Image Source: India Today
ଅଲିଗଡ଼: ଭାରତୀୟ ଜନତା ପାର୍ଟିରେ ଯୋଗ ଦେବା କାରଣରୁ ରବିବାର ଦିନ ଜଣେ ମୁସଲମାନ ମହିଳାଙ୍କୁ ଭଡ଼ାଘରର ମାଲିକ ଘର ଛାଡ଼ିବାକୁ କହିଛନ୍ତି।
ସେ ମହିଳାଙ୍କ ନାମ ଗୁଲିସ୍ତାନା। ସେ ଅଭିଯୋଗ କରିଛନ୍ତି ଯେ ଘରଛାଡ଼ିବାକୁ କହିବା ପୂର୍ବରୁ ଘରମାଲିକ ତାଙ୍କ ପ୍ରତି ମନ୍ଦ ବ୍ୟବହାର କରିଥିଲେ।
ସେ କହିଛନ୍ତି: ଗତକାଲି ମୁଁ ବିଜେପିରେ ଯୋଗ ଦେଇଛି। ଘରମାଲିକ ଏ କଥା ଜାଣିବା ପରେ ସେ ମୋ ପ୍ରତି ଖରାପ ବ୍ୟବହାର କରି ତୁରନ୍ତ ଘର ଛାଡ଼ିବାକୁ କହିଛନ୍ତି।
Image Source: Times of Indiaଅଲିଗଡ଼ର ବରିଷ୍ଠ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍ ଆକାଶ କୁହ୍ଲାଡ଼ି କହିଛନ୍ତି ଯେ ଏ ଘଟଣାରେ ଏକ ମାମଲା ରୁଜୁ କରାଯାଇଛି।
ସେ କହିଛନ୍ତି: ପ୍ରାଥମିକ ତଦନ୍ତରୁ ଜଣାପଡୁଛି ଯେ ବିଜୁଳି ବିଲ୍ ପାଇଁ ଗୁଲିସ୍ତାନାଙ୍କୁ ଘରମାଲିକର ମାଆ ୪୦୦୦ ଟଙ୍କା ମାଗିଥିଲେ। ଏ କଥାରୁ ଗୁଲିସ୍ତାନା ରାଜନୈତିକ ଦଳରେ ଯୋଗ ଦେବା କଥା ଉଠିଥିଲା ଓ ଯୁକ୍ତିତର୍କ ହୋଇଥିଲା। ସମ୍ପୃକ୍ତ ଧାରା ଅନୁସାରେ ମାମଲା ରୁଜୁ କରାଯାଇଛି।
Follow Us