ଦୁର୍ଗାପୂଜା ପାଇଁ ୨୮ କୋଟି ଟଙ୍କା ଦେବାରୁ ମମତା ବାନାର୍ଜୀଙ୍କ ବିରୋଧରେ ଗର୍ଜିଲେ ମୌଲବୀ

ଦୁର୍ଗାପୂଜା ପାଇଁ ୨୮ କୋଟି ଟଙ୍କା ଦେବାରୁ ମମତା ବାନାର୍ଜୀଙ୍କ ବିରୋଧରେ ଗର୍ଜିଲେ ମୌଲବୀ

କୋଲକାତା: ମୌଲବୀ ଓ ସଂଖ୍ୟାଲଘୁ ପଣ୍ଡିତଙ୍କ ପ୍ରତିଷ୍ଠାନ ‘ଅଖିଳ ବଙ୍ଗାଲ ସଂଖ୍ୟାଲଘୁ ଯୁବକ ସଂଘ’ ରାଜ୍ୟର ସମସ୍ତ ମଦ୍ରାସା ପାଇଁ ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ମାଗିଛି। ରାଜ୍ୟ ସରକାରଙ୍କ ଦ୍ୱାରା ସ୍ଥାନୀୟ କ୍ଲବମାନଙ୍କୁ ଦିଆଯାଇଥିବା ସହାୟତା ରାଶିକୁ ଦୃଷ୍ଟିରେ ରଖି ଯୁବକ ସଂଘ ପକ୍ଷରୁ ଏହି ଦାବି କରାଯାଇଛି। ସେମାନେ ଯୁକ୍ତି ବାଢ଼ିଛନ୍ତି ଯେ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମମତା ବାନାର୍ଜୀଙ୍କ ଦ୍ୱାରା ଦୁର୍ଗାପୂଜା ପାଇଁ ୨୮ କୋଟି ଟଙ୍କା ଦିଆଯାଇଛି। ଦୁର୍ଗାପୂଜା ପାଇଁ କୋଟି କୋଟି ଟଙ୍କା ଦିଆଯିବା ପରେ ମୌଲବୀମାନେ ମମତାଙ୍କ ନିଷ୍ପତ୍ତିକୁ ତୀବ୍ର ବିରୋଧ କରିଛନ୍ତି।

ମୌଲବୀମାନେ ବୁଧବାର ପ୍ରଦର୍ଶନ କରିବା ସହିତ ସେମାନଙ୍କୁ ମିଳୁଥିବା ଭତ୍ତା ୨୫୦୦ ରୁ ବଢ଼ାଇ ୧୦,୦୦୦ ଟଙ୍କା କରାଯାଉ ବୋଲି ଦାବି କରିଛନ୍ତି। ର‍୍ୟାଲିରେ ସାମିଲ ହୋଇଥିବା ଜଣେ ମୌଲବୀ ଗଣମାଧ୍ୟମକୁ କହିଛନ୍ତି, ଦୁର୍ଗାପୂଜା ପାଇଁ ଟଙ୍କା ଦିଆଯାଇ ପାରୁଛି ଯଦି ଆମର ଭତ୍ତା ବୃଦ୍ଧି କରିବାରେ ଅସୁବିଧା କେଉଁଠି ରହିଛି। ଆମେ ଉଚିତ ଦାବି କରିଛୁ। ସୂଚନାଯୋଗ୍ୟ ମମତା ବାନାର୍ଜୀ ୨୮୦୦୦ ଦୁର୍ଗାପୂଜା କମିଟିକୁ ୧୦-୧୦ ହଜାର ଟଙ୍କା ସହାୟତା ଦେବାକୁ ଘୋଷଣା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe