BollywoodShaadis
ନୂଆଦିଲ୍ଲୀ: ଟେସ୍ଲାର ମୁଖ୍ୟ ଏଲନ୍ ମସ୍କଙ୍କ ବାପା ଏରୋଲ୍ ମସ୍କଙ୍କର ନିଜ ୩୫ ବର୍ଷର ସାବତ ଝିଅ ଜାନା ବେଜିଡେନ୍ହଟ୍ଙ୍କ ସହ ଶାରୀରିକ ସମ୍ପର୍କ ରଖିଥିବା ସ୍ବୀକାର କରିଛନ୍ତି । ଗତବର୍ଷ ତାଙ୍କ ଔରସରୁ ଦ୍ବିତୀୟ ସନ୍ତାନ ଜନ୍ମ ହୋଇଛି। ୨୦୧୮ରେ ପ୍ରଥମ ସନ୍ତାନ ଜନ୍କ ହୋଇଥିଲା।
ଏକ ସାକ୍ଷାତକାରରେ ମସ୍କଙ୍କ ବାପା ସାବତ ଝିଅ ସହ ସଂପର୍କକୁ ସ୍ବୀକାର କରିଛନ୍ତି। ଇଞ୍ଜିନିୟରରୁ ବ୍ୟବସାୟୀ ବନିଥିବା ଏରୋଲ୍ ମସ୍କ କହିଛନ୍ତି ଯେ ଦ୍ବିତୀୟ ସନ୍ତାନ ପାଇଁ ଆମର କୌଣସି ଯୋଜନା ନଥିଲା। ୨୦୧୯ରେ ତାଙ୍କର ଏହି ଦ୍ବିତୀୟ ସନ୍ତାନ ଜନ୍ମ ହୋଇଥିଲା। ଏହା ପୂର୍ବରୁ ଉଭୟଙ୍କ ପାଞ୍ଚ ବର୍ଷର ଏକ କନ୍ୟା ସନ୍ତାନ ଅଛି।ଏଲନ୍ ମସ୍କଙ୍କୁ ମିଶାଇ ତାଙ୍କ ବାପା ଏରଲଙ୍କର ମୋଟ ୯ ସନ୍ତାନ ରହିଛନ୍ତି।
ଜାନା ବେଜିଡେନ୍ହଟ୍ ହେଉଛନ୍ତି ଏରୋଲଙ୍କ ଦ୍ବିତୀୟ ପତ୍ନୀଙ୍କ ଝିଅ। ଏଲନ୍ଙ୍କ ମା’ ମାୟେ ହାଡେଲ୍ମ୍ୟାନ୍ ମସ୍କଙ୍କଠାରୁ ୧୯୭୯ରେ ଅଲଗା ହେବା ପରେ ସେ ଜାନାଙ୍କ ମା’ଙ୍କୁ ବିବାହ କରିଥିଲେ। ଜାନାଙ୍କ ମା’ଙ୍କ ସହିତ ଏରୋଲ୍ ୧୮ ବର୍ଷର ବୈବାହିକ ଜୀବନ ବିତାଇଛନ୍ତି। ତେବେ ଜାନା ପୁଣି ଥରେ ଏରୋଲ୍ଙ୍କ ଦ୍ବାରା ଗର୍ଭବତୀ ହେବା ଜଣାପଡ଼ିବା ପରେ ତାଙ୍କ ପରିବାର ବର୍ଗ ଚକିତ ହୋଇପଡ଼ିଛନ୍ତି।
Follow Us