ମହାରାଷ୍ଟ୍ର ନିର୍ବାଚନ : ଛିଣ୍ଡୁନି ଏମଭିଏ ମେଣ୍ଟରେ ଆସନ ଭାଗବଣ୍ଟା

Advertisment

ମହାରାଷ୍ଟ୍ର ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ମହାବିକାଶ ଆଘାଡିରେ ଆସନ ବଣ୍ଟନ କରାଯାଇଛି। ତିନି ଦଳ ଶିବସେନା, ୟୁବିଟି, ଏନସିପିଏସପି ଏବଂ କଂଗ୍ରେସ ୮୫-୮୫ ଆସନରେ ଲଢ଼ିବାକୁ ରାଜି ହୋଇଛନ୍ତି। ତେବେ ଏବେ ବି ଏମିତି କିଛି ଆସନ ରହିଛି, ଯାହାକୁ ନେଇ ବିବାଦ ଲାଗି ରହିଛି।

Updated On

ମହାରାଷ୍ଟ୍ର ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ମହାବିକାଶ ଆଘାଡିରେ ଆସନ ବଣ୍ଟନ କରାଯାଇଛି। ତିନି ଦଳ ଶିବସେନା, ୟୁବିଟି, ଏନସିପିଏସପି ଏବଂ କଂଗ୍ରେସ ୮୫-୮୫ ଆସନରେ ଲଢ଼ିବାକୁ ରାଜି ହୋଇଛନ୍ତି। ତେବେ ଏବେ ବି ଏମିତି କିଛି ଆସନ ରହିଛି, ଯାହାକୁ ନେଇ ବିବାଦ ଲାଗି ରହିଛି।

ଅଦ୍ୟତନ ହୋଇଛି
WhatsApp Image 2024-10-26 at 6.44.24 PM

ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ମହାବିକାଶ ଆଘାଡିରେ ଆସନ ବଣ୍ଟନ କରାଯାଇଛି। ତିନି ଦଳ ଶିବସେନା, ୟୁବିଟି, ଏନସିପିଏସପି ଏବଂ କଂଗ୍ରେସ ୮୫-୮୫ ଆସନରେ ଲଢ଼ିବାକୁ ରାଜି ହୋଇଛନ୍ତି। ତେବେ ଏବେ ବି ଏମିତି କିଛି ଆସନ ରହିଛି, ଯାହାକୁ ନେଇ ବିବାଦ ଲାଗି ରହିଛି। ଏପରିସ୍ଥିତିରେ ଏନସିପି (ଶରଦ ପାଓ୍ବାର) ନିଜର ୨୨ ଜଣିଆ ୨ୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଏହି ତାଲିକାରେ ପାରାଣ୍ଡା ଆସନ ପାଇଁ ବି ପ୍ରାର୍ଥୀ ଘୋଷଣା କରାଯାଇଛି । ଶିବସେନା ୟୁବିଟି ପାରାଣ୍ଡାରୁ ରାହୁଲ ପାଟିଲଙ୍କୁ ଛିଡ଼ା କରିଥିବାବେଳେ ଶରଦ ପାଓ୍ବାରଙ୍କ ଦଳ ରାହୁଲ ମୋଟେଙ୍କୁ ଛିଡ଼ା କରିଛି । ଅର୍ଥାତ୍ ଗୋଟିଏ ମେଣ୍ଟର ଦୁଇ ସହଯୋଗୀ ଦଳ ମୁହାଁମୁହିଁ ହୋଇଛନ୍ତି । 

ଏନସିପି (ଶରଦ ପାଓ୍ବାର) ନିଜର ୨୨ ଜଣିଆ ୨ୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଏହି ତାଲିକାରେ ପାରାଣ୍ଡା ଆସନ ପାଇଁ ବି ପ୍ରାର୍ଥୀ ଘୋଷଣା କରାଯାଇଛି । ଶିବସେନା ୟୁବିଟି ପାରାଣ୍ଡାରୁ ରାହୁଲ ପାଟିଲଙ୍କୁ ଛିଡ଼ା କରିଥିବାବେଳେ ଶରଦ ପାଓ୍ବାରଙ୍କ ଦଳ ରାହୁଲ ମୋଟେଙ୍କୁ ଛିଡ଼ା କରିଛି । ଅର୍ଥାତ୍ ଗୋଟିଏ ମେଣ୍ଟର ଦୁଇ ସହଯୋଗୀ ଦଳ ମୁହାଁମୁହିଁ ହୋଇଛନ୍ତି । 

ଏନସିପି(ଶରଦ ପାଓ୍ବାର) ଦଳ ପକ୍ଷରୁ ଜାରି ୨ୟ ତାଲିକାରେ ଗଙ୍ଗାପୁରରୁ ସତୀଶ ଚୌହ୍ବାଣ, ଶାହପୁରରୁ ପାଣ୍ଡୁରଙ୍ଗ ବରୋରା ଓ ବିଡରୁ ସଂଦୀପ କ୍ଷୀରସାଗର, ବାଗଲାନରୁ ଦୀପିକା ଚୌହ୍ବାଣ, ନାସିକ ପୂର୍ବରୁ ଗଣେଶ ଗୀତେଙ୍କୁ ଛିଡ଼ା କରାଯାଇଛି ।

ସେପଟେ ଉଦ୍ଧବ ଠାକରେଙ୍କ ଦଳ ପକ୍ଷରୁ ଏପର୍ଯ୍ୟନ୍ତ ୮୩ ଜଣ ପ୍ରାର୍ଥୀ ଙ୍କ ନାମ ଘୋଷଣା କରାଯାଇଛି। ଦଳ ପୂର୍ବରୁ ଭର୍ସୋଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲେ ବି ପରେ ନିଜ ତାଲିକାରେ ସଂଶୋଧନ କରି ତାହାକୁ ଏନସିପିକୁ ଛାଡ଼ିଦେଇଛି । ଏନସିପି ନେତା ହାରୁନ ଖାଁ ଏହି ଆସନରୁ ଲଢିବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe