ମତେ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର ଚାଲିଛି: ଇମ୍ରାନ୍‌ ଖାଁ

Advertisment
ମତେ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର ଚାଲିଛି: ଇମ୍ରାନ୍‌ ଖାଁ

Image Courtesy of Zee News

ଇସ୍‌ଲାମାବାଦ୍‌: ତାଙ୍କୁ ହତ୍ୟା କରିବା ଲାଗି ଷଡ଼ଯନ୍ତ୍ର ଚାଲିଛି। ତାଙ୍କ ସରକାରକୁ ହଟାଇବା ପାଇଁ ହୋଇଥିବା ଷଡ଼ଯନ୍ତ୍ରରେ ଜଡ଼ିତ ଥିବା ବ୍ୟକ୍ତିମାନଙ୍କର ନାମ ମଧ୍ୟ ସେ ଭିଡିଓ ରେକର୍ଡ କରିଛନ୍ତି ବୋଲି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ ଶନିବାର ଦିନ କହିଛନ୍ତି।

ଯଦି ତାଙ୍କର କିଛି କ୍ଷତି ହୁଏ ତେବେ ସେ ଉକ୍ତ ଭିଡିଓକୁ ସର୍ବସାଧାରଣରେ ପ୍ରଘଟ କରିଦେବେ ବୋଲି ସିଆଲ୍‌କୋଟ୍‌ରେ ଏକ ରାଲିରେ ଉଦ୍‌ବୋଧନ ଦେବା‌ବେଳେ ସେ କହିଛନ୍ତି।

ରାଲିରେ ଉଦ୍‌ବୋଧନ ଦେବା ବେଳେ ସେ କହିଲେ, ମୁଁ ଜାଣେ, ମତେ ମାରିବା ପାଇଁ ପାକିସ୍ତାନ ଓ ବିଦେଶରେ ଲୋକେ ଯୋଜନା କରୁଛନ୍ତି। ମୋ ବିରୋଧରେ ଚାଲିଥିବା ଷଡ଼ଯନ୍ତ୍ରର ସମ୍ପୂର୍ଣ୍ଣ ବିବରଣୀ ସହ ଏଥିରେ ସମ୍ପୃକ୍ତ ଥିବା ବ୍ୟକ୍ତିମାନଙ୍କର ନାମ ସହିତ ଏକ ଭିଡିଓ ରେକର୍ଡ କରି ସୁରକ୍ଷିତ ସ୍ଥାନରେ ରଖିଛି।

publive-image Image Courtesy of PaleTV

କିନ୍ତୁ, ତାଙ୍କୁ ହତ୍ୟା କରିବା ଲାଗି ଚାଲିଥିବା ଷଡ଼ଯନ୍ତ୍ରରେ ଯେଉଁମାନେ ଅନ୍ତର୍ଭୁକ୍ତ ସେମାନଙ୍କ ନାମ ସେ ପ୍ରକାଶ କରିନାହାନ୍ତି। କେବଳ ସେ କହିଛନ୍ତି, ମତେ ହତ୍ୟା କରିବା ଲାଗି ବିଦେଶରେ ଏବଂ ପାକିସ୍ତାନରେ ଷଡ଼ଯନ୍ତ୍ର ଚାଲିଛି। କେଉଁମାନେ ମୋର ହତ୍ୟା ଷଡ଼ଯନ୍ତ୍ର କରୁଛନ୍ତି, ତାହା ମୁଁ ଜାଣେ। ଯଦି ମତେ ହତ୍ୟା କରାଯାଏ, ଭିଡିଓକୁ ସର୍ବସାଧାରଣରେ ପ୍ରଘଟ କରିଦିଆଯିବ।

ସେମାନେ ଭାବୁଛନ୍ତି, ମୁଁ ତାଙ୍କ ପାଇଁ ବାଧକ ଏବଂ ତାଙ୍କୁ ହଟାଇବାକୁ ଇଚ୍ଛାକରୁଛି।

ସେହିପରି, ଶୁକ୍ରବାର ଦିନ ବାନିଗଲ୍‌ସ୍ଥିତ ନିଜ ବାସଭବନରେ ସାମ୍ବାଦିକମାନଙ୍କ ଆଗରେ ଦେଇଥିବା ଗୋଟାଏ ବିଚିତ୍ର ବିବୃତିରେ ଇମ୍ରାନ୍‌ ଖାଁ କହିଥିଲେ ଯେ, ଚୋରମାନଙ୍କୁ ଲଗାମ୍‌ ଦେବା ଅପେକ୍ଷା ପରମାଣୁ ବୋମା ପକାଇବା ଶ୍ରେୟସ୍କର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe