ମହିଳା କର୍ମଚାରୀଙ୍କୁ ଯୌନ ସମ୍ପର୍କ ପାଇଁ ବାଧ୍ୟ କରୁଥିଲେ ମସ୍କ

Advertisment
ମହିଳା କର୍ମଚାରୀଙ୍କୁ ଯୌନ ସମ୍ପର୍କ ପାଇଁ ବାଧ୍ୟ କରୁଥିଲେ ମସ୍କ

ୱାସିଂଟନ୍‌: ବିଶ୍ବର ଅନ୍ୟତମ ଧନୀ ତଥା ସ୍ପେସ୍‌-ଏକ୍ସ, ଟେସ୍‌ଲାର ମାଲିକ ଇଲନ୍‌ ମସ୍କ୍‌ ନିଜ ସ୍ପେସ୍‌-ଏକ୍ସ କମ୍ପାନୀର ମହିଳା କର୍ମଚାରୀଙ୍କୁ ଯୌନ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ। ଏହାବଦଳରେ ମୂଲ୍ୟବାନ ଉପଢୌକନ ଓ ଏପରିକି ସନ୍ତାନର ଜନନୀ ହେବାକୁ ପ୍ରସ୍ତାବ ଦେଉଥିଲେ ‌ବୋଲି ଏକ ବିସ୍ଫୋରକ ତଥ୍ୟ ଆମେରିକାର ପ୍ରମୁଖ ଗଣମାଧ୍ୟମ ସଂସ୍ଥାରେ ପ୍ରକାଶିତ ହୋଇଛି।

ୱାଲ୍‌ ଷ୍ଟ୍ରିଟ୍‌ ଜର୍ଣ୍ଣାଲ୍‌ (ଡବ୍ଲୁଏସ୍‌ଜି)ରେ ପ୍ରକାଶିତ ତଥ୍ୟାନୁସାରେ, ଇଲନ୍‌ ମସ୍କଙ୍କ ଏଭଳି ଯୌନ କେଳେଙ୍କାରୀ ସମ୍ପର୍କରେ ଅଧିକାଂଶ ପୂର୍ବତନ ମହିଳା କର୍ମଚାରୀ ଅଭିଯୋଗ କରିଛି। ସେମାନଙ୍କ ମଧ୍ୟରୁ ୪ ଜଣ ନିର୍ଦ୍ଦିଷ୍ଟ ଭାବେ ମସ୍କ୍‌ଙ୍କ ବିଚିତ୍ର ଯୌନ କେଳେଙ୍କାରୀ ନେଇ ତଥ୍ୟ ରଖିଛନ୍ତି। ସ୍ପେସ୍‌-ଏକ୍ସରେ କାମ କରୁଥିବା ଜଣେ ମହିଳା ଇଣ୍ଟର୍ନଙ୍କ କହିବାନୁସାରେ, ସେ ମସ୍କ୍‌ଙ୍କ ଠାରୁ ୨୦ ବର୍ଷ ଛୋଟ ଥିଲେ। ଏକଦା ସେ ସ୍ପେସ୍‌-ଏକ୍ସର ଉନ୍ନତି ନିମନ୍ତେ କିଛି ପରାମର୍ଶ ଦେବାକୁ ଚାହୁଁଥିଲେ। ଏଥିପାଇଁ ସେ ମସ୍କ୍‌ଙ୍କୁ ସେ ଭେଟିଥିଲେ। ପ୍ରଥମ ସାକ୍ଷାତରେ ଚୁମ୍ବନ ପରବର୍ତ୍ତୀ ସାକ୍ଷାତଗୁଡ଼ିକ ଆହୁରି ଅନ୍ତରଙ୍ଗ ହୋଇ ଯୌନସମ୍ପର୍କ ଆଡ଼କୁ ଯାଇଥିଲା। ‌ସେ କମ୍ପାନୀ ଛାଡ଼ି ଚାଲିଯିବା ପରେ ମଧ୍ୟ ମସ୍କ୍‌ ତାଙ୍କୁ ମେସେଜ୍‌ ପଠାଇ ସକ୍ରିୟ ଯୌନସମ୍ପର୍କ ରଖିବାକୁ କହୁଥିଲେ ଓ ଘରକୁ ନିମନ୍ତ୍ରଣ କରୁଥିଲେ। ୨୦୧୩ରେ ସ୍ପେସ୍‌-ଏକ୍ସ ଛାଡ଼ିଥିବା ଅନ୍ୟ ଏକ ମହିଳା କର୍ମଚାରୀ କହିଛନ୍ତି ଯେ କାମ ଛାଡ଼ିବା ଚୁକ୍ତି ବାବଦକୁ ମସ୍କ୍‌ତାଙ୍କୁ ତାଙ୍କ ସନ୍ତାନର ଜନନୀ ହେବାକୁ ପ୍ରସ୍ତାବ ଦେଇଥିଲେ। ଏଥିରେ ସେ ଅସ୍ବୀକାର କରିବାରୁ ଦରମା ବୃଦ୍ଧି ବନ୍ଦ କରାଯିବା ସହ ତାଙ୍କର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନଚିହ୍ନ ଲଗାଯାଇଥିଲା।

ସେହିଭଳି ୨୦୧୬ରେ ଅନ୍ୟ ଜଣେ ମହିଳା କର୍ମଚାରୀଙ୍କୁ ନିଜର ଘରୋଇ ବିମାନରେ ଯାତ୍ରା କରିବା ସମୟରେ ମସ୍କ୍‌ ନିଜ ଉଲଗ୍ନ ଶରୀର ଦେଖାଇଥିଲେ। ଉତ୍ତେଜକ ମର୍ଦ୍ଦନ (ଇରୋଟିକ୍‌ ମସାଜ୍‌) ବଦଳରେ ଏକ ଘୋଡ଼ା ଉପହାର ଦେବାକୁ ପ୍ରସ୍ତାବ ଦେଇଥିଲେ। ଚତୁର୍ଥ ମହିଳା କର୍ମଚାରୀ ଜଣକଙ୍କ ଅଭିଯୋଗ ଅନୁସାରେ, ସେ ୨୦୧୪ରେ ସିଧାସଳଖ ମସ୍କ୍‌ଙ୍କ ଅଧୀନରେ କାମ କରୁଥିଲେ। ଏହି ସମୟରେ ସେମାନେ ଦୀର୍ଘ ମାସ ଧରି ଯୌନ ସମ୍ପର୍କ ରଖିଥିଲେ। ପରେ ହଠାତ୍‌ ତାଙ୍କୁ କମ୍ପାନୀର କାର୍ଯ୍ୟକାଳ ସମ୍ପର୍କରେ କୌଣସି ତଥ୍ୟ ପ୍ରଘଟ ନକରିବାକୁ ଚୁକ୍ତି କରାଇ ଚାକିରିରୁ ବାହାର କରିଦେଇଥିଲେ। ଡବ୍ଲୁଏସ୍‌ଜିର ଏହି ରିପୋର୍ଟର ପ୍ରତିକ୍ରିୟାରେ ସ୍ପେସ୍‌-ଏକ୍ସର ଅଧ୍ୟକ୍ଷ ତଥା ସିଓଓ ଗିୱାନେ ସଟ୍‌ୱେଲ୍‌ କହିଛନ୍ତି ଯେ ଏହି ଅଭିଯୋଗ ସମ୍ପୂର୍ଣ୍ଣ ଭାବେ କପୋଳକଳ୍ପିତ। ଇଲନ୍‌ ମସ୍କ ଜଣେ ଉତ୍କୃଷ୍ଟ ମଣିଷ। ସେ ଏଭଳି କାଣ୍ଡ କଦାପି କରିପାରିବେ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe