‘ଆର୍‌ଏସ୍ଏସ୍‌’ ମୁଖ୍ୟ ମୋହନ ଭାଗବତଙ୍କୁ ଅସଦୁଦ୍ଦିନ ଓୱେଇସିଙ୍କ ଜବାବ: ମୁସଲମାନମାନେ ପିଲା ନୁହନ୍ତି ଯେ ‘ସିଏଏ’ ଓ ‘ଏନ୍‌ଆର୍‌ସି’ ପ୍ରସଙ୍ଗରେ ବିଭ୍ରାନ୍ତ ହୋଇଯିବେ

Advertisment
ବିନା ଅନୁମତିରେ କେମିତି ହେଲା ଶୋଭାଯାତ୍ରା? ପ୍ରଶ୍ନ ଉଠାଇଲେ ଓୱେସି

Image Courtesy of Hindustan Times

ନୂଆଦିଲ୍ଲୀ: ନାଗରିକ (ସଂଶୋଧନ) ଆଇନ ବିଷୟରେ ମୁସଲମାନ ଭାଇମାନଙ୍କୁ ବିଭ୍ରାନ୍ତ କରାଯାଇଛି ବୋଲି ଆର୍‌ଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତଙ୍କ ବିବୃତିରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ଅଲ୍‌ ଇଣ୍ଡିଆ ମଜ୍‌ଲିସ୍‌-ଏ-ଇତ୍ତେହାଦୁଲ୍ ମୁସଲିମୀନ (ଆଇଏଏମ୍‌ଆଇଏମ୍‌) ଅଧ୍ୟକ୍ଷ ଅସଦୁଦ୍ଦିନ ଓୱେସି କହିଛନ୍ତି, ମୁସଲମାନମାନ‌େ ପିଲା ନୁହନ୍ତି ଯେ ବିଭ୍ରାନ୍ତ ହୋଇଯିବ‌େ।

ଟୁଇଟ୍‌ କରି ସେ ଲେଖିଛନ୍ତି, ଆମେ ପିଲା ନୋହୁଁ ଯେ ଆମକୁ ବିଭ୍ରାନ୍ତ କରାଇ ଦିଆଯିବ। ‘ସିଏଏ +ଏନ୍‌ସିଆର୍’ର ଉଦ୍ଦେଶ୍ୟ ବିଷୟରେ ବିଜେପି ସ୍ପଷ୍ଟ ଭାବେ କିଛି କହିନାହିଁ। ଯଦି ଏହା ମୁସଲମାନ ସଂକ୍ରାନ୍ତୀୟ ନୁହେଁ, ତେବେ ଏହି ଆଇନରୁ ଧର୍ମ ପ୍ରସଙ୍ଗ ଉଠାଇ ଦିଆଯାଉ।

publive-image Image Courtesy of India Today

ସେ ଆହୁରି ମଧ୍ୟ ଲେଖିଛନ୍ତି, ଏକଥା ଜାଣିରଖନ୍ତୂୁ, ଆମର ଭାରତୀୟତା ପ୍ରମାଣ କରିବା ଲାଗି ଆବଶ୍ୟକ ଆଇନ ହେବାଯାଏଁ ଆମେ ବାରମ୍ବାର ପ୍ରତିବାଦ କରିବୁ।

ବାର୍ଷିକ ଦଶହରା ଅଭିଭାଷଣରେ ‘ସିଏଏ’ ବିରୋଧୀ ପ୍ରତିବାଦ ପ୍ରସଙ୍ଗ ଉଠାଇ ଆରଏସଏସ୍ ମୁଖ୍ୟ ଭାଗବତ କହିଥିଲେ, ‘ସିଏଏ’ କୌଣସି ନିର୍ଦ୍ଦିଷ୍ଟ ଧର୍ମ ସମ୍ପ୍ରଦାୟକୁ ବିରୋଧ କରେନାହିଁ। କିନ୍ତୁ, ମୁସଲମାନଙ୍କ ସଂଖ୍ୟା ନିୟନ୍ତ୍ରଣ କରିବା ଲକ୍ଷ୍ୟରେ ଏହା ଅଭିପ୍ରେତ ବୋଲି ମିଥ୍ୟା ଧାରଣା ଦେଇ ଏହି ନୂଆ ଆଇନକୁ ବିରୋଧ କରିବାକୁ ଚାହୁଁଥିବା ଲୋକେ ଆମ ମୁସଲମାନ ଭାଇମାନଙ୍କୁ ବିଭ୍ରାନ୍ତ କରାଇଛନ୍ତି। ‘ସିସିଏ’କୁ ବ୍ୟବହାର କରି ସୁବିଧାବାଦୀମାନେ ପ୍ରତିବାଦ ନାଁରେ ଯୋଜନାବଦ୍ଧ ହିଂସା ଭିଆଇଛନ୍ତି।

ଭାଗବତଙ୍କ ମନ୍ତବ୍ୟକୁ ସମାଲୋଚନା କରିବା ସହ ଓୱେସି କଂଗ୍ରେସ ଓ ଆର୍‌ଜେଡିକୁ ମଧ୍ୟ ସମାଲୋଚନା କରିଛନ୍ତି। ସେ ଲେଖିଛନ୍ତି, ‘ଧର୍ମ ଆଧାରିତ ଯେକୌଣସି ନାଗରିକତ୍ବ ଆଇନ ବିରୋଧରେ ଆମେ ପ୍ରତିବାଦ କରିବୁ। ମୁଁ ମଧ୍ୟ କଂଗ୍ରେସ, ଆର୍‌ଜେଡି ଓ ସେମାନଙ୍କ ଭଳି ଅନ୍ୟ ଦଳମାନଙ୍କୁ କହିବାକୁ ଚାହେଁ; ଆନ୍ଦୋଳନ ସମୟରେ ଆପଣମାନଙ୍କର ନିରବତାକୁ ଭୁଲିଯାଇନାହୁଁ। ବିଜେପି ନେତାମାନେ ସୀମାଞ୍ଚଳବାସୀଙ୍କୁ ‘ଘୁସ୍‌ପେଠିୟେ’ (ଜବରଦସ୍ତି ପଶିଛନ୍ତି) କହିଲା ବେଳେ ଆର୍‌ଜେଡି-ଆଇଏନ୍‌ସି ଥରେ ହେଲେ ମଧ୍ୟ ପାଟି ଖୋଲି ନଥିଲେ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe