ହାଇଦ୍ରାବାଦ: ଅଯୋଧ୍ୟା ରାମ ଜନ୍ମଭୂମି-ବାବରି ମସ୍ଜିଦ ମାମଲାର ସମାଧାନ ପାଇଁ ବିଭିନ୍ନ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଥିବା ବେଳେ ପ୍ରକାରାନ୍ତେ ଏହା ଜଟିଳ ହେବାରେ ଲାଗିଛି। ବିବାଦୀୟ ସ୍ଥଳରୁ ଭଗ୍ନ ବାବରି ମସ୍ଜିଦ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବା ସପକ୍ଷରେ ମୁସ୍ଲିମ୍ମାନେ ଅଛନ୍ତି ବୋଲି ମତ ରଖିବା ସର୍ବ ଭାରତୀୟ ମୁସ୍ଲିମ୍ ଲ’ ବୋର୍ଡ କାର୍ଯ୍ୟନିର୍ବାହୀ ସଦସ୍ୟ ମୌଲାନା ସୟଦ ସଲମାନ ହୁସେନ ନଦଓ୍ଵିଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଏହା ଦ୍ୱାରା ସେ ସେଠାରେ ଶ୍ରାରାମମନ୍ଦିର ନିର୍ମାଣକୁ ପ୍ରୋତ୍ସାହିତ କରୁଛନ୍ତି ବୋଲି ଅଭିଯୋଗ ଆଣି ଲ’ ବୋର୍ଡ ନଦଓ୍ଵିଙ୍କୁ ସଦସ୍ୟ ପଦରୁ ବିଦା କରିବାକୁ ନିଷ୍ପତ୍ତି ନେଇଥିବା ଜଣାଯାଇଛି। ଲ’ ବୋର୍ଡ ନିଜର ପୂର୍ବ ଆଭିମୁଖ୍ୟରେ ଅଟଳ ରହିଛି ଏବଂ ନଦଓ୍ଵି ଏହା ବିରୋଧରେ ଯାଇଥିବାରୁ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ବୋର୍ଡର ଅନ୍ୟତମ ସଦସ୍ୟ ସୟଦ କାସିମ ରସୁଲ ଇଲିଆସ୍ ସ୍ପଷ୍ଟ କରିଛନ୍ତି। ରାମ ଜନ୍ମଭୂମି-ବାବରି ମସଜିଦ୍ ମାମଲାକୁ କେବଳ ଜମି ବିବାଦ ଭାବେ ବିଚାର କରିବାକୁ ସୁପ୍ରିମକୋର୍ଟ ଟିପ୍ପଣୀ କରିବା ପରେ ଆଧ୍ୟାତ୍ମିକ ଗୁରୁ ତଥା ଆର୍ଟ ଅଫ୍ ଲିଭିଂ ପ୍ରତିଷ୍ଠାତା ଶ୍ରୀ ଶ୍ରୀ ରବିଶଙ୍କର ଅଦାଲତ ବାହାରେ ଏହାର ସମାଧାନ ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି। ବେଙ୍ଗାଲୁରୁ ଠାରେ ମୁସ୍ଲିମ୍ର ଉଭୟ ସୁନ୍ନି ଓ ସିଆ ସମ୍ପ୍ରଦାୟର ଅଭିଜ୍ଞ ବ୍ୟକ୍ତି ଓ ଧର୍ମଗୁରୁ ସମେତ ମୁସ୍ଲିମ୍ ଲ’ ବୋର୍ଡ ସଦସ୍ୟଙ୍କ ଉପସ୍ଥିତିରେ ଏ ସମ୍ପର୍କରେ ସେ ଆଲୋଚନା କରିଥିଲେ। ଏହି ଅବସରରେ ଲ’ ବୋର୍ଡ କାର୍ଯ୍ୟନିର୍ବାହୀ ସଦସ୍ୟ ମୌଲାନା ନଦଓ୍ଵି ଇସ୍ଲାମ ଧର୍ମରେ ମସ୍ଜିଦ୍କୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ଅନୁମତି ଓ ବ୍ୟବସ୍ଥା ରହିଛି ବୋଲି ଉଲ୍ଲେଖ କରିଥିଲେ। ସୁତରାଂ ବିବାଦୀୟ ସ୍ଥଳରୁ ଭଗ୍ନ ବାବରି ମସ୍ଜିଦ୍କୁ କିଛି ସର୍ତ୍ତରେ ଅନ୍ୟତ୍ର ସ୍ଥାନାନ୍ତର ସହ ସେଠାରେ ରାମମନ୍ଦିର ନିର୍ମାଣ ପାଇଁ ମତପ୍ରକାଶ ପାଇଥିଲା। ନଦଓ୍ଵିଙ୍କ ଏଭଳି ମନ୍ତବ୍ୟକୁ ଲ’ ବୋର୍ଡ ଅଧ୍ୟକ୍ଷ ଜଫେବ ଜିଲାନି ଅଗ୍ରାହ୍ୟ କରିବା ସହ ଏହାର ବିଚାର ପାଇଁ ବୋର୍ଡର ଏକ କମିଟିକୁ ସୁପାରିସ କରିଥିଲେ। ଅପରପକ୍ଷେ, ଦୁଇ ସମ୍ପ୍ରଦାୟ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ପାଇଁ ସେ ଏପରି ପ୍ରସ୍ତାବ ଦେଇଥିବା ନଦଓ୍ଵି କହିଥିଲେ।
      
          ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
      
    
  
  
 
  
    Here are a few more articles:
    
        
    
            
            {{#pages}}
                
                
                
            {{/pages}}
            
        
    
    
  
 Follow Us