ଜାତିସଂଘକୁ ମସ୍କଙ୍କ ଆହ୍ବାନ: ମୋ ଧନ ନିଅ, କ୍ଷୁଧା ଦୂର କର

Advertisment
ଟ୍ବିଟର ଆଣିବ ବ୍ଲୁ, ଗୋଲ୍ଡ, ଗ୍ରେ ଟିକ୍

Image Courtesy of India Today

ନୂଆଦିଲ୍ଲୀ: ସାମାଜିକ ଗଣମାଧ୍ୟମରେ ସର୍ବଦା ଚର୍ଚ୍ଚାରେ ରହୁଥିବା ଆମେରିକାର ଇଲେକ୍ଟ୍ରିକ୍ କାର୍ ନିର୍ମାତା ଟେସ୍‌ଲାର ମୁଖ୍ୟ ଏଲନ୍‌ ମସ୍କ ହେଉଛନ୍ତି ବିଶ୍ବର ସବୁଠୁ ଧନୀ ବ୍ୟକ୍ତି। ସମଗ୍ର ବିଶ୍ବରୁ କ୍ଷୁଧା ସମସ୍ୟା‌ ଦୂର କରିବାକୁ ସେ ଜାତିସଂଘକୁ ଆହ୍ବାନ ଦେଇଛନ୍ତି। ନିଜର ୬୦୦ କୋଟି ଡଲାର (ପ୍ରାୟ ୪୫ ହଜାର କୋଟି ଟଙ୍କା) ସଂପତ୍ତି ଦେବା ଲାଗି ସେ ପ୍ରସ୍ତାବ ଦେଇଛନ୍ତି। କିନ୍ତୁ କିଭଳି କ୍ଷୁଧା ସମସ୍ୟାର ସମାଧାନ ହୋଇପାରିବ ତାହା ଜଣାଇବା ଲାଗି ସେ ଜାତିସଂଘକୁ କହିଛନ୍ତି। ଟୁଇଟ୍‌ ଜରିଆରେ ମସ୍କ ଏହି ଆହ୍ବାନ ଦେଇଥିଲେ। ତାଙ୍କ ଟୁଇଟ୍‌ର ଜବାବ ଦେଇଛନ୍ତି ଜାତିସଂଘର ସଂସ୍ଥା ବିଶ୍ବ ଖାଦ୍ୟ ପ୍ରୋଗ୍ରାମ ନିର୍ଦେଶକ ଡେଭିଡ୍‌ ବେସ୍‌ଲି।

ସେ କହିଛନ୍ତି ଯେ ୬୦୦ କୋଟି ଡଲାରରେ ବିଶ୍ବ କ୍ଷୁଧା ସମସ୍ୟାର ସମାଧାନ ‌ହୋଇପାରିବନି। କିନ୍ତୁ ଏହା ‌ଭୌଗୋଳିକ ରାଜନୈତିକ ଅସ୍ଥିରତା, ବଡ଼ ଧରଣର ସ୍ଥାନାନ୍ତରଣ ଓ ୪୨ ଲକ୍ଷ ଲୋକଙ୍କୁ ଭୋକିଲା ରହିବାରୁ ଅଟକାଇ ପାରିବ। ଏହି ବିଷୟ ବୁଝିବା ଲାଗି ଟୁଇଟ୍‌ କରିବା ବଦଳରେ ସାକ୍ଷାତ କରିବାକୁ ପଡ଼ିବ। କିଭଳି କ୍ଷୁଧା ଦୂର ହୋଇପାରିବ ମୁଁ ଜଣାଇବି ବୋଲି ଲେଖିଥିଲି। ସିଏନ୍‌ଏନ୍‌କୁ ଡେଭିଡ୍ ଦେଇଥିବା ଏକ ସାକ୍ଷାତକାରରୁ ଏହି ଘଟଣା ଆରମ୍ଭ ହୋଇଥିଲା। ସେ କହିଥିଲେ ଯେ ମସ୍କ, ଆମାଜନ୍‌ର ପ୍ରତିଷ୍ଠାତା ଜେଫ୍‌ ବେଜୋସ୍‌ ଓ ଅନ୍ୟ ବିଲିଓନେୟାରମାନଙ୍କ ପାଖରେ ଯେତିକି ସମ୍ପତ୍ତି ରହିଛି ତାହାର ୨% (ପ୍ରାୟ ୬୦୦ କୋଟି ଡଲାର) ଏକକାଳୀନ ମିଳିଲେ ବିଶ୍ବର କ୍ଷୁଧା ସମସ୍ୟା ଦୂର ହୋଇଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe