‌ମୋ ପିଲାଙ୍କ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟ ହ୍ୟାକ୍‌ ହୋଇଛି: ପ୍ରିୟଙ୍କା

Advertisment
କଂଗ୍ରେସ କ୍ଷମତାକୁ ଆସିଲେ ଅଗ୍ନିପଥ ନିଯୁକ୍ତି ଯୋଜନା ରଦ୍ଦ କରିବ: ପ୍ରିୟଙ୍କା

Image Courtesy of Zee News

ଲକ୍ଷ୍ନୌ : ଉତ୍ତରପ୍ରଦେଶ ବିଧାନସଭା‌ ନିର୍ବାଚନ ପାଖେଇ ଆସୁଥିବାବେଳେ ରାଜନୈତିକ ଲଢ଼େଇ ଦିନକୁ ଦିନ ଜୋରଦାର ହେବାରେ ଲାଗିଛି। ପ୍ରମୁଖ ରାଜନୈତିକ ଦଳର ନେତାମାନେ ପରସ୍ପର ପରସ୍ପର ବିରୋଧରେ ବର୍ଷୁଛନ୍ତି। କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି ଆଜି ଏହି ପ୍ରସଙ୍ଗରେ ଏକ ବଡ଼ ବୟାନ ରଖିଛନ୍ତି। ସରକାରଙ୍କ ଦ୍ବାରା ବିରୋଧୀ ଦଳ ନେତାମାନଙ୍କ ଫୋନ୍‌ ଟ୍ୟାପ୍‌ ସଂକ୍ରାନ୍ତରେ ସାମ୍ବାଦିକମାନଙ୍କର ଏକ ପ୍ରଶ୍ନର ଉତ୍ତର ଦେଇ ପ୍ରିୟଙ୍କା କହିଛନ୍ତି, ଫୋନ୍‌ ଟ୍ୟାପିଂ କଥା ଛାଡ଼ନ୍ତୁ, ମୋ ପିଲାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ୍‌ ମଧ୍ୟ ହ୍ୟାକ୍‌ ହୋଇଛି। ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବ ଗତ ୨ ଦିନ ତଳେ ଏକ ଅଭିଯୋଗ କରି କହିଥିଲେ ଯେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଙ୍କ ଫୋନ୍‌ ଟ୍ୟାପ୍‌ କରିୁଛନ୍ତି ଏବଂ ପ୍ରତିଦିନ ସନ୍ଧ୍ୟାରେ ସେ ତାଙ୍କ କଥା ଶୁଣୁଛନ୍ତି। ପ୍ରିୟଙ୍କା କହିଛନ୍ତି ତାଙ୍କ ‘ ଲଡ୍‌କି ହୁଁ, ଲଢ଼ ଶକ୍ତି ହୁଁ’ ଅଭିଯାନ ମୋଦୀଙ୍କୁ ପ୍ରୟାଗରାଜରେ ମହିଳାମାନଙ୍କୁ ନେଇ ରୢାଲି କରିବାକୁ ବାଧ୍ୟ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe