ଟ୍ରେନରେ ସ୍ତ୍ରୀଙ୍କ ପ୍ରସବ ହେବାପରେ ସହଯାତ୍ରୀଙ୍କ ପରାମର୍ଶ କ୍ରମେ କନ୍ୟାଙ୍କ ନାମ ଏପରି ରଖିଲି

Advertisment
ଟ୍ରେନରେ ସ୍ତ୍ରୀଙ୍କ ପ୍ରସବ ହେବାପରେ ସହଯାତ୍ରୀଙ୍କ ପରାମର୍ଶ କ୍ରମେ କନ୍ୟାଙ୍କ ନାମ ଏପରି ରଖିଲି

ନୂଆଦିଲ୍ଲୀ: ନିକଟରେ କୋଲହାପୁର-ମୁମ୍ବାଇ ମହାଲକ୍ଷ୍ମୀ ଏକ୍ସପ୍ରେସ ଟ୍ରେନ ଲୋନାୱଲା ଷ୍ଟେସନ ଦେଇ ଯାଉଥିବା ବେଳେ ଜଣେ ମୁସଲମାନ ମହିଳାଙ୍କ ପ୍ରସବ ଯନ୍ତ୍ରଣା ହୋଇଥିଲା। ସହଯାତ୍ରୀଙ୍କ ସାହାଯ୍ୟରେ ସେ ଟ୍ରେନରେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ।

ତେୟବ ସ୍ତ୍ରୀ ଫାତିମାଙ୍କ ଟ୍ରେନରେ ପ୍ରସବ ଘଟଣାକୁ ନେଇ କହିଛନ୍ତି, ‘ଫାତିମାଙ୍କ ପ୍ରସବ ତାରିଖ ଜୁନ ୨୦ରେ  ଥିଲା। ତେଣୁ ଜୁନ ୬ ତାରିଖ‌ରେ ଆମେ କୋଲହାପୁରରୁ ମୁମ୍ବାଇ ପର୍ଯ୍ୟନ୍ତ ଟ୍ରେନରେ ଯିବାକୁ ସ୍ଥିର କରିଥିଲୁ। ଏହି ଯାତ୍ରା ସମୟରେ ରାତିରେ ହଠାତ ଫାତିମାଙ୍କ ପେଟରେ ଯନ୍ତ୍ରଣା ହୋଇଥିଲା। ଆମେ ଭାବିଲୁ ଏହା କିଛି ସମୟ ପରେ ବନ୍ଦ ହୋଇଯିବ। କିନ୍ତୁ ଧୀରେଧୀରେ ଫାତିମାଙ୍କ ଏହି ଯନ୍ତ୍ରଣା ବଢ଼ିବାକୁ ଲାଗିଥିଲା।

ସେ ଶୌଚାଳୟ ଚାଲି ଯାଇଥିଲେ। ସେଠାରୁ ଫେରିବା ବିଳମ୍ବ ହେବାରୁ ମୁଁ ଯାଇ ଦେଖିଲା ବେଳକୁ ଫାତିମା ସେଠାରେ କନ୍ୟା ସନ୍ତାନକୁ ପ୍ରସବ ଦେଇଛନ୍ତି। ଏହାପରେ ମହିଳା ସହଯାତ୍ରୀଙ୍କ ସାହାଯ୍ୟରେ ଫାତିମାଙ୍କୁ ଶୌଚାଳୟରୁ ଉଦ୍ଧାର କରି ସିଟ ପର୍ଯ୍ୟନ୍ତ ଆଣିଥିଲୁ।

ଏହାପରେ ଟ୍ରେନରେ ଥିବା ଜିଆରପି କନଷ୍ଟେବଳ ଜିଆରପି ହେଲ୍ପଲାଇନକୁ ଫୋନ୍ କରି ପରିସ୍ଥିତି ବିଷୟରେ ଜଣାଇବାକୁ ପରାମର୍ଶ ଦେଇଥିଲେ। ଏହାପରେ ଟ୍ରେନଟି କର୍ଜନ ଷ୍ଟେସନରେ ପହଞ୍ଚିବା ପରେ ପରିବାର ଲୋକଙ୍କ ସହିତ ଟ୍ରେନରୁ ଓହ୍ଲାଇ ଫାତିମା ଓ  କନ୍ୟାଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଥିଲୁ। ‌ଚିକିତ୍ସା ପରେ ଉଭୟ ମା’ ଓ ଶିଶୁ ସୁସ୍ଥ ଅଛନ୍ତି।’

ଏହି ଘଟଣାକୁ ନେଇ ଦମ୍ପତି ଫାତିମା ଖାତୁନ ଓ ତେୟବ କହିଛନ୍ତି, "ତିରୁପତିରୁ କୋଲହାପୁରର ମହାଲକ୍ଷ୍ମୀ ମନ୍ଦିରକୁ ଯାତ୍ରା କରୁଥିବା କିଛି ସହ-ଯାତ୍ରୀ କହିଥିଲେ ଟ୍ରେନରେ ଆମର କନ୍ୟା ସନ୍ତାନ ଜନ୍ମ ତାଙ୍କ ପାଇଁ  ଦେବୀଙ୍କ ଦର୍ଶନ ଭଳି ଥିଲା। ତେଣୁ ଆମେ ଆମର ଝିଅର ନାମ ମହାଲକ୍ଷ୍ମୀ ରଖିବାକୁ ସ୍ଥିର କରିଥିଲୁ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe