ଏବେ ବି ବନ୍ଦରରେ ପଡ଼ିରହିଛି ଆତଙ୍କବାଦୀଙ୍କ ବର୍ବରତାର ମୁକସାକ୍ଷୀ ଏହି ବୋଟ

Advertisment
ଏବେ ବି ବନ୍ଦରରେ ପଡ଼ିରହିଛି ଆତଙ୍କବାଦୀଙ୍କ ବର୍ବରତାର ମୁକସାକ୍ଷୀ ଏହି ବୋଟ

ମୁମ୍ବାଇ: ଏମ.ଭି କୁବେର ବାବଦରେ ଆପଣ ଶୁଣିଛନ୍ତି କି ? ଏହି ବୋଟରେ ଜଳଯାତ୍ରା କରି ଆତଙ୍କବାଦୀମାନେ ମୁମ୍ବାଇକୁ ଆସି ରକ୍ତର ହୋଲି ଖେଳିଥିଲେ | ମୁମ୍ବାଇରେ ଲଶ୍କର-ଏ-ତୋଇବା ଦ୍ୱାରା ଆଜିର ଦିନରେ ହୋଇଥିବା ଆକ୍ରମଣ(୨୬/୧୧)କୁ ୧୪ ବର୍ଷ ବିତିଯାଇଛି | ଆଉ ୨୦୦୯ ମସିହାରୁ ଏହି ବୋଟ ଆଣି ପୋରବନ୍ଦର ବନ୍ଦରରେ ରଖାଯାଇଛି | ସେବେଠାରୁ ଏହି ବୋଟ ସେଠାରେ ପଡ଼ିରହିଛି | ଏହି ବୋଟର ମାଲିକ ହିରାଲାଲ ମାସାନିଙ୍କ କହିବା ମୁତାବକ ୨୦୦୦ ମସିହାରେ ଧନର ଦେବତା 'କୁବେର'ଙ୍କ ନାମରେ ଏହି ଟ୍ରଲର କିଣିଥିଲେ। ହିରାଲାଲ କହିଛନ୍ତି ଯେ "ଆମେ କେବେହେଲେ ସ୍ୱପ୍ନରେ ଭାବି ନଥିଲୁ ଯେ ନଭେମ୍ବର ୨୦୦୮ରେ ପୋରବନ୍ଦର ଛାଡିଥିବା ଏହି ଟ୍ରଲରର ଏହା ଶେଷ ଯାତ୍ରା ହେବ ଏବଂ ଆମେ ଆମର ପାଞ୍ଚ ଜଣ ସଦସ୍ୟଙ୍କୁ ହରାଇବୁ। ହିରାଲାଲ କହିଛନ୍ତି ଯେ ମୁମ୍ବାଇ ଏଟିଏସ୍ କିମ୍ବା ଗୁଜୁରାଟ ପୁଲିସ ଆମକୁ କେବେ ବି ହଇରାଣ କରିନାହାନ୍ତି କାରଣ ସେମାନେ ଆମ ବିରୁଦ୍ଧରେ କୌଣସି ପ୍ରମାଣ ପାଇ ନାହାନ୍ତି |

ପାକିସ୍ତାନରୁ କୌଣସି ଫୋନ୍ କଲ କିମ୍ବା ଅନ୍ୟ କୌଣସି ପ୍ରମାଣ ପାଇ ନାହାନ୍ତି। ହିରାଲାଲ କହିଛନ୍ତି ଯେ ତାଙ୍କ ପରିବାର ପ୍ରତ୍ୟେକ କ୍ରୁ ସଦସ୍ୟଙ୍କ ପରିବାରକୁ ୧.୫୦ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶରେ କୁବେରକୁ ଅଟକାଇ ଦିଆଯାଇଥିଲା ଏବଂ ପୋରବନ୍ଦର ବନ୍ଦରରେ ରଖାଯାଇଥିଲା | ଉଲ୍ଲେଖ ଥାଉ କି ଆତଙ୍କବାଦୀମାନେ ମଝି ସମୁଦ୍ରରେ ଏମ.ଭି କୁବେର ଟ୍ରଲରକୁ କବଜା କରିଥିଲେ ଓ ଏହାର ସଦସ୍ୟମାନଙ୍କୁ ହତ୍ୟା କରି ଏଥିରେ ହିଁ ମୁମ୍ବାଇକୁ ଆସିଥିଲେ |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe