ପାକିସ୍ତାନ ପତକାକୁ ଲୋକେ ପାଦରେ ଦଳୁଥିବା ଦେଖି ସହି ପାରିଲେ ନାହିଁ ବୁର୍ଖା ପିନ୍ଧିଥିବା ଦୁଇମହିଳା, ଉଠାଇ ରାସ୍ତାପାର୍ଶ୍ବରେ ରଖି ଦେଲେ

Advertisment

କର୍ଣ୍ଣାଟକରେ ପାକିସ୍ତାନର ବିରୋଧରେ ବଜରଙ୍ଗ ଦଳର କର୍ମକର୍ତ୍ତାମାନେ ପାକିସ୍ତାନ ପତକାକୁ ରାସ୍ତାରେ ପକାଇ ପାଦରେ ଦଳୁଥିବା ଘଟଣାକୁ ବିରୋଧ କଲେ ବୁର୍ଖା ପିନ୍ଧି ଯାଉଥିବା ଦୁଇ ମହିଳା।

କର୍ଣ୍ଣାଟକରେ ପାକିସ୍ତାନର ବିରୋଧରେ ବଜରଙ୍ଗ ଦଳର କର୍ମକର୍ତ୍ତାମାନେ ପାକିସ୍ତାନ ପତକାକୁ ରାସ୍ତାରେ ପକାଇ ପାଦରେ ଦଳୁଥିବା ଘଟଣାକୁ ବିରୋଧ କଲେ ବୁର୍ଖା ପିନ୍ଧି ଯାଉଥିବା ଦୁଇ ମହିଳା।

ୗଯୗସ

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଦେଶ ପ୍ରତିଶୋଧ ନିଆଁରେ ଜଳୁଛି।  ଆକ୍ରମଣ ପରେ ଭାରତ ସରକାର ୧୯୬୦ ମସିହାର ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ ରଖିଛନ୍ତି। ଭାରତ ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ ରଖିବା ପାଇଁ ଏକ ସରକାରୀ ବିଜ୍ଞପ୍ତି ମଧ୍ୟ ଜାରି କରିଛି। 

ଏଭଳି ସମୟରେ ଭାରତବାସୀ ସରକାରଙ୍କୁ ଆତଙ୍କବାଦୀ ଆକ୍ରମଣର କଡ଼ା କାର୍ଯ୍ୟାନୁଷ୍ଠାନର ଦାବି କରିଛନ୍ତି। ଆତଙ୍କବାଦୀଙ୍କୁ ପ୍ରସୟ ଦେଉଥିବା ହେତୁ ରାଗରେ ଲୋକମାନେ ସ୍ଥାନେସ୍ଥାନେ ପାକିସ୍ତାନର ପତକା ଜଳାଇବା ସହିତ ରାସ୍ତାରେ ପତକାକୁ ପାଦରେ ଧଳି ବିରୋଧ ପ୍ରଦର୍ଶନ କରୁଛନ୍ତି। ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଛି।

ସୂଚନାଯୋଗ୍ୟ, କର୍ଣ୍ଣାଟକରେ ପାକିସ୍ତାନର ବିରୋଧରେ ବଜରଙ୍ଗ ଦଳର କର୍ମକର୍ତ୍ତାମାନେ ପାକିସ୍ତାନ ପତକାକୁ ରାସ୍ତାରେ ପକାଇ ପାଦରେ ଦଳିଥିଲେ।  ଏହି ସମୟରେ ଉକ୍ତ ରାସ୍ତା ଦେଇ ବୁର୍ଖା ପିନ୍ଧି ଯାଉଥିବା ଦୁଇଜଣ ମହିଳା କିଛିସମୟ ଘଟଣାସ୍ଥଳରେ ଛିଡ଼ା ହେବାପରେ ମଝି ରାସ୍ତାରୁ ପାକିସ୍ତାନ ପତକାକୁ ଉଠାଇ ରାସ୍ତାପାର୍ଶ୍ବରେ ରଖି ଦେଇଥିଲେ।

ଏଥିସହିତ ଘଟଣାସ୍ଥଳରେ ଥିବା ବଜରଙ୍ଗ ଦଳର ସଦସ୍ୟମାନଙ୍କୁ ଗାଳିଗୁଲଜ  କରି କହିଥିଲେ, ‘ଭଲ ଅଛି ଏହା ଆପଣମାନଙ୍କୁ ଦେଖାଯାଉନାହିଁ.... ଝଗଡ଼ା ହେବା ଜରୁରୀ ଅଛି କି...?’

ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ଲୋକେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe