ମୁଜାଫରପୁର ଆଶ୍ରୟସ୍ଥଳ ଦୁଷ୍କର୍ମ ମାମଲା: ଜାନୁଆରି ୧୪କୁ ରାୟ ଘୁଞ୍ଚିଲା

Advertisment
୧୨ ବର୍ଷର ଝିଅକୁ ଦୁଷ୍କର୍ମ କରିବା ପାଇଁ ପତ୍ନୀ କରୁଥିଲେ ସହାୟତା, ପୁଲିସ୍‌ରେ ଅଭିଯୋଗ ଆଣିଲେ ପତି

Deccan Herald

ନୂଆଦିଲ୍ଲୀ: ମୁଜାଫରପୁର ଆଶ୍ରୟସ୍ଥଳ ଦୁଷ୍କର୍ମ ମାମଲାରେ ଆଜି ଚୂଡ଼ାନ୍ତ ରାୟ ଆସିବାର ଥିଲା‌। କିନ୍ତୁ ଦିଲ୍ଲୀ ‌କୋର୍ଟ ଆସନ୍ତା ଜାନୁଆରି ୧୪ ତାରିଖ ପର୍ଯ୍ୟନ୍ତ ରାୟକୁ ଘୁଞ୍ଚାଇ ଦେଇଛନ୍ତି। ସ୍ବତନ୍ତ୍ର ପୋକ୍ସ ବିଚାରପତି ସୌରଭ କୁଳଶ୍ରେଷ୍ଠ ଛୁଟିରେ ଥିବାରୁ କୋର୍ଟ ଏହି ମାମଲାରେ ରାୟକୁ ଘୁଞ୍ଚାଇ ଦେଇଛନ୍ତି। ଉକ୍ତ ମାମଲାରେ କୋର୍ଟ ଗତ ସେପ୍ଟେମ୍ବର ୩୦ ତାରିଖରେ ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଥିଲେ। ମୁଖ୍ୟ ଅଭିଯୁକ୍ତ ବିହାର ପିପୁଲ୍ସ ପାର୍ଟିର ପୂର୍ବତନ ବିଧାୟକ ବ୍ରଜେଶ ଠାକୁର ସମେତ ସମୁଦାୟ ୨୦ ଜଣ ଉକ୍ତ ମାମଲାରେ ଅଭିଯୁକ୍ତ। ବ୍ରଜେଶ ଠାକୁର ବିରୋଧରେ ପୋକ୍ସ ଆଇନ ବିରୋଧରେ ମାମଲା ରୁଜୁ ହୋଇଛି। ବ୍ରଜେଶଙ୍କ ଆଶ୍ରୟସ୍ଥଳରେ ଥିବା ଅନ୍ୟ କର୍ମଚାରୀ ଏବଂ କିଛି ସାମାଜିକ ବିକାଶ ଅଧିକାରୀ ମଧ୍ୟ ଉକ୍ତ ମାମଲାରେ ସମ୍ପୃକ୍ତ ଥିଲେ। ଅଭିଯୁକ୍ତଙ୍କ ମଧ୍ୟରେ ୮ ଜଣ ମହିଳା ଏବଂ ୧୨ ଜଣ ପୁରୁଷ ଅଛନ୍ତି। ଉଲ୍ଲେଖଯୋଗ୍ୟ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଏହି ମାମଲା ଫେବ୍ରୁଆରି ୭ରେ ମୁଜାଫରପୁର କୋର୍ଟରୁ ଦିଲ୍ଲୀର ସାକେତ ଜିଲ୍ଲା କୋର୍ଟ ପରିସରସ୍ଥ ପୋକ୍ସ କୋର୍ଟକୁ ସ୍ଥାନାନ୍ତର ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe