ମୋ ଝିଅ ତା’ ସ୍ବାମୀଙ୍କୁ ପ୍ରଧାନମନ୍ତ୍ରୀ କରାଇଲା: ଋଷି ସୁନକଙ୍କ ଶାଶୂ

ମୋ ଝିଅ ତା’ ସ୍ବାମୀଙ୍କୁ ପ୍ରଧାନମନ୍ତ୍ରୀ କରାଇଲା: ଋଷି ସୁନକଙ୍କ ଶାଶୂ

ଲଣ୍ଡନ୍‌: ତାଙ୍କ ଝିଅ ଅକ୍ଷତା ମୂର୍ତ୍ତି ତା’ର ସ୍ବାମୀଙ୍କୁ ପ୍ରଧାନମନ୍ତ୍ରୀ କରାଇଥିବା କଥା ବ୍ରିଟିସ୍‌ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ଶାଶୂ ସୁଧା ମୂର୍ତ୍ତି କହିଥିବା ଏକ ଭିଡିଓ ସମ୍ପ୍ରତି ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେଉଛି।

ଭାରତରେ ଉତ୍ତୋଳନ କରାଯାଇଥିବା ଉକ୍ତ ଭିଡିଓରେ ସୁଧା କହୁଛନ୍ତି: ମୁଁ ମୋ ସ୍ବାମୀଙ୍କୁ ବ୍ୟବସାୟୀ କରାଇଲି। ମୋ ଝିଅ ତା’ ସ୍ବାମୀଙ୍କୁ ପ୍ରଧାନମନ୍ତ୍ରୀ କରାଇଲା।

ବ୍ରିଟେନ୍‌ର ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ ଋଷି ସୁନକ ଏତେ ଶୀଘ୍ର କ୍ଷମତାସୀନ ହେବା ପ୍ରସଙ୍ଗରେ ପୂର୍ବରୁ ବହୁ ବିତର୍କ ହୋଇସାରିଥିବା ବେଳେ ଶାଶୂ ସୁଧା କହିଛନ୍ତି ଯେ, ତାଙ୍କ ଝିଅ ଯୋଗୁଁ ଏହା ସମ୍ଭବପର ହୋଇପାରିଛି। ତାଙ୍କ ଝିଅ ଯୋଗୁଁ ହିଁ ସେ ବ୍ରିଟେନ୍‌ର ସର୍ବକନି‌ଷ୍ଠ ପ୍ରଧାନମନ୍ତ୍ରୀ ହୋଇ ପାରିଲେ।

publive-image Image Courtesy of ANI

ଗୋଟାଏ ଇନ୍‌ଷ୍ଟାଗ୍ରାମ୍‌ ପୋଷ୍ଟ୍‌ରେ ସୁଧା କହିଛନ୍ତି, ସ୍ତ୍ରୀର ମହିମା ହିଁ ଏହାର କାରଣ। ଦେଖନ୍ତୁ, ଜଣେ ସ୍ତ୍ରୀ କେମିତି ଜଣେ ସ୍ବାମୀର ସ୍ଥିତି ବଦଳାଇ ଦିଏ। କିନ୍ତୁ, ମୁଁ ମୋ ସ୍ବାମୀଙ୍କର ସ୍ଥିତି ପରିବର୍ତ୍ତନ କରି ପାରି ନ ଥିଲି। ମୁଁ ମୋ ସ୍ବାମୀଙ୍କୁ ବ୍ୟବସାୟୀ କରିଥିଲି, ଏବଂ ମୋ ଝିଅ ତା’ର ସ୍ବାମୀଙ୍କୁ ପ୍ରଧାନମନ୍ତ୍ରୀ କରାଇ ପାରିଲା।

ସୂଚନାଯୋଗ୍ୟ, ୨୦୦୯ରେ ଅକ୍ଷତା ମୂର୍ତ୍ତିଙ୍କୁ ବାହା ହେବା ପରେ ପରେ ଋଷି ସୁନକ ଖୁବ୍‌ ଶୀଘ୍ର ଉନ୍ନତି ପଥରେ ଅଗ୍ରସର ହୋଇଥିଲେ।

publive-image Image Courtesy of GH Gossip

୭୩୦ ନିୟୁତ ପାଉଣ୍ଡ୍‌ ମୂଲ୍ୟର ବ୍ୟକ୍ତିଗତ ସମ୍ପତ୍ତି ଥିବା ବିଶ୍ବର ଅନ୍ୟତମ ବିତ୍ତଶାଳୀ ବିଲିୟନାରିଙ୍କ ମଧ୍ୟରେ ଅନ୍ୟତମ ନାରାୟଣ ମୂର୍ତ୍ତିଙ୍କ ଝିଅ ଅକ୍ଷତା ମଧ୍ୟ ଜଣେ କ୍ଷମତାଶାଳୀ ମହିଳା। ଭାରତରୁ ଯାଇଥିବା ତାଙ୍କ ପିତାମାତା କୋଟି କୋଟି ଟଙ୍କା ମୂଲ୍ୟର ‘ଇମ୍ଫୋସିସ୍‌ ଟେକ୍‌ କମ୍ପାନି’ର ମାଲିକ।

୪୨ ବର୍ଷ ବୟସରେ ପ୍ରଧାନମନ୍ତ୍ରୀ ହୋଇଥିବା ଋଷି ଆଧୁନିକ ଇଂଲଣ୍ଡ ଇତିହାସରେ ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ। ମାତ୍ର ୭ ବର୍ଷ ସାଂସଦ ହୋଇ ସେ ଦେଶର ପ୍ରଧାନମନ୍ତ୍ରୀ ହୋଇପାରିଛନ୍ତି।

ଏହାଛଡ଼ା, ଋଷିଙ୍କ ଜୀବନର ଅନ୍ୟାନ୍ୟ ଅନେକ କ୍ଷେତ୍ରରେ, ବିଶେଷ କରି ତାଙ୍କ ଖାଦ୍ୟପେୟ କ୍ଷେତ୍ରରେ ତାଙ୍କ ଝିଅର ପ୍ରଭାବ ରହିଛି ବୋଲି ସୁଧା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe