Image Source: Zee News
ଲକ୍ଷ୍ନୌ: ୨୦୧୯ ଲୋକସଭା ନିର୍ବାଚନରେ ବିଜେପିର ବିଜୟ ପାଳିବାକୁ ଉତ୍ତର ପ୍ରଦେଶର ଗୋଣ୍ଡା ଜିଲ୍ଲାରେ ଗୋଟିଏ ମୁସଲମାନ ଦମ୍ପତି ସେମାନଙ୍କ ପୁଅର ନାଁ ଦେଇଛନ୍ତି ‘ନରେନ୍ଦ୍ର ମୋଦୀ’।
ଗଣମାଧ୍ୟମକୁ ନବଜାତ ପିଲାର ମାଆ ମେନାଜ ବେଗମ କହିଛନ୍ତି ଯେ ସେ ଚାହାନ୍ତି ତାଙ୍କ ପୁଅ ନରେନ୍ଦ୍ର ମୋଦୀଙ୍କ ଆଦର୍ଶ ଅନୁସରଣ କରୁ।
ମୋ ପୁଅ ମେ ୨୩ ତାରିଖରେ ଜନ୍ମ ହେବା ପରେ ଦୁବାଇରେ ରହୁଥିବା ମୋ ସ୍ୱାମୀଙ୍କ ପାଖକୁ ଫୋନ୍ କଲି। ସେ ପଚାରିଲେ, ନରେନ୍ଦ୍ର ମୋଦୀ ଜିତିଲେ କି? ତେଣୁ ମୁଁ ପୁଅର ନାଁ ଦେଲି ନରେନ୍ଦ୍ର ମୋଦୀ। ମୁଁ ଚାହେଁ ମୋ ପୁଅ ମୋଦୀଙ୍କ ଭଳି ଭଲ କାମ କରୁ ଓ ସଫଳ ମଣିଷ ହେଉ।
ଉତ୍ତର ଶାସନ ପାଇଁ ମଧ୍ୟ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଶଂସା କରିଛନ୍ତି ଏବଂ ଆଶା କରିଛନ୍ତି ଯେ ପରବର୍ତ୍ତୀ ସରକାରଙ୍କ ଯୋଜନା ସମୟକ୍ରମେ ତାଙ୍କର ଉପକାର କରିବ।
ଶନିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ‘ନାରା’ (NARA) ଗୋଟାଏ ନୂଆ ସ୍ଲୋଗାନ ଫାନ୍ଦିଛନ୍ତି ଯାହାର ପୂର୍ଣ୍ଣ ଅର୍ଥ ‘ନେସ୍ନାଲ୍ ଆମ୍ବିସନ୍’ ଓ ‘ରିଜିଓନାଲ୍ ଆସ୍ପିରେସନ୍’। ଆଗାମୀ ଦିନ ସବୁରେ ଦେଶକୁ ବିକାଶର ନୂତନ ଯୁଗକୁ ନେଇ ଯିବେ ବୋଲି ପ୍ରଧାନମନ୍ତ୍ରୀ ମୋଦି ପ୍ରତିଶ୍ରୁତି ଦେଇଛନ୍ତି।
Follow Us