Image Courtesy of Nokia News
ନୂଆଦିଲ୍ଲୀ: ପ୍ରାୟ ୬ ମାସ ହେବ ‘ଓପେନ୍-ସୋର୍ସ ପ୍ଲାଟ୍ଫର୍ମ’ ‘ଜିଟ୍ହବ୍’ ବ୍ୟବହାର କରି ବିନା ସମ୍ମତିରେ ସଂଖ୍ୟାଲଘୁ ମହିଳାଙ୍କର ଅନେକ ଫଟୋ ଅପ୍ଲୋଡ୍ କରି ସେମାନେ ନିଲାମ ହେବେ ବୋଲି ଘୋଷଣା କରିଥିବା ‘ବୁଲ୍ଲି ବାଈ’ ଆପ୍କୁ ବ୍ଲକ୍ କରିଦିଆଯାଇଥିବା କଥା ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଆଜି କହିଛନ୍ତି।
ଟୁଇଟ୍ କରି ସେ ଲେଖିଛନ୍ତି, ‘ବୁଲ୍ଲି ବାଈ’ ଅନ୍ତରାଳରେ ଥିବା ‘ଜିଟ୍ହବ୍’କୁ ଆଜି ସକାଳେ ବ୍ଲକ୍ କରିଦିଆଯାଇଛି ଏବଂ ଅଧିକ କାର୍ଯ୍ୟାନୁଷ୍ଠାନ ପାଇଁ ପୁଲିସ କର୍ତ୍ତୃପକ୍ଷମାନେ ବ୍ୟବସ୍ଥା କରୁଛନ୍ତି। ଗତକାଲି ବୈଷ୍ଣବଙ୍କୁ ଟ୍ୟାଗ୍ କରି ଶିବସେନା ସାଂସଦ ପ୍ରିୟଙ୍କା ଚତୁର୍ବେଦୀ କରିଥିବା ଆବେଦନର ପ୍ରତ୍ୟୁତ୍ତର ଦେଇ ସେ ଲେଖିଛନ୍ତି, ‘ବୁଲ୍ଲି ବାଈ ଆପ୍’ ତିଆରି ଏବଂ ପ୍ରସାରଣ ପାଇଁ ବ୍ୟବହୃତ ‘ମାଇକ୍ରୋସଫ୍ଟ ମାଲିକାନାରେ ଥିବା ସଫ୍ଟୱେର୍-ସେୟାରିଙ୍ଗ୍ ପ୍ଲାଟ୍ଫର୍ମକୁ ଆଜି ସକାଳେ ବ୍ଲକ୍ କରି ଦିଆଯାଇଛି। ଅଧିକ କାର୍ଯ୍ୟାନୁଷ୍ଠାନ ନିମନ୍ତେ ‘ସିଇଆର୍ଟି’ ଏବଂ ପୁଲିସ ପରସ୍ପରକୁ ସହଯୋଗ କରି ଉଦ୍ୟମ ଚଳାଇଛନ୍ତି।
Image Courtesy of ABP Liveସାଂସଦ ଚତୁର୍ବେଦୀ ତାଙ୍କୁ ଏଥିନିମନ୍ତେ ଧନ୍ୟବାଦ ଜଣାଇବା ସହ ଲେଖିଛନ୍ତି କି, ଉକ୍ତ ସାଇଟ୍କୁ ବ୍ଲକ୍ କରିବା ଠାରୁ ଅଧିକ ବଡ଼ କଥା ହେଉଛି ତାହାକୁ ପ୍ରସ୍ତୁତ କରିଥିବା ଅପରାଧୀମାନଙ୍କ ବିରୋଧରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା।
ସାଂସଦ ଚତୁର୍ବେଦୀଙ୍କ ଅନୁରୋଧକ୍ରମେ ମୁମ୍ବାଇ ପୁଲିସ ତଦନ୍ତ ଆରମ୍ଭ କରିଛି। ଉପରୋକ୍ତ ଆପ୍ର ନିଲାମ ତାଲିକାଭୁକ୍ତ ହୋଇଥିବା ଅନ୍ୟତମ ମହିଳା ଇସ୍ମାତ୍ ଆରା ନାମ୍ନୀ ଜଣେ ସାମ୍ବାଦିକା ରୁଜୁ କରିଥିବା ମାମଲାକୁ ଅଗ୍ରାଧିକାର ଦେଇ ଦିଲ୍ଲୀ ପୁଲିସ ମଧ୍ୟ ତଦନ୍ତ ଆରମ୍ଭ କରିଛି।
‘ବୁଲ୍ଲି ବାଈ’ ଭଳି ‘ସୁଲ୍ଲି ଡିଲ୍ସ୍’ ନାମରେ ମଧ୍ୟ ପୂର୍ବରୁ ପ୍ରସ୍ତୁତ କରାଯାଇଥିବା ଅନ୍ୟ ଗୋଟାଏ ଆପ୍ ସାମାଜିକ ଗଣମାଧ୍ୟମ ଆକାଉଣ୍ଟ୍ରୁ ସଂଖ୍ୟାଲଘୁ ମହିଳାଙ୍କ ଫଟୋ ସଂଗ୍ରହ କରି ‘ନିଲାମ’ ଧରିବା ଲାଗି ଜନସାଧାରଣଙ୍କୁ ଉତ୍ସାହ ଦେଇଥିଲା।
Follow Us