ପୁରୁଣା ହିନ୍ଦୁ ମନ୍ଦିରର ରାସ୍ତା ନିର୍ମାଣ ଲାଗି ଜମି ଦାନକଲେ କେରଳର ଦୁଇ ମୁସଲମାନ ବ୍ୟକ୍ତି

Advertisment
ପୁରୁଣା ହିନ୍ଦୁ ମନ୍ଦିରର ରାସ୍ତା ନିର୍ମାଣ ଲାଗି ଜମି ଦାନକଲେ କେରଳର ଦୁଇ ମୁସଲମାନ ବ୍ୟକ୍ତି

indiatimes.com

ନୂଆଦିଲ୍ଲୀ:  କେରଳର ମୁସଲମାନମାନେ ୫୦୦ ବର୍ଷ ପୁରୁଣା ହିନ୍ଦୁ ମନ୍ଦିରକୁ ସାହାଯ୍ୟ କରି ପୁଣି ଭାରତରେ ସାମ୍ପ୍ରଦାୟିକ ସମନ୍ୱୟର ବାର୍ତ୍ତା ଦେଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ମନ୍ଦିରଟି ବହୁ ପ୍ରାଚୀନ ହୋଇଥିଲେ ବି ସେଠାକୁ ଯିବା ଲାଗି ଉପଯୁକ୍ତ ରାସ୍ତା ନ ଥିଲା। ଏହାକୁ ଲକ୍ଷ୍ୟ କରି ସେମାନେ ଏକ ରାସ୍ତା ନିର୍ମାଣ ପାଇଁ ଜମିଦାନ କରିଛନ୍ତି।

କେରଳର କୁଟିଲାଙ୍ଗାଡି ପଞ୍ଚାୟତର ସିଏଚ୍ ଆବୁବାକର ହାଜି ଏବଂ ଏମ ଉସମାନ ନିଜର ଜମିଦାନ କରିଛନ୍ତି। ଏହି ଜମିରେ କୁଟିଲାଙ୍ଗାଡି କାଦୁଙ୍ଗୁଥ ମହାଦେବ ମନ୍ଦିର ପାଇଁ ୧୦ ଫୁଟ ଚଉଡ଼ା ବିଶିଷ୍ଟ ୬୦ ମିଟର ରାସ୍ତା ନିର୍ମାଣ କରାଯିବ। ମନ୍ଦିର କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ, ପଞ୍ଚାୟତ ଏବଂ ବିଧାୟକଙ୍କ ପାଣ୍ଠି ବ୍ୟବହାର କରି ଏହି ରାସ୍ତା ଖୁବ ଶୀଘ୍ର ନିର୍ମାଣ ହେବ।

publive-image indiatimes.com

ମନ୍ଦିରକୁ ଯିବା ଲାଗି କୌଣସି ଉପଯୁକ୍ତ ରାସ୍ତା ନଥିଲା। ସୋସିଆଲ ମିଡିଆରେ କିଛି ଲୋକ ଏହି ଘଟଣାର ପ୍ରଚାର ଚଳାଇଥିଲେ ବୋଲି ପୂର୍ବତନ ପଞ୍ଚାୟତ ସଦସ୍ୟ ରାହୁଫ କୁଟିଲାଙ୍ଗାଡି କହିଛନ୍ତି।
ପୁରୁଣା ହିନ୍ଦୁ ମନ୍ଦିରର ପୁନନିର୍ମାଣ ବାବଦରେ ମାଲବାର ଦେବସ୍ଉମ୍ ବୋର୍ଡ ୧୦ଲକ୍ଷ ଟଙ୍କା ପ୍ରଦାନ କରିଛି। ଏହି ମନ୍ଦିରର କିଛି ଜମି ଅଛି। ଜମି ସହ ଜଡିତ ମାମଲା ମାଲାପୁରମ୍ ଜିଲ୍ଲାପାଳଙ୍କ ଦୃଷ୍ଟିକୁ ପୂର୍ବରୁ ଅଣାଯାଇଛି ବୋଲି ବୋର୍ଡ ଇନ୍ସପେକ୍ଟର ଦୀନେଶ ସିସି କହିଛନ୍ତି। ମନ୍ଦିରର ନବୀକରଣ ମଧ୍ୟ କରାଯାଉଛି ଏବଂ ଏଥିପାଇଁ ଏକ କୋଟି ଟଙ୍କା ଖର୍ଚ୍ଚ ହେଉଛି। ଏହି ଘଟଣା ଏବେ କେବଳ କେରଳରେ ନୁହେଁ, ବରଂ ସାରା ଭାରତରେ ଚର୍ଚ୍ଚାର ବିଷୟ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe