ମୁଜାଫରପୁର ଆଶ୍ରୟସ୍ଥଳ ଦୁଷ୍କର୍ମ ମାମଲା : ଆତ୍ମସମର୍ପଣ କଲେ ବିହାର ପୂର୍ବ ମନ୍ତ୍ରୀଙ୍କ ସ୍ବାମୀ

Advertisment
ମୁଜାଫରପୁର ଆଶ୍ରୟସ୍ଥଳ ଦୁଷ୍କର୍ମ ମାମଲା : ଆତ୍ମସମର୍ପଣ କଲେ ବିହାର ପୂର୍ବ ମନ୍ତ୍ରୀଙ୍କ ସ୍ବାମୀ

ପାଟନା : ମୁଜାଫରପୁର ଆଶ୍ରୟସ୍ଥଳ ଦୁଷ୍କର୍ମ ମାମଲାରେ ଆଜି ବିହାରର ପୂର୍ବତନ ମନ୍ତ୍ରୀ ମଞ୍ଜୁ ବର୍ମାଙ୍କ ସ୍ବାମୀ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି। ବେଗୁସରାଇ ଜିଲ୍ଲାର ମଜହୌଲ ସିଭିଲ୍‌ କୋର୍ଟରେ ମଞ୍ଜୁ ବର୍ମାଙ୍କ ସ୍ବାମୀ ଚନ୍ଦ୍ରଶେଖର ବର୍ମା ଆତ୍ମସମର୍ପଣ କରିଛନ୍ତି। ଉଲ୍ଲେଖ‌େଯାଗ୍ୟ, ମୁଜାଫରପୁର ଆଶ୍ରୟ ସ୍ଥଳ ଦୁଷ୍କର୍ମ ମାମଲାରେ ମୁଖ୍ୟ ଅଭିଯୁକ୍ତ ବ୍ରଜେଶ ଠାକୁରଙ୍କୁ ନିୟମିତ ଭାବେ ଚନ୍ଦ୍ରଶେଖର ବର୍ମା ଭେଟୁଥିଲେ ଏବଂ ନିୟମିତ ବ୍ୟବଧାନ‌ରେ ଆଶ୍ରୟସ୍ଥଳ ଯାଉଥିବା ଅଭିଯୋଗ ହୋଇଥିଲା। ଫଳରେ ମାମଲା‌େର ତାଙ୍କ ନାମ ଉଠିବା ପରେ ମନ୍ତ୍ରୀ ମଞ୍ଜୁ ବର୍ମା ନିଜ ପଦରୁ ଇସ୍ତଫା ଦେଇଥିଲେ। ମାମଲାର ତଦନ୍ତ କରିଥିବା ଏକ ସ୍ବତନ୍ତ୍ର ତଦନ୍ତକାରୀ ଦଳ ମଧ୍ୟ ବେଗୁସରାଇ ଜିଲ୍ଲା ସ୍ଥିତ ଚନ୍ଦ୍ରଶେଖରଙ୍କ ଘରେ ଚଢ଼ଉ କରି ୫୦ ଗୁଳି ଜବତ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe