ଗୋଆ କଂଗ୍ରେସରେ ବିଦ୍ରୋହ: ବିରୋଧୀ ଦଳ ନେତା ବହିଷ୍କୃତ, ୬ ବିଧାୟକ ବିଜେପିରେ ଯୋଗଦେଇ ପାରନ୍ତି

Advertisment
୨୬ରେ ପୁଣିଥରେ ସତ୍ୟାଗ୍ରହ କରିବ କଂଗ୍ରେସ

Deccan Herald

ପାନାଜୀ: ଗୋଆ କଂଗ୍ରେସରେ ବିଦ୍ରୋହ ଦେଖାଦେଇଛି। ବରିଷ୍ଠ କଂଗ୍ରେସ ବିଧାୟକ ଦିଗମ୍ବର କାମାତଙ୍କ ନେତୃତ୍ବରେ ଅତିକମ୍‌ରେ ୬ ଜଣ ବିଧାୟକ ବିଜେପିରେ ଯୋଗଦେବା ସମ୍ଭାବନା ରହିଛି। ଏହି ସଂଖ୍ୟା ୧୦ ପର୍ଯ୍ୟନ୍ତ ମଧ୍ୟ ଯାଇପାରେ। ଗୋଆର କଂଗ୍ରେସ ବିଧାୟକମାନେ ବିଜେପିରେ ଯୋଗଦେବା ନେଇ କଳ୍ପନାଜଳ୍ପନା ଦେଖାଦେଇ ଥିବାବେଳେ ଗୋଆ ଦାୟିତ୍ବରେ ଥିବା ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) ନେତା ଦୀନେଶ ଗୁଣ୍ଡୋ ରାଓ କହିଛନ୍ତି, ରାଜ୍ୟର ସମସ୍ତ ୧୧ ଦଳୀୟ ବିଧାୟକଙ୍କୁ ଗଣମାଧ୍ୟମ ସମ୍ମୁଖରେ ଉପସ୍ଥାପିତ କରାଯିବ। କଂଗ୍ରେସ ବିଧାୟକ ତଥା ବିରୋଧୀ ଦଳ ନେତା ମାଇକେଲ ଲୋବୋଙ୍କ ଭୂମିକା ମଧ୍ୟ ସନ୍ଦେହଜନକ ରହିଥିବାରୁ ଆଜି କଂଗ୍ରେସ ତାଙ୍କୁ ପଦରୁ ବହିଷ୍କାର କରିଛି। ବିଧାୟକଙ୍କ ସଂପର୍କରେ ଗୁଜବ ପ୍ରଚାର କରାଯିବା ସହିତ ଦ୍ବନ୍ଦ୍ବ ସୃଷ୍ଟି କରାଯାଉଥିବାରୁ ଲୋବୋ ବିଜେପିକୁ ସମାଲୋଚନା କରିଛନ୍ତି। ଲୋବୋ କହିଛନ୍ତି, ମୁଁ ମୋ ଘରେ ଅଛି ଏବଂ ଏସବୁ କଥାରେ କୌଣସି ସତ୍ୟତା ନାହିଁ।

କିଏ ଏହି ଗୁଜବ ପ୍ରସାର କରୁଛି ତାହା ମାତେ ଜଣାନାହିଁ। କିନ୍ତୁ ମୁଁ ଅନ୍ୟ କେଉଁଠିକି ଯାଉନାହିଁ। ‌ଗୋଆ କଂଗ୍ରେସ ବିଧାୟକମାନଙ୍କର ଆଜି ଏକ ବୈଠକ ହୋଇଥିଲା ଏବଂ ଦଳରେ କୌଣସି ଫାଟ ନାହିଁ ବୋଲି ସେଠାରେ କୁହାଯାଇଥିଲା। ୪୦ ସଦସ୍ୟ ବିଶିଷ୍ଟ ଗୋଆ ବିଧାନସଭାରେ କଂଗ୍ରେସର ୧୧ ଜଣ ବିଧାୟକ ଅଛନ୍ତି। ବିଜେପିର ୨୦ ଜଣ ବିଧାୟକ ଥିବାବେଳେ ଏଠାରେ ସରକାରଙ୍କୁ ଏମଜିପିର ୨ ଜଣ ବିଧାୟକ ଓ ୩ ଜଣ ସ୍ବାଧୀନ ବିଧାୟକ ସମର୍ଥନ ଦେଉଛନ୍ତି। ଅନେକଙ୍କ କହିବାନୁଯାୟୀ, ୨୦୨୪ ସାଧାରଣ ନିର୍ବାଚନରେ ବିଜୟ ପଥକୁ ସୁଗମ କରିବା ଲାଗି କଂଗ୍ରେସ ବିଧାୟକମାନଙ୍କୁ ନିଜ ଦଳରେ ସାମିଲ କରିବା ଲାଗି ବିଜେପି ଚାହୁଛି। ୨୦୧୯ ଲୋକସଭା ନିର୍ବାଚନରେ ସାଉଥ ଗୋଆ ଲୋକସଭା ଆସନରେ ବିଜେପି ପ୍ରାର୍ଥୀଙ୍କୁ କଂଗ୍ରେସ ହରାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe