ରାମନବମୀରେ ହିଂସାର ଖବର ଆସୁଥିବା ବେଳେ ଆସିଫ୍ ବଞ୍ଚାଇ ରଖିଛନ୍ତି ଭାଇଚାରାର ନିଆରା ପରମ୍ପରା, ଶୋଭାଯାତ୍ରାକୁ ସ୍ବାଗତ କରୁଛନ୍ତି ମୁସଲିମ୍

ରାମନବମୀରେ ହିଂସାର ଖବର ଆସୁଥିବା ବେଳେ ଆସିଫ୍ ବଞ୍ଚାଇ ରଖିଛନ୍ତି ଭାଇଚାରାର ନିଆରା ପରମ୍ପରା, ଶୋଭାଯାତ୍ରାକୁ ସ୍ବାଗତ କରୁଛନ୍ତି ମୁସଲିମ୍

ନୂଆଦିଲ୍ଲୀ: ଭାଇଚାରା ଯୋଗୁଁ ସାମାଜରେ ସଦ୍ଭାବ ବଢ଼ିଥାଏ । ଅବଦୁଲ ହମିଦ ଏବଂ ତାଙ୍କ ପରିବାର ଏହାକୁ ସତ ପ୍ରମାଣ କରିଦେଖାଇଛନ୍ତି । ଯଦିଓ ଏବେ ଅବଦୁଲ ହମିଦ ଆଉ ଏ ଦୁନିଆରେ ନାହାନ୍ତି, ତଥାପି ତାଙ୍କ ପରିବାର ତାଙ୍କ ଦ୍ୱାରା ପ୍ରଦର୍ଶିତ ପଥ ଅନୁସରଣ କରୁଛନ୍ତି । ପଢ଼ା ବହିରେ କରିମ୍-କୃପାସିନ୍ଧୁର କଥା ପଢିଥିଲେ ହେଲେ ଏଠି ରାମ ପଡ଼ିଗଲେ ରହିମ୍ ଉଠାଇଦିଏ ଆଉ ରହିମ୍ ପଡ଼ିଗଲେ ରାମ ଉଠାଇଦିଏ, ଏଭଳି ଉଦାହରଣ ଦେଖିବାକୁ ମିଳେ । ବାସ୍ତବରେ ଏଠି ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କର ଗୋଟିଏ ପରିଚୟ । ୧୯୯୨ ମସିହାରେ ଯେତେବେଳେ ବାବ୍ରି ମସଜିଦ ଭାଙ୍ଗିଥିଲା କି ୨୦୦୮ ଓ ୨୦୧୧ରେ ବିସ୍ଫୋରଣରେ ମୁମ୍ବାଇ ସହର ଥରିଉଠିଥିଲା, ସେତେବେଳେ  ପୂରା ଦେଶରେ ଏହାର ପ୍ରଭାବ ପଡ଼ିଥିଲା ।  ତେବେ ମହାରାଷ୍ଟ୍ରର  ଅବଦୁଲ ହମିଦ କର୍ଣ୍ଣଲ ସାମ୍ପ୍ରଦାୟିକତା ଭେଦଭାବକୁ ରୋକିବା ପାଇଁ ଏକ ଛୋଟ ପଦକ୍ଷେପ ନେଇଥିଲେ। ଗତ ୩୦ ବର୍ଷ ଧରି ଏହା ଏକ  ଅତୁଟ ପରମ୍ପରା ହୋଇ ରହିଆସିଛି।  ରାମ ନବମୀ ଶୋଭାଯାତ୍ରାରେ କର୍ଣ୍ଣଲ ପରିବାରଙ୍କ ନେତୃତ୍ୱରେ ଏକ ମୁସଲମାନ ଗୋଷ୍ଠୀ ମୋମିନପୁରାର ପ୍ରବେଶ ଦ୍ୱାର ନିକଟରେ ଶୋଭାଯାତ୍ରାକୁ ସ୍ୱାଗତ କରାଯାଇଥାଏ । ଏପରିକି ଶୋଭାଯାତ୍ରା ପୋଦ୍ଦାରେଶ୍ୱର ମନ୍ଦିର ଅତିକ୍ରମ କରିବା ପରେ କର୍ଣ୍ଣଲଙ୍କ ପୁଅ ଆସିଫ କିଛି ଦୂର ଯାଇଥାନ୍ତି।

ତିନି ବର୍ଷର ବ୍ୟବଧାନ ପରେ ଏଥର ଏହି ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି। ଏଥର ଆସିଫ ଏବଂ ତାଙ୍କର ଚାରି ଭାଇ ଅଧିକ ଉତ୍ସାହର ସହିତ ପ୍ରସ୍ତୁତି କରିଥିଲେ । ଆସିଫ କହିଛନ୍ତି ଯେ ସେ ମନ୍ଦିର ପରିସରରେ ଆୟୋଜିତ ସଭାରେ ଅଂଶଗ୍ରହଣ କରନ୍ତି ଏବଂ ଉତ୍ସବ ପାଇଁ ଦାନପାଣ୍ଠିକୁ ଦାନ ମଧ୍ୟ କରନ୍ତି । ଶୋଭାଯାତ୍ରାକୁ ସ୍ୱାଗତ କରିବା ପାଇଁ ମୋମିନପୁରା ନିକଟରେ ଏକ ମଞ୍ଚ ନିର୍ମାଣ କରାଯାଇଥିଲା । ତାଙ୍କ ବାପାଙ୍କ ସାଙ୍ଗମାନଙ୍କ ସହିତ ପ୍ରାୟ ୬୦ରୁ ୭୦ ଆୟୋଜକ ଦଳର ଅଂଶବିଶେଷ ଥିଲେ । ଏବେ ଏହି ଅଞ୍ଚଳର ଅନ୍ୟ ଲୋକମାନେ ମଧ୍ୟ ଯୋଗ ଦେଉଛନ୍ତି । ଡିସେମ୍ବର ୧୯୯୨ ରେ ବାବ୍ରି ମସଜିଦ ଭାଙ୍ଗାହେବା ବେଳେ ଏଠି ଦଙ୍ଗା ହୋଇଥିଲା । ପୁଲିସ ଲୁହବୁହା ଗ୍ୟାସ ଛାଡ଼ିବା ପରେ ଆମ ଦୋକାନ ଧୂଆଁରେ ଭରିଯାଇ ଥିଲା, ଲୋକମାନେ ଏଠାରେ ଆଶ୍ରୟ ନେଇଥିଲେ । ହେଲେ ଗୁଳି ଚଳାଇବାରୁ କିଛି ଲୋକ ପ୍ରାଣ ହରାଇଥିଲେ । ମାତ୍ର ଏହା ପରେ ସେଠାରେ ଭାଇଚାରା ସ୍ଥାପନ ଲାଗି ଉଦ୍ୟମ ହୋଇଥିଲା। ଯାହା ଆଜି ଜାରି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe