ସଂସ୍କୃତ ବୋର୍ଡରେ ଟପ୍ପର ହୋଇ ଇତିହାସ ରଚିଲେ ମୁସ୍‌ଲମାନ ଛାତ୍ର

ସଂସ୍କୃତ ବୋର୍ଡରେ ଟପ୍ପର ହୋଇ ଇତିହାସ ରଚିଲେ ମୁସ୍‌ଲମାନ ଛାତ୍ର

ଲକ୍ଷ୍ନୌ: ଉତ୍ତରପ୍ରଦେଶ ମାଧ୍ୟମିକ ସଂସ୍କୃତ ଶିକ୍ଷା ପରିଷଦ, ଲକ୍ଷ୍ନୌ ଦ୍ବାରା ପରିଚାଳିତ ୟୁପି ସଂସ୍କୃତ ବୋର୍ଡ ପରୀକ୍ଷାରେ ଚନ୍ଦୌଲିର ଏକ ସ୍କୁଲ୍‌ର ଜଣେ ମୁସ୍‌ଲାମାନ ଛାତ୍ର ଟପ୍ପର ହୋଇଥିବା ସୂଚନା ରହିଛି। ସଂସ୍କୃତ ବୋର୍ଡରେ ଜଣେ ମୁସ୍‌ଲମାନ ଛାତ୍ର ଟପ୍‌ କରିବା କଥା ଏବେ ଇତିହାସ ରଚନା କରିିଛି।

ମଧ୍ୟମା ଅର୍ଥାତ ଇଣ୍ଟର୍‌ମିଡିଏଟ୍‌ ଛାତ୍ର ଇର୍ଫାନ ୮୨.୭୨% ନମ୍ବର ରଖି ଟପ୍ପର ହୋଇ ପାରିଛନ୍ତି। ସେ ପୂରା ଉତ୍ତରପ୍ରଦେଶରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଇର୍ଫାନଙ୍କର ଏହି ସଫଳତାକୁ ନେଇ ଖୁବ୍ ଚର୍ଚ୍ଚା ହେଉଛି ଓ ତାଙ୍କ କଲେଜ୍‌ର ଅଧ୍ୟାପକ ବି ନିଜର ଖୁସି ବ୍ୟକ୍ତ କରିଛନ୍ତି।

ତେବେ ଜାଣିବାକୁ ମିଳିଛି ଯେ ତାଙ୍କର ଯଦିଓ ସଂସ୍କୃତ ବିଷୟରେ ଖୁବ୍ କମ୍‌ ନମ୍ବର ରହିଛି, ମାତ୍ର ଅନ୍ୟ ସବୁ ବିଷୟରେ ଭଲ ନମ୍ବର ରଖି ସେ ଏହି ସଫଳତା ପାଇପାରିଛନ୍ତି।  ବାଧ୍ୟତାମୂଳକ ସଂସ୍କୃତର ପ୍ରଥମ ପତ୍ରରେ ସେ ୫୦ରୁ ୧୯ ନମ୍ବର ରଖିଛନ୍ତି। ସେହିପରି ଦ୍ବିତୀୟ ପତ୍ରରେ ସେ ୫୦ରୁ ୨୦ ନମ୍ବର ରଖିଛନ୍ତି। ଏହାଛଡ଼ା ସାହିତ୍ୟ ପ୍ରଥମ ପତ୍ରରେ ୧୦୦ରୁ ୯୩ ରଖିଥିବା ବେଳେ ଦ୍ବିତୀୟ ପତ୍ରରେ ୧୦୦ରୁ ୮୫ ନମ୍ବର ରଖିଛନ୍ତି।

ଇର୍ଫାନ ସମାଜଶାସ୍ତ୍ରରେ ୧୦୦ରୁ ୮୭ ମାର୍କ ରଖିଥିବା ବେଳେ ଭୂଗୋଳରେ ୧୦୦ରୁ ୯୭ ଓ ଇଂରାଜିରେ ୧୦୦ରୁ ୭୦ ନମ୍ବର ରଖିଛନ୍ତି। ଉତ୍ତର ମଧ୍ୟମାର ପ୍ରଥମ ବର୍ଷରେ ଇର୍ଫ‌ାନ ୭୦୦ରୁ ୬୦୭ ନମ୍ବର ରଖିଥିଲେ। ଏକାଦଶ ଓ ଦ୍ବାଦଶ ୨ ବର୍ଷ ମିଳାଇବାରୁ ତାଙ୍କ ନମ୍ବର ସମୁଦାୟ ୧୪୦୦ରୁ ୧୧୫୮ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe