ସ୍ବାମୀଙ୍କୁ କାନ୍ଧରେ ବସାଇ ୧୫୦କିମିର କାଉଡିଆ ଯାତ୍ରାରେ ବାହାରିଲେ ପତ୍ନୀ

New Projecter

ମୁଜଫରନଗର: ପ୍ରେମ ଆଗରେ ଫିକା ପଡ଼ିଛି ବାଟ। ନା କାଟୁଛି ଖରା ନା ଅଛି ବର୍ଷାରେ ଭିଜିବାର ଡର। ବାଟ ଅନେକ, ହେଲେ ଲକ୍ଷ୍ୟ ଗୋଟିଏ, ତାହା ହେଲା ସ୍ବାମୀଙ୍କୁ ଗଙ୍ଗାରେ ସ୍ନାନ କରାଇବା । ଆପଣମାନେ ସତ୍ୟଯୁଗର ସାବିତ୍ରୀଙ୍କ କଥା ଶୁଣିଥିବେ, ଯିଏ ନିଜ ସ୍ବାମୀଙ୍କୁ ବଞ୍ଚାଇବା ପାଇଁ ଯମରାଜଙ୍କ ସହ ଲଢ଼ିଯାଇଥିଲେ। ହେଲେ ଆଜି ଆମେ ଶ୍ରାବଣର ସାବିତ୍ରୀ ବିଷୟରେ କହିବୁ, ଯିଏ ପକ୍ଷାଘାତର ଶିକାର ହୋଇଥିବା ସ୍ବାମୀଙ୍କୁ କାନ୍ଧରେ ବୋହି ୧୫୦କିଲୋମିଟର ବୋଲବମ ଯାତ୍ରାରେ ବାହାରିଛନ୍ତି। ଉତ୍ତରପ୍ରଦେଶର ମୁଜଫରନଗରରେ ଦେଖିବାକୁ ମିଳିଛି ଏହି ଅନନ୍ୟ ଘଟଣା।

ସ୍ୱାମୀ ତାଙ୍କ ପାଦରେ ଠିଆ ହୁଅନ୍ତୁ ବୋଲି ମାନସିକ ରଖି ଏହି ମହିଳା ଜଣକ ନିଜର ଯାତ୍ରା ଆରମ୍ଭ କରିଛନ୍ତି । ହରିଦ୍ୱାରରୁ ଗଙ୍ଗାଜଳ ନେଇ ସେ ବାହାରିଛନ୍ତି ମୋଦିନଗର। ସ୍ୱାମୀଙ୍କୁ ପିଠିରେ ବସାଇ ଗଙ୍ଗା ଜଳ ସହିତ ସେ ନିଜ ଯାତ୍ରା ଆରମ୍ଭ କରିଛନ୍ତି। ପ୍ରଭୁୁ ଶିବ ଭକ୍ତ ମହିଳାଙ୍କ ନାମ ଆଶା ଏବଂ ତାଙ୍କ ସ୍ୱାମୀଙ୍କ ନାମ ସଚିନ ବୋଲି ଜଣାଯାଇଛି। ସେମାନେ ବଖରୱା ମୋଦିନଗର ଗାଜିଆବାଦର ବାସିନ୍ଦା। ସଚିନ ୧୩ ବର୍ଷ ଧରି ପାଣି ଉଠାଇ କାଉଡିଆ ଯାତ୍ରା ଯାଉଥିଲେ। କିନ୍ତୁ ଗତ ବର୍ଷ ମେରୁଦଣ୍ଡ ଅସ୍ତ୍ରୋପଚାର ସମୟରେ ସଚିନ ପକ୍ଷାଘାତର ଶିକାର ହେବାରୁ ନିଜ ପାଦରେ ଚାଲିପାରୁ ନାହାଁନ୍ତି। ତେଣୁ ସେ ଚଳିତ ବର୍ଷ ପାଣି ଉଠାଇବେ ନାହିଁ ବୋଲି ନିଷ୍ପତ୍ତି ନେଇଥିଲେ। କିନ୍ତୁ ୧୩ବର୍ଷ ହେଲାଣି ଚାଲିଆସିଥିବା ଧାରାକୁ ଭାଙ୍ଗିବା ପରିବର୍ତ୍ତେ ଆଶା ନିିଜ ସ୍ବାମୀଙ୍କୁ ବସାଇ ପାଣି ଉଠାଇବାକୁ ମନସ୍ତ କରିଥିଲେ।

ଏହା ପରେ ସେ ନିଜର ୨ପୁଅଙ୍କୁ ଧରି ହରିଦ୍ବାରରେ ପହଞ୍ଚିଥିଲେ। ସେଠାରେ ଗଙ୍ଗା ସ୍ନାନ କରି ଏବେ ସେ ମୋଦୀନଗରକୁ ନିଜର ଯାତ୍ରା ଆରମ୍ଭ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe