ଅଣଆୟତ୍ତ ହେଲା ଜାପାନୀ ଜ୍ୱର, ନେଲାଣି ୮୩ ଶିଶୁଙ୍କ ଜୀବନ

Advertisment
ଅଣଆୟତ୍ତ ହେଲା ଜାପାନୀ ଜ୍ୱର, ନେଲାଣି ୮୩ ଶିଶୁଙ୍କ ଜୀବନ

ପାଟନା: ବିହାରର ମୁଜଫରପୁରରେ ଏକ୍ୟୁଟ୍‌ ଇନେ୍‌ସଫେଲାଇଟିସ୍‌ ସିଣ୍ଡ୍ରୋମ୍‌ କାରଣରୁ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି। ଏଠାରେ ଏବେ ପର୍ଯ୍ୟନ୍ତ ୮୩ ପିଲାଙ୍କ ମୃତ୍ୟୁ ହୋଇ ସାରିଲାଣି। ଶ୍ରୀକୃଷ୍ଣ ମେଡିକାଲ୍‌ କଲେଜ୍‌ ଆଣ୍ଡ୍‌ ହସ୍ପିଟାଲ୍‌ର ସୁପରିଟେଣ୍ଡେଟ୍‌ ସୁନୀଲ୍‌ କୁମାର ଶାହି ଏ ବିଷୟରେ ସୂଚନା ଦେଇଛନ୍ତି। ଏପଟେ ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ମୁଜଫରପୁର ପହଞ୍ଚି ସାରିଛନ୍ତି। ବିହାର ମୁଖ୍ୟମନ୍ତ୍ରୀ ନିତିଶ୍‌ କୁମାର ଏହି ଗମ୍ଭୀର ଜ୍ୱରରେ ମୃତ୍ୟୁବରଣ କରୁଥିବା ଶିଶୁଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ସହାୟତା ରାଶି ଦେବାପାଇଁ ଘୋଷଣା କରିଛନ୍ତି। ଅନ୍ୟପକ୍ଷରେ ବିହାରର ଗୟାରେ ଅନୁଗ୍ରହ ନାରାୟଣ ମେଡିକାଲ୍‌ କଲେଜରେ ଭୀଷଣ ଗରମ କାରଣରୁ ୧୨ ଜଣ ଲୋକଙ୍କ ମୃତ୍ୟୁ ହୋଇଯାଇଛି। ଗୟାର ଜିଲ୍ଲାଧିକାରୀଙ୍କ କହିବା ମୁତାବକ ମୃତ୍ୟୁବରଣ କରିଥିବା ୧୨ ରୁ ୭ଜଣ ଲୋକ ଗୟାର ଥିବାବେଳେ ୨ ଜଣ ଔରଙ୍ଗାବାଦ, ଜଣେ ଛାତ୍ର, ଜଣେ ଶେଖପୁରା ଏବଂ ଜଣେ ନବାଦା ରହିଛନ୍ତି।

publive-image Indiatimes.com

ତେବେ ୬ ଜଣ ବରିଷ୍ଠ ଡାକ୍ତର ଏବଂ ୧୦ ଜଣ ଇଣ୍ଟର୍ଣ୍ଣକୁ ସେଠାରେ ରୋଗୀଙ୍କୁ ଚିକିତ୍ସା ପାଇଁ ରଖାଯାଇଛି। ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ସହାୟତା ରାଶି ଦିଆଯିବ। ଯେଉଁ ପରିବାର ବିପିଏଲ୍‌ ଶ୍ରେଣୀରେ ଆସୁଛନ୍ତି ସେମାନଙ୍କୁ ଅନ୍ତ୍ୱେଷ୍ଟି କ୍ରିୟା ପାଇଁ ୨୦ ହଜାର ଟଙ୍କା ଅନୁକମ୍ପା ଦିଆଯିବ। ଆପଣଙ୍କୁ କହିରଖୁଛୁ ଯେ ୧୫ ବର୍ଷରୁ କମ୍‌ ବୟସ୍କ ପିଲା ଏହି ରୋଗରେ ଆକ୍ରାନ୍ତ ହୋଇ ଅକାଳରେ ମୃତ୍ୟୁବରଣ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe