ରେ ବଜେଟ ବଳକା ସବୁଠୁ ଅଧିକ ଥିଲା ବୋଲି ଡିଓଜିଇ ଆକାଉଣ୍ଟରେ କୁହାଯାଇଛି।

୩୪ ଟ୍ରିଲିଅନ ଡଲାରର ଋଣ ବୋଝ
ବାର୍ଷିକ ଆୟ ୪.୪୭ ଟ୍ରିଲିଅନ, ବ୍ୟୟ ୬.୧୬ ଟ୍ରିଲିଅନ

ଉଲ୍ଲେଖଯୋଗ୍ୟ ନିର୍ବାଚନ ପ୍ରଚାର ସମୟରେ ଟ୍ରମ୍ପ୍‌ଙ୍କର ଏକ ପ୍ରତିଶ୍ରୁତି ଥିଲା ଡିଓଜିଇ ଗଠନ କରିବା। ଅମଲାତନ୍ତ୍ରର ପୁନର୍ଗଠନ କରି ଅଯଥା ଖର୍ଚ୍ଚ କାଟ୍‌ କରାଯିବ ବୋଲି କୁହାଯାଇଥିଲା। ଏଥିସହିତ ଆମେରିକାର ଋଣ ପରିମାଣ ଯେତେବେଳେ ଆକାଶଛୁଆଁ ହୋଇଥିଲା ସେତେବେଳେ ୩୫ ଟ୍ରିଲିଅନ ଡଲାରର ଋଣ ପରିଶୋଧ ପାଇଁ ବିଟ୍‌କଏନ୍‌ର ବ୍ୟବହାର ପାଇଁ ଟ୍ରମ୍ପ୍‌ ପରାମର୍ଶ ଦେଇଥିଲେ। 
ସରକାରୀ ଖର୍ଚ୍ଚକୁ ନିୟନ୍ତ୍ରଣ କରିବା ପାଇଁ ଟ୍ରମ୍ପ୍‌ ଦୁଇ ଜଣ ସଫଳ ବ୍ୟବସାୟୀ ମସ୍କ ଏବଂ ବିବେକ ରାମସ୍ବାମୀଙ୍କ ମତ ଉପରେ ନିର୍ଭର କରୁଛନ୍ତି। ଫୋର୍ବସର ରିପୋର୍ଟ ଅନୁଯାୟୀ, ଆମେରିକାର ଋଣ ୨୦୨୪ ଆରମ୍ଭରେ ୩୪ ଟ୍ରିଲିଅନ ଡଲାର ଅତିକ୍ରମ କରିଛି। ଏହା ମୁଖ୍ୟତଃ କୋଭିଡ ସମୟରେ ହୋଇଥିବା ଆର୍ଥିକ ପ୍ୟାକେଜ ‌ଘୋଷଣା ପାଇଁ ବଢ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe