ନୂଆଦିଲ୍ଲୀ : ଟେସ୍ଲା ଓ ଟ୍ବିଟରର ମୁଖ୍ୟ ଏଲନ୍ ମସ୍କ ନିଜ ଉତ୍ତରାଧିକାରୀ ସମ୍ପର୍କରେ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି। କଂପାନିକୁ ଚଲାଇବା ଲାଗି ନିକଟ ଭବିଷ୍ୟତରେ ସେ ନିଜର କୌଣସି ପିଲାଙ୍କୁ ଦାୟିତ୍ବ ଦେବାକୁ ଚାହୁନଥିବା ସ୍ପଷ୍ଟ କରିଛନ୍ତି। ଉତ୍ତରାଧିକାରୀ ଚୟନ ଦୁନିଆର ସବୁଠୁ ପୁରୁଣା ସମସ୍ୟା ବୋଲି କହିବା ସହ ସେ କହିଛନ୍ତି ବିଭିନ୍ନ ଦେଶ, ରାଜା ମହାରାଜା ଓ ସିଇଓମାନେ ଏହି ସମସ୍ୟାରେ ପୀଡ଼ିତ। ଏହାର କୌଣସି ନିର୍ଦ୍ଦିଷ୍ଟ ସମାଧାନ ନାହିଁ। ମୋ ଅଧିନରେ ପରିଚାଳିତ ହେଉଥିବା କୌଣସି କଂପାନିର ସେୟାର ଆପେ ମୋ ପିଲାଙ୍କୁ ମିଳିଯାଉ ବୋଲି ମୁଁ ଚାହୁନାହିଁ। ମୋ କଂପାନି କିଏ ଚଲାଇପାରିବେ ସେମାନଙ୍କୁ ମୁଁ ଚିହ୍ନଟ କରି ରଖିଛି ବୋଲି ମସ୍କ କହିଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us